ମନୋରଞ୍ଜନ

Sudhakar’s ‘Baxi Jagbandhu’: ସୁଧାକରଙ୍କ ‘ବକ୍ସି ଜଗବନ୍ଧୁ’

ଓଡ଼ି଼ଶାର ଜଣାଶୁଣା ନିର୍ଦ୍ଦେଶକ ସୁଧାକର ବସନ୍ତ ଏବେ ଏକ ବିଗ୍‌ ବଜେଟ୍‌ ଓଡ଼ିଆ ଛବି ନିର୍ମାଣ ଲାଗି ସଜବାଜ ହେଉଛନ୍ତି। ଏହାର ଶୀର୍ଷକ ରହିଛି ‘ବକ୍ସି ଜଗବନ୍ଧୁ’। ସ୍ବାଧୀନତା ସଂଗ୍ରାମର ମହାନ ସେନାନୀ ବକ୍ସି ଜଗବନ୍ଧୁଙ୍କ ଜୀବନୀ ଉପରେ ଏହାର କଥାବସ୍ତୁ ଆଧାରିତ।

ଓଡ଼ି଼ଶାର ଜଣାଶୁଣା ନିର୍ଦ୍ଦେଶକ ସୁଧାକର ବସନ୍ତ ଏବେ ଏକ ବିଗ୍‌ ବଜେଟ୍‌ ଓଡ଼ିଆ ଛବି ନିର୍ମାଣ ଲାଗି ସଜବାଜ ହେଉଛନ୍ତି। ଏହାର ଶୀର୍ଷକ ରହିଛି ‘ବକ୍ସି ଜଗବନ୍ଧୁ’। ସ୍ବାଧୀନତା ସଂଗ୍ରାମର ମହାନ ସେନାନୀ ବକ୍ସି ଜଗବନ୍ଧୁଙ୍କ ଜୀବନୀ ଉପରେ ଏହାର କଥାବସ୍ତୁ ଆଧାରିତ। ପ୍ରକାଶ ଶ୍ରୀଚନ୍ଦନଙ୍କ ପ୍ରଯୋଜିତ ଏହି ସିନେମାର କାହାଣୀକାର ଦିଲୀପ ଶ୍ରୀଚନ୍ଦନ ଓ ନବକିଶୋର ମହାପାତ୍ର। ନବକିଶୋର ଏହାର ସଂଳାପ ରଚନା କରିଛନ୍ତି। ଓଡ଼ିଆ, ତେଲୁଗୁ, ତାମିଲ, ବଙ୍ଗଳା ଓ ହିନ୍ଦୀ ଭାଷାରେ ନିର୍ମାଣାଧୀନ ଏହି ପ୍ୟାନ୍ ଇଣ୍ଡିଆ ସିନେମାର କଳାକାର ଚୟନ ଜାରି ରହିଛି। ଫେବ୍ରୁଆରି ୨୭ ତାରିଖରେ ଏହି ସିନେମାର କଳାକାରଙ୍କ ନାମ ଘୋଷଣା କରାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଏଣେ ‘ବାପାଙ୍କ ସ୍ବପ୍ନ’ ଶୀର୍ଷକରେ ଏକ ସର୍ଟଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର। ପ୍ରଥମଟିରେ ପପି ସନ୍ତୁକା, ସତ୍ୟବ୍ରତ ଓଝା, ମିଟୁ ମିଥୁନ, ମାମାଲି ମିଶ୍ର ଓ ନବାଗତ ମନୋଜ କୁମାର ପ୍ରଧାନ ମୁଖ୍ୟଭୂମିକାରେ ଅଛନ୍ତି। ଶାନ୍ତନୁ ନାୟକ ଏହାର ସଂଗୀତକାର। ମନୋରଞ୍ଜନ ରାଉଳ ସଂଳାପ ରଚନା କରିଥିବା ବେଳେ ସନ୍ତୋଷ ନାୟକ ଗୀତ ଲେଖିଛନ୍ତି।

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button