Breaking News

ବିଜେବି କଲେଜରେ ଛାତ୍ର ଅଶାନ୍ତି, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ନେତାଙ୍କ ଜନ୍ମଦିନ  ପାଳନକୁ  କେନ୍ଦ୍ର କରି  ବିଜେବି ରେ ଦୁଇ ଗୋଷ୍ଠୀ ମୁହାମୁହି ।

ଭୁବନେଶ୍ବର, (ଟୁକୁନା ସାହୁ): ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ଅଶାନ୍ତି ଦେଖାଦେଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣକୁ ମାରପିଟ ସହିତ ଜଣେ ଅଟକ ରହିଥିବା ସୂଚନା ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଛାତ୍ରକୁ ଉଦ୍ଧାର କରିଥିଲା।

ବିଜେବି କଲେଜରେ କିଛି ଦିନ ତଳେ ଜଣେ ନେତାଙ୍କ ଜନ୍ମଦିନକୁ ପାଳନ କରାଯିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଆଜି ଉଗ୍ର ରୂପ ନେଇଥିଲା। ଉଭୟ ଗୋଷ୍ଠୀ କ୍ୟାମ୍ପସ୍‌ରେ ମାର୍‌ପିଟ୍‌ ହେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କଲେଜ ଭିତରେ ସମାଧାନ ହୋଇ ନପାରିବାରୁ କଥା ଥାନାକୁ ଯାଇଛି। ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରାଯାଇ ଆପୋସ ସମାଧାନ ହୋଇଛି ।

ସୂଚନା ଅନୁଯାୟୀ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳରେ ଜଣେ ରାଜନେତାଙ୍କ ଜନ୍ମ ଦିନରେ କେକ କାଟିବାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ ଓ ଧସ୍ତାଧସ୍ଥି ହୋଇଛି।   ଗୋଟିଏ ଗୋଷ୍ଠୀ ଜୁନ ୨୬ ରେ ଜଣେ ନେତାଙ୍କ ଜନ୍ମଦିନ ପାଳି କେକକାଟିଥିଲେ । ଏନେଇ ସେମାନେ ତାଙ୍କ ସାମାଜିକ ଗଣ ମାଧ୍ୟମ ଗୃପରେ   ଜନ୍ମଦିନର ଫୋଟ ଛାଡିଥିଲେ । ତେବେ  ଏହାକୁ ବିଭାଗର ଅନ୍ୟଏକ ଗୋଷ୍ଠୀ  ଛାତ୍ରମାନେ ବିରୋଧ କରିଥିଲେ ।  ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା ।

ତେବେ  ମଙ୍ଗଳବାର ପ୍ରାୟ ୨ଟା  ସମୟରେ ବିବାଦ ଉଗ୍ରରୂପ ନେଇଥିଲା । ଖବର ପାଇ କିଛି ସମୟ ମଧ୍ୟରେ ବରଗଡ ଥାନା ପୋଲିସ ଘଟଣା ସ୍ଥଳରେ ପହଚିଥିଲା । ପରେ ଦୁଇ ଗୋଷ୍ଠୀଙ୍କୁ ଥାନାକୁକୁ ଡାକି ପଚରାଉଚୂରା କରିଥିଲା । ଭୁଲୁ ବୁଝାମଣା  ପାଇଁ ଏମିତି ଘଟଣା ଘଟିଥିବା ପୁଲିସ ଆଗରେ ଦୁଇ ଗୋଷ୍ଠୀ ସ୍ଵୀକାର କରିଥିଲେ । ବରଗଡ ଥାନା ପୋଲିସ ଆପୋସ ବୁଝାମଣା କରି ପୁଲିସ ଛାଡିଦେଇଥିଲା । ଅପରପକ୍ଷେ, କଲେଜ କ୍ୟାମ୍ପସ୍‌ରେ ଏଭଳି ଛାତ୍ର ଅଶାନ୍ତି ଦିନକୁ ଦିନ ବୃଦ୍ଧି ପାଇବା ବୁଦ୍ଧିଜୀବୀଙ୍କୁ ଚିନ୍ତାରେ ପକାଇଛି।

Comments are closed.