ଓଡିଶାଜିଲ୍ଲା

Sukinda: ସୁକିନ୍ଦାରେ ଟସର ଫାର୍ମ ବୁଲିଲେ ଆଣ୍ଡାମାନ ପ୍ରତିନିଧି ଦଳ

ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ୩୮ ଜଣିଆ ପଞ୍ଚାୟତିରାଜ ପ୍ରତିନିଧି ଦଳ ବାହ୍ୟ ପରିଭ୍ରମଣ ଗସ୍ତରେ ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି। ଟାଟାଷ୍ଟିଲ ଫାଉଣ୍ଡେସନ ଦ୍ବାରା ପରିଚାଳିତ...

କାଳିଆପାଣି (ରବି ନାରାୟଣ କର): ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ୩୮ ଜଣିଆ ପଞ୍ଚାୟତିରାଜ ପ୍ରତିନିଧି ଦଳ ବାହ୍ୟ ପରିଭ୍ରମଣ ଗସ୍ତରେ ଆଜି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି। ଟାଟାଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଇକୋ ରେସ୍ ପାଇଁ ବିଶ୍ବ ପ୍ରସିଦ୍ଧ ମଙ୍ଗଳପୁର ଟସର ଫାର୍ମ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଅନୁଦାନରେ ଇଣ୍ଡିଆନ ଗ୍ରାମୀଣ ସର୍ଭିସେସ୍(ଆଇଜିଏସ୍‌) ସହଭାଗିତାରେ ଦାମୋଦରପୁର-ବୋତଲଣ୍ଡା ବୃହତ୍ ପିଜୁଳି ଫାର୍ମ, ସୁକିନ୍ଦା ମେଗା ପାନୀୟଜଳ ପ୍ରକଳ୍ପର କାଙ୍କଡ଼ପାଳ ଜଳ ବିଶୋଧନ କାରଖାନା(ଡବ୍ଲୁଟିପି), କଲରଙ୍ଗିଅତ୍ତା ଜୈବ ବିବିଧତା ପ୍ରମୋଦ ଉଦ୍ୟାନ ଓ ଦାନଗଦୀ ଦକ୍ଷତା ବିକାଶ କେନ୍ଦ୍ର ବୁଲି ସଂପୃକ୍ତ ପଞ୍ଚାୟତର ଆକର୍ଷଣୀୟ ଭିତ୍ତିଭୂମି ଓ ନିଜସ୍ବ ରାଜସ୍ବ ସଂଗ୍ରହ ସଂପର୍କରେ ବ୍ୟବହାରିକ ଜ୍ଞାନ ଆହରଣ କରିଥିଲେ।

ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ରାଜ୍ୟ ନୋଡାଲ ଅଧିକାରୀ ବିଜୟ କୁମାର ଦାସ ଓ ଡୋମେନ ଏକ୍ସପର୍ଟ(ପ୍ରଭାବକ୍ଷେତ୍ର ଦକ୍ଷ) ସୁନିତା ଦାସଙ୍କ ନେତୃତ୍ବରେ ୬ ଜଣ ବ୍ଲକ ପ୍ରେସିଡେଣ୍ଟ୍‌(ପଞ୍ଚାୟତିରାଜ ଅଧ୍ୟକ୍ଷ) ଚମ୍ପା ଦାସ, ପଦ୍ମ‌ାବତୀ, ସୀତା ମାଝୀ, ଶିବାନୀ ମଜୁମଦାର, ପରମାନନ୍ଦନ ଓ ଦୀପଙ୍କର ମିସ୍ତ୍ରି, ଜଣେ ଜିଲ୍ଲା ପରିଷଦ ଉପସଭାପତି ଭୂମିନାଦନ, ୩ ଜଣ ଜିଲ୍ଲା ପରିଷଦ ସଭ୍ୟା ଲୀଳାବତୀ, ସୁନୀତି, ଅଞ୍ଜୁମ ହାଲଦାର ଓ ୨୬ ଜଣ ସରପଞ୍ଚ ଏହି ଦଳ‌ରେ ଥିଲେ।

ସୁକିନ୍ଦା ବିଡିଓ ପ୍ରଜ୍ଞ‌ା ପରିମିତା ପୃଷ୍ଟି ଓ ଜିଲ୍ଲା ପଞ୍ଚାୟତିରାଜ ସମ୍ବଳ କେନ୍ଦ୍ରର ସ୍ବତନ୍ତ୍ର ଅଧିକାରୀ ପ୍ରିୟବ୍ରତ ପତିଙ୍କ ଉପସ୍ଥିତିରେ କାଳିଆପାଣି ସରପଞ୍ଚ ବିକାଶ କୁମାର ପାତ୍ର, ରାଁସୋଳ ସରପଞ୍ଚ କନକଲତା ସର୍ଦ୍ଦାର, କାଙ୍କଡ଼ପାଳ ସରପଞ୍ଚ ସଞ୍ଜୟ କୁମାର ପରିଡ଼ା, ରାଁସୋଳ ବନପାଳ ରାମ ତିରିଆ, ବ୍ଲକ ପାନୀୟଜଳ ଯୋଗାଣ ଯନ୍ତ୍ରୀ ଇଂ ଦଶରଥ ନାଏକ, କନିଷ୍ଠ ଯନ୍ତ୍ରୀ ଇଂ ମାନସ ରଞ୍ଜନ ବେହେରା ଓ ହେମନ୍ତ କୁମାର ଦ୍ବିବେଦୀ, ନିର୍ମାଣ ଯନ୍ତ୍ରୀ ଇଂ ବାଘରାଇ ମାଝୀ, ବୃହତ୍ ପିଜୁଳି ଫାର୍ମ ଜୋନାଲ ମୁଖ୍ୟ ଭାସ୍କର ଚନ୍ଦ୍ର ସାହୁ, ଲକ୍ଷ୍ମୀପ୍ରିୟା ପରିଡ଼‌ା ଓ ଅଭୟ ବେରା, ଟିଏସ୍‌ଏଫ୍‌ ପ୍ରବନ୍ଧକ ଆଶୁତୋଷ ପଣ୍ଡା, ଡବ୍ଲୁଟିପି ଭାରପ୍ରାପ୍ତ ମୁଖ୍ୟ ଇଂ ବାଲାଇ ଚନ୍ଦ୍ର ପାଲ, ଇଂ ପଲାସ ଆଦକ ଓ ବିନୋଦ ସେନାପତି, ପିଇଓ ଗୌରହରି ବେହେରା ଓ ଅରବିନ୍ଦ ଜେନା ପ୍ରମୁଖ ବିଭିନ୍ନ କ୍ଷେତ୍ର ସମୀକ୍ଷାରେ ସହଯୋଗ କରିଥିଲେ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button