ଓଡିଶାମହାନଗର

Subhadra Scheme: ‘ଆଜି ସୁଭଦ୍ରା ଶକ୍ତି ମେଳାରେ ମା’ମାନଙ୍କ ଉତ୍ସାହ ଦେଖି ମୁଁ ଅଭିଭୂତ’

ଆମ ସରକାର କେବଳ ପ୍ରଚାରରେ ନୁହେଁ, ବରଂ 'କାର୍ଯ୍ୟାନ୍ୱୟନ' ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥାଏ। ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ପାଇଁ ଆଜି ଜିଲ୍ଲାର ୧,୮୪୮ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୨୬ କୋଟି ଟଙ୍କାର ସୁଧମୁକ୍ତ ଋଣ ପ୍ରଦାନ କରାଯାଇଛି।

ଭୁବନେଶ୍ବର‌: ଆମ ସରକାର କେବଳ ପ୍ରଚାରରେ ନୁହେଁ, ବରଂ ‘କାର୍ଯ୍ୟାନ୍ୱୟନ’ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥାଏ। ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ପାଇଁ ଆଜି ଜିଲ୍ଲାର ୧,୮୪୮ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୨୬ କୋଟି ଟଙ୍କାର ସୁଧମୁକ୍ତ ଋଣ ପ୍ରଦାନ କରାଯାଇଛି। ସୋନପୁରରେ ଆୟୋଜିତ ‘ସୁଭଦ୍ରା ଶକ୍ତି ମେଳା’ରେ ଜନତାଙ୍କୁ ଉଦ୍‌ବୋଧନ ଦେବା ଅବସରରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୬୩୩ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି,  ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ମାଧୋ ସିଂ ହାତଖର୍ଚ୍ଚ ଓ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପର୍ଯ୍ୟନ୍ତ, ଆମର ପ୍ରତିଟି ଯୋଜନା ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ସନ୍ଥ କବିଙ୍କ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ଦର୍ଶନକୁ ପାଥେୟ କରି, ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ ମନ୍ତ୍ରରେ ଆମେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ନିରନ୍ତର କାର୍ଯ୍ୟ କରିଚାଲିଛୁ।

cm in sonepur

 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଠାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମାତ୍ର ୨୦ ମାସର ଶାସନ କାଳ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାକୁ ଏହା ମୋର ଦ୍ୱିତୀୟ ଗସ୍ତ, ଯାହା ସୁବର୍ଣ୍ଣପୁରବାସୀଙ୍କ ପ୍ରତି ଆମ ସରକାରର ପ୍ରତିବଦ୍ଧତା ଓ ଆନ୍ତରିକତାକୁ ପ୍ରମାଣିତ କରୁଛି ବୋଲି କହିଥିଲେ। ଆଜି ସୁଭଦ୍ରା ଶକ୍ତି ମେଳାରେ ମା’ମାନଙ୍କ ଉତ୍ସାହ ଦେଖି ମୁଁ ଅଭିଭୂତ। ସନ୍ଥ କବି ଭୀମ ଭୋଇଙ୍କ ପବିତ୍ର ସମାଧି ପୀଠ ଖଲିଆପାଲିର ସାମଗ୍ରିକ ବିକାଶ ସହ ନଦୀଗର୍ଭ ଜଳାଶୟ, ଗାନ୍ଧୀ ଷ୍ଟାଡିୟମର ନବୀକରଣ ଏବଂ ଓପନ୍ ଥିଏଟର ଭଳି ପ୍ରମୁଖ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହି ପଦକ୍ଷେପଗୁଡ଼ିକ ଜିଲ୍ଲାର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ପ୍ରଗତିକୁ ଏକ ନୂଆ ଦିଗ ଦେବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button