ରାଜନୀତି

Suspension Fallout: ଦୁଇ ବିଧାୟକଙ୍କୁ ସସପେଣ୍ଡ ପରେ ବିଜେଡିରେ ହଡକମ୍ପ, ଆଗକୁ ପଡ଼ିବ କି କାହା ପାଳି ବଢ଼ିଲା ଛନକା

ଦୁଇ ବିଧାୟକଙ୍କୁ ନବୀନ ସସପେଣ୍ଡ କରିବା ପରେ ଦଳରେ ହଡକମ୍ପ। ଆଗକୁ ପଡ଼ିବ କି କାହା ପାଳି। ଦଳୀୟ ବିଶୃଙ୍ଖଳା ନାଁରେ କାହା ଉପରେ ଛିଣ୍ଡିବ କି ସୁପ୍ରିମୋଙ୍କ ଶୃଙ୍ଖଳା ଛାଟ ? ଏହାକୁ ନେଇ ଦଳ ଭିତରେ ନାନା ଚର୍ଚ୍ଚା ଆଲୋଚନା ଚାଲିଛି।

ବିଜେଡିର ଦୁଇ ବିଧାୟକଙ୍କୁ ନବୀନ ସସପେଣ୍ଡ କରିବା ପରେ ଦଳରେ ହଡକମ୍ପ। ଆଗକୁ ପଡ଼ିବ କି କାହା ପାଳି। ଦଳୀୟ ବିଶୃଙ୍ଖଳା ନାଁରେ କାହା ଉପରେ ଛିଣ୍ଡିବ କି ସୁପ୍ରିମୋଙ୍କ ଶୃଙ୍ଖଳା ଛାଟ ? ଏହାକୁ ନେଇ ଦଳ ଭିତରେ ନାନା ଚର୍ଚ୍ଚା ଆଲୋଚନା ଚାଲିଛି। ଗତକାଲି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରକୁ ବିଜେଡିରୁ ନିଲମ୍ବନ କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଉଭୟଙ୍କ ବିରୋଧରେ ଆକ୍ସନ ହୋଇଛି।

ଉଭୟ ସନାତନ ଓ ଅରବିନ୍ଦ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ଏହି ଆକ୍ସନ ନିଆଯାଇଥିବା ବିଜେଡି କହିଛି। ତଥ୍ୟ ପ୍ରମାଣ ମିଳିବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପ୍ରଥମ କରି ୨୦୨୪ରେ ବିଜେଡି ଟିକେଟରେ ପାଟକୁରାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ସେହିଭଳି ଚମ୍ପୁଆରୁ ପ୍ରତିନିଧିତ୍ବ କରୁଛନ୍ତି ସନାତନ ମହାକୁଡ। ଗତକିଛିଦିନ ଧରି ସନାତନ ବେଶ୍ ଚର୍ଚ୍ଚାରେ ରହିଥିଲେ। ଏପରିକି ବିଜେଡି ବିଧାୟକ ଦଳ ବୈଠକକୁ ଯାଇନଥିବାରୁ ନବୀନ ବିଧାନସଭା ପରିସରରେ ତାଙ୍କୁ ତାଗିଦ କରିଥିବା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବାରମ୍ବାର ଭୁରି ଭୁରି ପ୍ରଶଂସା କରୁଛନ୍ତି ସନା ମହାକୁଡ଼ ।

ନିକଟରେ ସନା ମହାକୁଡ କହିଥିଲେ. ବିଜେଡି ସରକାର ୨୪ ବର୍ଷରେ କେନ୍ଦୁଝରର ବିକାଶ ପାଇଁ କିଛି କରିନାହିଁ। ଏଣୁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ରହିଛନ୍ତି। ଉଭୟ ସ୍ପଷ୍ଟ ଭାବେ କେଉଁ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ ସେନେଇ କୌଣସି ଟିପ୍ପଣୀ ରଖିନି ଶଙ୍ଖ ଦଳ।…

ନବୀନଙ୍କ ଆକ୍ସନ ପରେ ବିଜେଡିରେ କମ୍ପନ

ସନା ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ ଛନକା
ଗତକାଲି ୨ ବିଧାୟକଙ୍କୁ ସସପେଣ୍ଡ କରିଥିଲେ ନବୀନ
ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିର ଆକ୍ସନ

 

 

ସୌଜନ୍ୟ OTV

Leave a Reply

Your email address will not be published. Required fields are marked *

Back to top button