ଦେଶ ବିଦେଶ

Sudarshan Chakra: ଛାନିଆ ହେବେ ଶତ୍ରୁ, ଭାରତ ପୁଣି କିଣିବ ଏସ୍-୪୦୦: ୨.୩୮ ଲକ୍ଷ କୋଟିର ଅସ୍ତ୍ରଶସ୍ତ୍ର କ୍ରୟକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶୁକ୍ରବାର ଦିନ ପ୍ରାୟ ୨.୩୮ ଲକ୍ଷ କୋଟି ଟଙ୍କାର ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର, ବିମାନ ଓ ସାମରିକ ସରଞ୍ଜାମ କ୍ରୟ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ବୃହତ ପ୍ରତିରକ୍ଷା ଚୁକ୍ତି ମାଧ୍ୟମରେ ଭାରତୀୟ ବାୟୁସେନା ପାଇଁ ରୁଷରୁ ଅତିରିକ୍ତ ଏସ୍-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ନୂତନ ମଧ୍ୟମ ପରିବହନ ବିମାନ ଓ ଷ୍ଟ୍ରାଇକ୍ ଡ୍ରୋନ୍ କ୍ରୟ କରାଯିବ। ଏଥିସହିତ ସ୍ଥଳସେନା ପାଇଁ ଧନୁଷ ବନ୍ଧୁକ ପ୍ରଣାଳୀ ଓ ବାୟୁ ପ୍ରତିରକ୍ଷା ଟ୍ରାକଡ୍ ସିଷ୍ଟମ୍ ଏବଂ ତଟରକ୍ଷୀ ବାହିନୀ ପାଇଁ ଶକ୍ତିଶାଳୀ ଏୟାର କୁଶନ ଯାନ ସାମିଲ କରିବା ପାଇଁ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇଛି, ଯାହା ଦେଶର ସାମରିକ ସାମର୍ଥ୍ୟକୁ ବିଶ୍ୱସ୍ତରରେ ଆହୁରି ସୁଦୃଢ଼ କରିବ।

ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରୁଷରୁ ଅତିରିକ୍ତ ଏସ୍-୪୦୦ ସହିତ ଦୂରଗାମୀ ଷ୍ଟେଲଥ୍ ଡ୍ରୋନ୍ କ୍ରୟ କରାଯାଉଛି। ଏହି ଡ୍ରୋନଗୁଡ଼ିକ ଶତ୍ରୁ ଶିବିରରେ ପଶି ଗୁପ୍ତଚର ତଥ୍ୟ ସଂଗ୍ରହ କରିବା ସହ ଆକ୍ରମଣ କରିବାରେ ସକ୍ଷମ। ସେହିପରି ବାୟୁସେନାରେ ଥିବା ପୁରୁଣା ଏନ୍-୩୨ ଏବଂ ଆଇଏଲ୍-୭୬ ପରିବହନ ବିମାନ ବଦଳରେ ନୂଆ ମଧ୍ୟମ ପରିବହନ ବିମାନ ସାମିଲ ହେବ, ଯାହା ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ପରିବହନକୁ ଅଧିକ ଦ୍ରୁତ କରିବ। ଏଥିସହିତ ସୁ-୩୦ ଯୁଦ୍ଧ ବିମାନର ଇଞ୍ଜିନ୍ ମରାମତି ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ସ୍ଥଳସେନାର ଶକ୍ତି ବୃଦ୍ଧି ପାଇଁ ””ଧନୁଷ”” ବନ୍ଧୁକ ଓ ଟ୍ୟାଙ୍କ କ୍ରୟକୁ ଅନୁମୋଦନ ଦିଆଯାଇଛି। ଏହା ସହିତ ସୀମାରେ ନିରବଚ୍ଛିନ୍ନ ଯୋଗାଯୋଗ ପାଇଁ ଉଚ୍ଚ-କ୍ଷମତା ସମ୍ପନ୍ନ ରେଡିଓ ରିଲେ ଏବଂ ରନୱେ ସ୍ୱାଧୀନ ଏରିଆଲ୍ ନିରୀକ୍ଷଣ ପ୍ରଣାଳୀ ସେନାରେ ସାମିଲ ହେବ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button