Breaking News

ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଖୁଲାସା – ନିଶାଗ୍ରସ୍ତ ହୋଇ ରୁମକୁ ଆସିଥିଲେ ନିର୍ଦ୍ଦେଶକ, ଫିଲ୍ମ ପାଇଁ ମୋ ସହ ରାତି କଟାଇବାକୁ ଚାହୁଥିଲେ

0

ମୁମ୍ବାଇ: କିଛି ବର୍ଷ ତଳେ କାଷ୍ଟିଂ କାଉଚ ପ୍ରସଙ୍ଗକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ଅନେକ ଅଭିନେତ୍ରୀ ଓ ଅଭିନେତା ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ମୁହଁ ଖୋଲି କହିଥିଲେ। କିଭଳି ଭାବେ ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତା ଫିଲ୍ମ ଦେବା ପାଇଁ ରାତି କଟାଇବାର ଅଫର ଦେଉଥିଲେ, ସେ ବିଷୟରେ ଅନେକ ଅଭିନେତ୍ରୀ ଜଣାଇଥିଲେ। ଏମିତି କି କିଛି ଅଭିନେତା ମଧ୍ୟ କାଷ୍ଟିଂ କାଉଚର ଶିକାର ହୋଇଥିବା କହିଥିଲେ। ସେ ମଧ୍ୟରେ ଜଣେ ଥିଲେ ଅଭିନେତ୍ରୀ ସ୍ବରା ଭାସ୍କର। ଫିଲ୍ମ ଦେବା ପାଇଁ ଜଣେ ନିର୍ଦ୍ଦେଶକ ତାଙ୍କ ସହ ରାତି କଟାଇବାକୁ ଚାହୁଥିବା କହିଥିଲେ ସ୍ବରା।

ଏବେ ତାଙ୍କର ସେହି ପୁରୁଣା ସାକ୍ଷାତକାରର ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଏବିଷୟରେ ଖୋଲା ଖୋଲି ଭାବରେ କହିଥିଲେ। ସ୍ବରା କହିଥିଲେ ଯେ, ଜଣେ ନିର୍ଦ୍ଦେଶକ ନିଶାଗ୍ରସ୍ତ ହୋଇ ତାଙ୍କ ରୁମକୁ ଆସିଥିଲେ। ସ୍ବରା କାରଣ ପଚାରିବା ପ‌ରେ ସେ ତାଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରିଥିଲେ। ଏହା ପ‌ରେ ଫିଲ୍ମରେ କାମ କରିବାକୁ ଚାହୁଥିଲେ ମୋ ସହ ରାତି କଟାଇବାକୁ ହେବ ବୋଲି ନିର୍ଦ୍ଦେଶକଜଣକ ସ୍ବରାଙ୍କୁ କହିଥିଲେ। ‌ହେଲେ ସ୍ବରା ତାଙ୍କର ଏହି ଅଫରରେ ରାଜି ନହେବାରୁ ତାଙ୍କ ହାତରୁ ଅନେକ ଫିଲ୍ମ ଚାଲି ଯାଇଥିଲା।

ତେବେ ସ୍ବରାଙ୍କ ବ୍ୟକ୍ତିଗତ ଜୀବନକୁ ଦେଖିବାକୁ ଗଲେ ଏବେ ସେ ବିବାହ ପରେ ମା’ ହେବାକୁ ଯାଉଛନ୍ତି। ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ସ୍ବରା ଏ ସଂପର୍କରେ ସୂଚନା ଦେବା ସହିତ ବେବି ବମ୍ପ ଫଟୋ ସ୍ବାମୀ ତଥା ସମାଜବାଦୀ ପାର୍ଟି ନେତା ଫହଦ ଅହମଦଙ୍କ ସହିତ ପୋଷ୍ଟ କରିଛନ୍ତି।

Leave A Reply

Your email address will not be published.