ବିଶେଷ

Suzuki’s new e-Access: ସୁଜୁକିର ନୂଆ ଇ-ଆକ୍ସେସ୍‌

ଏଇ ନିକଟରେ ସୁଜୁକି ନିଜର ଇଲେକ୍ଟ୍ରିକ୍‌ ସେଗ୍‌ମେଣ୍ଟରେ ନୂଆ ଇ-ଆକ୍ସେସ୍‌ ସ୍କୁଟର୍‌କୁ ଲଞ୍ଚ୍ କରିଛି। ଯଦିଓ ଏହାର ଡେଲିଭରି ତାରିଖ କମ୍ପାନି ପକ୍ଷରୁ ଜଣାଯାଇ ନାହିଁ, କିନ୍ତୁ ସ୍କୁଟର୍‌ର ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି।

ଏଇ ନିକଟରେ ସୁଜୁକି ନିଜର ଇଲେକ୍ଟ୍ରିକ୍‌ ସେଗ୍‌ମେଣ୍ଟରେ ନୂଆ ଇ-ଆକ୍ସେସ୍‌ ସ୍କୁଟର୍‌କୁ ଲଞ୍ଚ୍ କରିଛି। ଯଦିଓ ଏହାର ଡେଲିଭରି ତାରିଖ କମ୍ପାନି ପକ୍ଷରୁ ଜଣାଯାଇ ନାହିଁ, କିନ୍ତୁ ସ୍କୁଟର୍‌ର ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଇ-ଆକ୍ସେସ୍‌ର ପ୍ରାରମ୍ଭିକ ମୂଲ୍ୟ ୧,୯୧,୭୦୦ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ୭ ବର୍ଷ ବା ୮୦,୦୦୦ କି.ମି. ପର୍ଯ୍ୟନ୍ତ ବର୍ଦ୍ଧିତ (ଏକ୍ସ‌ଟେଣ୍ଡେଡ୍‌) ୱାରେଣ୍ଟି ମାଗଣା ମିଳିବ। ଏହାଛଡ଼ା ସୁୁଜୁକି ଗ୍ରାହକମାନଙ୍କ ପାଇଁ ସ୍କୁଟର୍‌ ଉପରେ ୧୦ ହଜାର ଟଙ୍କା ଏବଂ ଅଣ-ସୁଜୁକି ଗ୍ରାହକଙ୍କ ପାଇଁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ।

ଏଥିରେ ୪.୧କିଲୋୱାଟ୍‌ର ଇଲେକ୍ଟ୍ରିକ୍‌ ମୋଟର୍‌ ରହିଛି, ଯାହା ୧୫ଏନ୍‌ଏମ୍‌ ଟର୍କ ଜେନେରେଟ୍‌ କରିବାକୁ ସକ୍ଷମ। ଏଥିରେ ଇକୋ, ରାଇଡ୍‌ ଏ ଓ ରାଇଡ୍‌ ବି ପରି ତିନିଟି ରାଇଡିଂ ମୋଡ୍‌ ରହିଛି। ଗାଡ଼ିରେ ୩.୦୭ କିଲୋୱାଟ୍‌ଆୱାର୍‌ର ଲିଥିୟମ୍ ଆଇରନ୍‌ ଫସ୍‌ଫେଟ୍‌ (ଏଲ୍‌ଏଫ୍‌ପି) ବ୍ୟାଟେରି ଥରେ ଫୁଲ୍‌ ଚାର୍ଜ କଲେ ୯୫ କିଲୋମିଟର୍‌ ରେଞ୍ଜ ଓ ୭୧ କିଲୋମିଟର୍‌ ପ୍ରତି ଘଣ୍ଟାର ଟପ୍‌ ସ୍ପିଡ୍‌ ଦେଇଥାଏ। ତେବେ ସାରା ଦେଶରେ ସୁଜୁକିର ୨୪୦ଟିରୁ ଅଧିକ ଡିସି ଫାଷ୍ଟ ଚାର୍ଜର୍‌ ଉପଲବ୍ଧ ଏବଂ ଆଗକୁ ପର୍ଯ୍ୟାୟ ଅନୁସାରେ ଏହି ସଂଖ୍ୟା ବଢ଼ାଯିବ ବୋଲି କମ୍ପାନି କହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button