Suspected Terrorist Arrested: ରାଜଧାନୀରୁ ଆତଙ୍କବାଦୀକୁ ଗିରଫ କଲା ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ

ରାଜଧାନୀର ୟୁନିଟ୍‌-୬ ଅଞ୍ଚଳରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ। ତାର ନାମ ଏସ କେ ଇମ୍ରାନ୍ ବୋଲି ଜଣାଯାଇଛି। ତାର କେତେକ ଆତଙ୍କୀ ସଙ୍ଗଠନ ସହ ସଂପର୍କ ଥିବା କୁହାଯାଉଛି।

ଭୁବନେଶ୍ବର: ରାଜଧାନୀର ୟୁନିଟ୍‌-୬ ଅଞ୍ଚଳରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ। ତାର ନାମ ଏସ କେ ଇମ୍ରାନ୍ ବୋଲି ଜଣାଯାଇଛି। ଗିରଫକରାଯିବା ପରେ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରି ୪ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଛି।

ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହମୂଳକ ସ୍ଲୋଗାନ ପୋଷ୍ଟ କରୁଥିଲା

ଏହି ଘଟଣା ପରେ ଅଧିକ ସତର୍କ ହୋଇଛି କମିସନରେଟ୍‌ ପୁଲିସ୍ । ଏହି ଯୁବକ ଜଣଙ୍କ କିଛି ମାସ ହେବ ୟୁନିଟ୍‌-୬ ଅଞ୍ଚଳର ଏକ ଭଡ଼ା ଘରେ ରହୁଥିଲା । ସେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହମୂଳକ ସ୍ଲୋଗାନ ପୋଷ୍ଟ କରୁଥିଲା । ଏହା ବାବଦରେ ଇମ୍ରାନ୍ ପାଖକୁ ବିଭିନ୍ନ ସୂତ୍ରରୁ ଟଙ୍କା ଆସୁଥିଲା । ଏପରିକି ତାର କେତେକ ଆତଙ୍କୀ ସଙ୍ଗଠନ ସହ ସଂପର୍କ ଥିବା କୁହାଯାଉଛି। ଏହି ଯୁବକ ଜଣଙ୍କ କେଉଁ ଉଦ୍ଦେଶ୍ୟରେ ଏପରି ଦେଶଦ୍ରୋହ କାମ କରୁଥିଲେ ତାହାର ଖୋଳତାଡ଼ କରିବ ଦିଲ୍ଲୀ ପୁଲିସ୍ ।

ସୌଜନ୍ୟ ସମ୍ବାଦ