ଦେଶ ବିଦେଶ

Supreme Court to Deploy AI: ସୁପ୍ରିମକୋର୍ଟରେ ”ଏଆଇ” ଯୁଗମାମଲା ଆବଣ୍ଟନରେ ହଟିବ ମାନବ ହସ୍ତକ୍ଷେପ

ନ୍ୟାୟିକ ପ୍ରଶାସନରେ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ କୋର୍ଟ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି।

ନୂଆଦିଲ୍ଲୀ: ନ୍ୟାୟିକ ପ୍ରଶାସନରେ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ କୋର୍ଟ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନୂତନ ଏଆଇ-ପରିଚାଳିତ ସଫ୍ଟୱେର୍ ଏଣିକି ମାମଲାଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ସହ ବିଭିନ୍ନ ବେଞ୍ଚକୁ ମାମଲା ଆବଣ୍ଟନ କରିବ।

ଏକ ଆଭ୍ୟନ୍ତରୀଣ ତଦନ୍ତରୁ ରେଜିଷ୍ଟ୍ରି ମଧ୍ୟରେ ଥିବା ବ୍ୟବସ୍ଥାଗତ ବିଫଳତା ସାମ୍ନାକୁ ଆସିବା ପରେ ଏହି ସଂସ୍କାର ଅଣାଯାଇଛି। ପୁରୁଣା ବୈଷୟିକ ଭିତ୍ତିଭୂମି ଏବଂ ଦୀର୍ଘ ଦିନ ଧରି ଗୋଟିଏ ପଦବୀରେ ରହିଥିବା ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ମାମଲା ଆବଣ୍ଟନରେ ଅନିୟମିତତା ଦେଖାଦେଇଥିଲା। ଏହି ”ରୋଷ୍ଟର” କ୍ଷମତା ସିଜେଆଇଙ୍କ କାର୍ଯ୍ୟାଳୟକୁ ସମାଲୋଚନାର ପରିସରକୁ ଆଣୁଥିବାରୁ, ଏବେ ଏଆଇ ବ୍ୟବହାର ଦ୍ୱାରା ମାନବ ହସ୍ତକ୍ଷେପକୁ ସମ୍ପୂର୍ଣ୍ଣ ରୂପେ ଦୂର କରାଯିବ। ରେଜିଷ୍ଟ୍ରିରେ ବର୍ଷ ବର୍ଷ ଧରି ଚାଲିଥିବା ଅଦକ୍ଷତା ଓ ରକ୍ଷଣଶୀଳତାକୁ ଶେଷ କରିବା ପାଇଁ ଅଧିକାରୀମାନଙ୍କର ଆନ୍ତଃବିଭାଗୀୟ ବଦଳି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ପରେ ଏହି ମାସ ଶେଷ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ବଦଳି ପ୍ରକ୍ରିୟା ଶେଷ ହେବ ବୋଲି ଆଶା କରାଯାଉଛି।

ବଦଳିବେ ଅଧିକାରୀ

ଇରଫାନ ସୋଲାଙ୍କିଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି ସମୟରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ବିପୁଲ ପାଞ୍ଚୋଲିଙ୍କ ଖଣ୍ଡପୀଠ ଏକ ବଡ଼ ଧରଣର ପ୍ରଶାସନିକ ତ୍ରୁଟି ଲକ୍ଷ୍ୟ କରିଥିଲେ। ଉକ୍ତ ଆବେଦନରେ ଉତ୍ତର ପ୍ରଦେଶ ଗ୍ୟାଙ୍ଗଷ୍ଟର ଆଇନକୁ ଭାରତୀୟ ଦଣ୍ଡ ସଂହିତା, ୨୦୨୩ର ଧାରା ୧୧୧ ସହ ସଂଘର୍ଷ କରୁଥିବା ଦର୍ଶାଇ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ଘଟଣା ପରେ ସର୍ବୋଚ୍ଚ ନ୍ୟାୟାଳୟ ବ୍ୟବସ୍ଥାର ସମୂଳ ପରିବର୍ତ୍ତନ ପାଇଁ ଅଣ୍ଟା ଭିଡ଼ିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button