ଦେଶ ବିଦେଶ

Supreme Court Rejects Abu Salem’s Plea: ୨୫ ବର୍ଷର ଜେଲଦଣ୍ଡ ପୂରଣ କରିବା ପରେ ମଧ୍ୟ ଆବୁ ସାଲେମଙ୍କ ମୁକ୍ତିକୁ ନା

ଚାରପତି ବିକ୍ରମ ନାଥ ଓ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ରାୟ ଦେଇ ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।ସାଲେମଙ୍କ ଆଇନଜୀବୀ ଯୁକ୍ତି ଦର୍ଶାଇଥିଲେ ଯେ, ତାଙ୍କ ମହକିଲ ୨୫ ବର୍ଷର ଜେଲ୍‌ଦଣ୍ଡ ପୂରଣ କରିଛନ୍ତି। ତାଙ୍କୁ ମୁକ୍ତ କରାଯିବା ଉଚିତ।

ନୂଆଦିଲ୍ଲୀ: ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ସାଲେମଙ୍କ ମୁକ୍ତି ଆବେଦନକୁ ଖାରଜ କରିଦେଇଛନ୍ତି। ବିଚାରପତି ବିକ୍ରମ ନାଥ ଓ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସାଲେମଙ୍କ ଆଇନଜୀବୀ ଯୁକ୍ତି ଦର୍ଶାଇଥିଲେ ଯେ, ତାଙ୍କ ମହକିଲ ୨୫ ବର୍ଷର ଜେଲ୍‌ଦଣ୍ଡ ପୂରଣ କରିଛନ୍ତି। ତାଙ୍କୁ ମୁକ୍ତ କରାଯିବା ଉଚିତ।

ଆଇନଜୀବୀ କହିଥିଲେ,ଯେ ସାଲେମଙ୍କୁ ୧୧ ନଭେମ୍ବର ୨୦୦୫ରେ ହେପାଜତକୁ ନିଆଯାଇଥିଲା। ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ଆଇନଜୀବୀ ଜେଲ୍‌ରୁ ମୁକ୍ତ କରାଯିବା ବଦଳରେ ୨୫ ବର୍ଷ ଜେଲଦଣ୍ଡର ସାମିଲ କରି ଗଣନା କରୁଛନ୍ତି। ସୂଚନାଯୋଗ୍ୟ ଆବୁ ସାଲେମଙ୍କୁ ପର୍ତ୍ତୁଗାଲରୁ ପ୍ରତ୍ୟର୍ପଣ କରାଯାଇଥିଲା। ଭାରତ ଓ ପର୍ତ୍ତୁଗାଲ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ, ସାଲେମଙ୍କୁ ମୃତ୍ୟୁଦଣ୍ଡ କିମ୍ବା ୨୫ ବର୍ଷରୁ ଅଧିକ ଜେଲଦଣ୍ଡ ଦିଆଯାଇପାରିବ ନାହିଁ।
ପର୍ତ୍ତୁଗାଲ କାହିଁକି ଚୁକ୍ତି ସ୍ୱାକ୍ଷର କରି ସାଲେମକୁ ଭାରତକୁ ହସ୍ତାନ୍ତର କଲା?

୨୦୦୨ ମସିହାରେ ଏକ ନକଲି ପାସପୋର୍ଟ ମାମଲାରେ ଆବୁ ସାଲେମଙ୍କୁ ପର୍ତ୍ତୁଗାଲରେ ଗିରଫ କରାଯାଇଥିଲା ଏବଂ ଭାରତ ତାଙ୍କର ପ୍ରତ୍ୟର୍ପଣ ପାଇଁ ଆବେଦନ କରିଥିଲା। ଯେତେବେଳେ ପର୍ତ୍ତୁଗାଲ ତାଙ୍କୁ ଭାରତକୁ ହସ୍ତାନ୍ତର କରିଥିଲା, ସେତେବେଳେ ଭାରତ ତାଙ୍କୁ ମୃତ୍ୟୁଦଣ୍ଡ ଅବା ୨୫ ବର୍ଷରୁ ଅଧିକ ଜେଲଦଣ୍ଡ ନ ଦେବାକୁ ପର୍ତ୍ତୁଗାଲ ଦାବି କରିଥିଲା।
ଭାରତର ପ୍ରତିଶ୍ରୁତି ପରେ, ଏକ ପର୍ତ୍ତୁଗାଲ କୋର୍ଟ ଫେବ୍ରୁଆରି ୨୦୦୪ରେ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଥିଲା। ୧୧ ନଭେମ୍ବର ୨୦୦୫ରେ ଆବୁ ସାଲେମଙ୍କୁ ପର୍ତ୍ତୁଗାଲରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା। ଏହି ପ୍ରତିଶ୍ରୁତି ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ପର୍ତ୍ତୁଗାଲରେ ମୃତ୍ୟୁଦଣ୍ଡ ନାହିଁ ଏହା ସହିତ ସେଠାରେ ସର୍ବାଧିକ କାରାଦଣ୍ଡ ସୀମିତ। ପର୍ତ୍ତୁଗାଲ ନିଜ ଦେଶରେ ପ୍ରଚଳିତ ଦଣ୍ଡାଦେଶ ସର୍ତ୍ତରେ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଥିଲା।

୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ
୧୯୯୩ ମସିହାର ମୁମ୍ବାଇ ବୋମା ବିସ୍ଫୋରଣ ଭାରତୀୟ ଇତିହାସର ସବୁଠାରୁ ବଡ଼ ଓ ଭୟଙ୍କର ସିରିଏଲ ବୋମା ବିସ୍ଫୋରଣ ମଧ୍ୟରୁ ଗୋଟିଏ ଥିଲା। ଏହା ଏକ ସୁଚିନ୍ତିତ ଆତଙ୍କବାଦୀ ଆକ୍ରମଣ ଥିଲା ଯାହା ୧୨ ମାର୍ଚ୍ଚ, ୧୯୯୩ ଅପରାହ୍ନ ୧:୩୦ ରୁ ୩:୪୦ ମଧ୍ୟରେ ଘଟିଥିଲା। ସେହି ଦିନ, ମୁମ୍ବାଇର ୧୨-୧୩ ଟି ସ୍ଥାନରେ ଲଗାତାର ଭାବରେ ଆର୍‌ଡିଏକ୍ସ ଭର୍ତ୍ତି କାର୍ ବୋମା ବିସ୍ଫୋରଣ ହୋଇଥିଲା। ମୁଖ୍ୟତଃ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ଏୟାର ଇଣ୍ଡିଆ ବିଲଡିଂ ସମେତ ସହରର ବ୍ୟସ୍ତବହୁଳ ତଥା ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରାଯାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button