ଜାତୀୟ

LPG: ବାଣିଜ୍ୟିକ ଏଲ୍‌ପିଜି କୋଟା ୭୦%କୁ ବୃଦ୍ଧି: ୬ଟି କ୍ଷେତ୍ରକୁ ପ୍ରାଥମିକତା

ନୂଆଦିଲ୍ଲୀ: ଏଲ୍‌ପିଜି ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ବାଣିଜ୍ୟିକ ଏଲ୍‌ପିଜି କୋଟାକୁ ୭୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ଏଲ୍‌ପିଜି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଉଦ୍ୟୋଗଗୁଡ଼ିକ ଲାଭବାନ ହେବେ। ସରକାର ସ୍ପଷ୍ଟ କରିଛନ୍ତି ଯେ ଇସ୍ପାତ, ଅଟୋମୋବାଇଲ୍, ବୟନ, ରଙ୍ଗ, ପ୍ଲାଷ୍ଟିକ୍‌ ଓ ରସାୟନ ଭଳି ଅଧିକ ଶ୍ରମଶକ୍ତି ନିୟୋଜିତ ଥିବା କ୍ଷେତ୍ରକୁ ଏଲ୍‌ପିଜି ଯୋଗାଣରେ ପ୍ରାଥମିକତା ପ୍ରଦାନ କରାଯିବ। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଏଲ୍‌ପିଜି ଯୋଗାଣ ପ୍ରଭାବିତ ହୋଇଥିବାରୁ ବାଣିଜ୍ୟିକ ଏଲ୍‌ପିଜି ଉପରେ କଟକଣା ଲଗାଯାଇଥିଲା। ପର୍ଯ୍ୟାୟକ୍ରମେ ସେହି କଟକଣା କୋହଳ କରାଯାଉଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳର ସଚିବ ଡକ୍ଟର ନିରଜ ମିତ୍ତଲ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ବଢ଼ାଇବାକୁ କହିଛନ୍ତି। ମନ୍ତ୍ରଣାଳୟ ସର୍ତ୍ତ ରଖିଛି ଯେ ଅତିରିକ୍ତ ୨୦ ପ୍ରତିଶତ କୋଟାର ଲାଭ ପାଇବା ପାଇଁ ବାଣିଜ୍ୟିକ ପ୍ରତି‌ଷ୍ଠାନଗୁଡ଼ିକୁ ତୈଳ କମ୍ପାନି ନିକଟରେ ପଞ୍ଜୀକରଣ କରିବାକୁ ପଡ଼ିବ। ଏଥି ସହିତ ନିଜ ସହରରେ ଥିବା ପିଏନ୍‌ଜି ସଂଯୋଗ ନେବା ପାଇଁ ସେମାନଙ୍କୁ ଆବେଦନ କରିବାକୁ ପଡ଼ିବ। ଉଦ୍ୟୋଗ ଜଗତ ଧୀରେ ଧୀରେ ଏଲ୍‌ପିଜିରୁ ବାହାରି ପିଏନ୍‌ଜିକୁ ଆପଣାନ୍ତୁ ବୋଲି ସରକାର ଚାହୁଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button