Breaking News

ଶିକ୍ଷକଙ୍କ କର୍ମ ଶିକ୍ଷାଦାନ ସହ ସମାଜ ସେବା ଓ ବଳିଷ୍ଠ ନେତୃତ୍ବର ନିଦର୍ଶନ

ଛାତ୍ର ବତ୍ସ୍ୟଳ ଶିକ୍ଷକ ଘନଶ୍ୟାମ ପତିଙ୍କ ଅବସର ଉପଲକ୍ଷେ ବିଦାୟକାଳିନ ସମ୍ବର୍ଦ୍ଧନା ଉତ୍ସବ

0

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ଗ୍ରାମ ପଞ୍ଚାୟତର କୁଟିବାରୀ ଗ୍ରାମର ପ୍ରକଳ୍ପ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଘନଶ୍ୟାମ ପତିଙ୍କ ଅବସରକାଳିନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଶୋକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଅବସର ଶିକ୍ଷକଙ୍କ ସମ୍ବର୍ଦ୍ଧନାରେ ଏଭଳି ଭଲ ପାଇବା ଦେଖି ଶିକ୍ଷକଙ୍କ କର୍ମ କେବଳ ଶିକ୍ଷାଦାନରେ ହିଁ ସିମିତ ନୁହେଁ, ସେମାନେ ସମାଜ ସେବା ସହିତ ବଳିଷ୍ଠ ନେତୃତ୍ବ ନେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାନ୍ତି। ଶ୍ରୀ ଘନଶ୍ୟାମ ପତିଙ୍କ ସମସ୍ତ କାର୍ଯ୍ୟ ଶିକ୍ଷାଦାନ ସହିତ ସମାଜ ସେବା ଓ ବଳିଷ୍ଠ ନେତୃତ୍ବର ପ୍ରମାଣ  ବୋଲି ପ୍ରକାଶ କରିଥିଲେ। ତାଙ୍କର ସମସ୍ତ ଅବସରକାଳିନ ପ୍ରାପ୍ୟ ଓ କାଗଜପତ୍ର ୨ ମାସ ଭିତରେ ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାଧୁ ଚରଣ ପଣ୍ତା, ପୂର୍ବତନ ବିଧାୟକ ଦୁଗୁନି କହଁର, ପୂର୍ବତନ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର କହଁର, କେଳାପଡା ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନ, ଅନ୍ତରଙ୍ଗ ବ୍ଲକ୍ ସଭାପତି ତଥା ଜିଲ୍ଲା ଉପସଭାପତି କୁଞ୍ଜବନ କହଁର, ସମାଜ ସେବୀ ତଥା  ‘ଭରସା’ ୱେବ ପୋର୍ଟାଲ ସମ୍ପାଦକ ଅକ୍ଷୟ କୁମାର ନାୟକ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, କେଳାପଡା, ଜୟଲମ୍ବା ଓ କୁଟିବାରୀ ଗ୍ରାମର ଗ୍ରାମବାସୀ ଓ ପୁର୍ବତନ ଛାତ୍ର ଛାତ୍ରୀମାନେ ଯୋଗଦେଇଥିଲେ।

ରାଜେନ୍ଦ୍ର କହଁର ଓ  ଶିକ୍ଷକ ଶିକ୍ଷୟତ୍ରୀମାନେ ଶ୍ରୀ ଘନଶ୍ୟାମ ପତିଙ୍କ ଦୀର୍ଘ ୩୪ ବର୍ଷର ସହଯୋଗ ଓ ସହଭାଗିତାକୁ ଭୁୟସି ପ୍ରଶଂସା କରିଥିଲେ। ପୂର୍ବତନ ବିଧାୟକ ଦୁଗୁନି କହଁର ପତି  କହିଥିଲେ ଯେ ଶ୍ରୀ ଘନଶ୍ୟାମ ପତିଙ୍କ ସହଯୋଗର ଦୁଇଟି ବଡ ମାଇଲିଖୁଣ୍ଟ କେଳାପଡା ଭୃଙ୍ଗିଯୋଡିର ରାଜେନ୍ଦ୍ର ହାଇସ୍କୁଲ ଓ କେଳାପଡା ମନ୍ଦିର ନିର୍ମାଣ ହୋଇଥିଲା। ତାଙ୍କର ଏହି ସହ ଭାଗିତା ସବୁବେଳେ ମନେ ରହିବ ବୋଲି ପ୍ରକାଶ କରିଥିଲେ।

କୁଟିବାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ୟାସୀ କହଁର ସହ ସମସ୍ତ ସହକାରୀ ଶିକ୍ଷକଙ୍କ ସହଯୋଗ ଓ ସହଭାଗିତାରେ ଏହି ବିଦାୟକାଳିନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମକୁ ସମାଜ ସେବୀ ତଥା ‘ଭରସା’ ୱେବ ପୋର୍ଟାଲ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ନାୟକ ପରିଚାଳନା କରିଥିଲେ।
ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ପରେ କରତାଳି ଓ ହୁଳହୁଳିରେ ପରିବେଶ ମୁଖରିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରଙ୍କ ଦ୍ବାରା ଅବସରକାଳିନ ଶିକ୍ଷକଙ୍କ ଉଦେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ସଙ୍ଗୀତ ଗାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଭାବ ବିହୋଳ ଓ ଅଶୃଳ ପରିବେଶ ସୃଷ୍ଠି ହୋଇଥିଲା।

କନ୍ଧମାଳ ଜିଲାର ସାମାଜିକ, ସାଂସ୍କୃତିକ, ଶିକ୍ଷା, ଜନସଚେତନତା, ଶାନ୍ତି ସଦଭାବନା କ୍ଷେତ୍ରରେ ଶ୍ରୀ ଘନଶ୍ୟାମ ପତିଙ୍କ ଅନେକ କୃତିତ୍ବ ରହିଛି।  ଅନ୍ତରଙ୍ଗ କନ୍ଧମାଳ ଫିରିଙ୍ଗିଆ ବ୍ଳକ ତରଫରୁ ଶ୍ରୀ ଘନଶ୍ୟାମ ପତିଙ୍କୁ ପ୍ରମାଣପତ୍ର ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଶ୍ରୀ ଘନଶ୍ୟାମ ପତିଙ୍କୁ ‘ଭରସା’ ୱେବ ପୋର୍ଟାଲ ପରିଚାଳନା ନିର୍ଦେଶକ ଡ.ରମାକାନ୍ତ ମହାନନ୍ଦ ଅବସରକାଳୀନ ଉତ୍ସବ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହାସହିତ ତାଙ୍କର ସୁଖମୟ ଓ ସୁସ୍ଥ ଦୀର୍ଘଜୀବନ କାମନା କରିଥିଲେ। ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଛାତ୍ରବତ୍ସ୍ୟଳ ଶିକ୍ଷକ ଶ୍ରୀ ଘନଶ୍ୟାମ ପତିଙ୍କୁ ‘ଭରସା’ ୱେବ ପୋର୍ଟାଲ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ନାୟକ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଏହି ବିଦାୟକାଳୀନ ଉତ୍ସବରେ ଶ୍ରୀ ଘନଶ୍ୟମ ପତିଙ୍କ ପରିବାର ଓ ଗ୍ରାମବାସୀ ଯୋଗଦେବା ସହିତ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ କନ୍ଧମାଳ ବାସୀଙ୍କୁ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ଆକର୍ଷଣୀୟ ନୃତ୍ୟସଙ୍ଗୀତ ପରିବେଷିତ ହୋଇଥିଲା।

Leave A Reply

Your email address will not be published.