ଦେଶ ବିଦେଶ

PMAY: ଗରିବଙ୍କୁ ମିଳୁନି ଘର; ଭାଇ ଘରେ ଆଶ୍ରୟ ନେଉଛନ୍ତି ଦଂପତି

କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ବିଶୋଇ ସାହିର ସାରଦା ବିଶୋଇ ଏକ ଭଙ୍ଗା ଦଦରା ଘରେ ଦୟନୀୟ ଭାବରେ ଦୀର୍ଘ ବର୍ଷ ହେଲା ଜୀବନ କାଟୁଥିଲେ ପର ମୁହୂର୍ତ୍ତରେ ଘର ଭାଙ୍ଗି ଯିବାରୁ ପର ଘରେ ଆଶ୍ରୟ ନେଇଛନ୍ତି।

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):କନ୍ଧମାଳଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ବିଶୋଇସାହିର ସାରଦା ବିଶୋଇ ଏକ ଭଙ୍ଗା ଦଦରା ଘରେ ଦୟନୀୟ ଭାବରେ ଦୀର୍ଘ ବର୍ଷ ହେଲା ଜୀବନ କାଟୁଥିଲେ ପର ମୁହୂର୍ତ୍ତରେ ଘର ଭାଙ୍ଗି ଯିବାରୁ ପର ଘରେ ଆଶ୍ରୟ ନେଇଛନ୍ତି। କୁଲି ମଜୁରି କରି ଯେତିକି ମିଳୁଛି ସେତିକି ପରିବାର ଚଳିବା କାଠିକର ପାଠ ପୁଣି ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି କହିଛନ୍ତି।

ଦୀର୍ଘ ବର୍ଷରୁ ଭଙ୍ଗା ଦଦରା ଟିଣ ଛପର ଘରେ ରହିବା ଦୃଶ୍ୟ ଦେଖିଲେ ସରକାରଙ୍କ ଆବାସ ଯୋଜନା ଫେଲ ମାରିବା ଭଳି ଅନୁଭବ ହେଉଛି। ଘର ଛପର ନଷ୍ଟ ହୋଗଲାଣି ଘରର ମାଟି କାନ୍ଥ ସବୁ ଫାଟି ଆଁ କରିଛି। ଏପରି ବିପଦ ସଙ୍କୁଳ ଘରେ ପରିବାର ଧରି ରାତ୍ରିଯାପନ କରୁଥିଲେ। ଘର ମରାମତି କରିବା ପାଇଁ ହାତରେ ସମ୍ବଳ ନାହିଁ। ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ଦୃଷ୍ଟିଦେଉ ନାହାନ୍ତି ବୋଲି କହିଛନ୍ତି ସ୍ଵାମୀ ସୀତାକାନ୍ତ ବିଶୋଇ।

ବର୍ଷାରେ ଭୁଶୁଡ଼ିଲା ଘର

ଗତ ଦୁଇ ବର୍ଷ ହେଲା ବର୍ଷା ପବନରେ ଘର ଭୁଶୁଡ଼ି ଯିବାରୁ ଛପର ଓ କାନ୍ଥ ବର୍ଷା ପାଣି ଘର ଭିତରେ ଜମିକି ରହୁଥିଲା  ଯାହା ଫଳରେ ଅନ୍ୟଜଣଙ୍କ ଘରକୁ ଯାଇ ସେଠାରେ ଚାରି ପାଣି କୁଟୁମ୍ବ ରହି ଆସୁଛନ୍ତି ପରିବାର ଲୋକେ। ଘର ଖଣ୍ଡିଏ ପାଇଁ ବହୁତ ଅସୁବିଧା ସମ୍ମୁଖୀନ ହେଉଥିବା କହିଛନ୍ତି। ଦିନେ ନୁହେଁ କି ମାସେ ନୁହେଁ ବର୍ଷ ବର୍ଷ ଧରି ମାଟି ଘରେ ହିଁ ବିତୁଛି ଜୀବନ। ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ସାରଦା ବିଶୋଇଙ୍କୁ ଆବାସ ଗୃହ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟ ପଟେ ଦେଖିବାକୁ ବାକି ରହିଲା ସରକାର ଗରିବ ମୁଣ୍ଡକୁ ଛାତ କେବେ ଯୋଗାଇ ଦେଉଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button