ଖେଳ

T20 World Cup 2026 : ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ବିସିବିକୁ କହିଲା ଆଇସିସି

ବିଶ୍ବକପ ମ୍ୟାଚ ସ୍ଥାନାନ୍ତର ଲାଗି ବିସିବିର ଅନୁରୋଧ ପରେ ଆଇସିସି ଅକଳରେ ପଡ଼ିଯାଇଛି । କାରଣ ଟି-୨୦ ବିଶ୍ବକପ ଆଉ ମାତ୍ର ଏକ ମାସ ଥିବାବଳେ ଏତେ କମ ସମୟ ମଧ୍ୟରେ ମ୍ୟାଚଗୁଡ଼ିକର ସ୍ଥାନ ବଦଳାଇବା ସମ୍ଭବ ନୁହେଁ । ଏଥିପାଇଁ ସିଡୁଲିଂ, ଲଜିଷ୍ଟିକ୍ସ ଆଦି ବିଭିନ୍ନ ସମସ୍ୟା ରହିଛି ।

ମୁମ୍ବାଇ ୬/୧: ଆଇପିଏଲ ଦଳ କେକେଆରରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବାଦ ଦିଆଯିବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମଧ୍ୟରେ ସମ୍ପର୍କ ଖରାପ ହୋଇଛି । ଏପରିକି ଆସନ୍ତା ଟି-୨୦ ବିଶ୍ବକପରେ ଖେଳିବାକୁ ବାଂଲାଦେଶ ଦଳ ଭାରତ ଆସିବ ନାହିଁ ବୋଲି ନିଷ୍ପତ୍ତି ନେଇଛି ଓ ନିଜର ସମସ୍ତ ମ୍ୟାଚକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତରୀତ କରିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ଲିଖିତଭାବେ ଜଣାଇଛି ।

ବିସିବିର ଏହି ଅନୁରୋଧ ପରେ ଆଇସିସି ଅକଳରେ ପଡ଼ିଯାଇଛି । କାରଣ ଟି-୨୦ ବିଶ୍ବକପ ଆଉ ମାତ୍ର ଏକ ମାସ ଥିବାବଳେ ଏତେ କମ ସମୟ ମଧ୍ୟରେ ମ୍ୟାଚଗୁଡ଼ିକର ସ୍ଥାନ ବଦଳାଇବା ସମ୍ଭବ ନୁହେଁ । ଏଥିପାଇଁ ସିଡୁଲିଂ, ଲଜିଷ୍ଟିକ୍ସ ଆଦି ବିଭିନ୍ନ ସମସ୍ୟା ରହିଛି । ଏଣୁ ଭାରତରେ ନ ଖେଳିବା ସଂପର୍କିତ ନିଜର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ବିସିବିକୁ ଅନୁରୋଧ କରିଛି ଆସିସି ।

ଏକ ଜାତୀୟ ସ୍ତରର ଇଂରାଜୀ ସମ୍ବାଦପତ୍ରରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତରେ ନ ଖେଳିବାକୁ ବିସିବିର ଆନୁଷ୍ଠାନିକ ଅନୁରୋଧ ମିଳିବା ପରେ ଆଇସିସି ପକ୍ଷରୁ ଦୁବାଇ ଓ ମୁମ୍ବାଇରେ କେତେକ ବୈଠକ ଅନୁଷ୍ଠିତ ହୋଇଛି । ଏହା ସହିତ ଆଇସିସି ଉଭୟ ବିସିସିଆଇ ଓ ବିସିବି ସହ ଯୋଗାଯୋଗରେ ଅଛି । ଉଭୟ ବୋର୍ଡ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ମଧ୍ୟ ଆଇସିସି ଉଦ୍ୟମ କରୁଛି ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button