ଓଡିଶା

Dead body Found: ଝୁଲନ୍ତା ଅବସ୍ଥାରେ ବେଡ୍‌ରୁମ୍‌ରୁ ସ୍କୁଲ ଦିଦିଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରର ଡିଏନକେର ବିଶିଷ୍ଟ ବ୍ୟବସାୟୀ କାବୁଲ ଚାନ୍ଦଙ୍କ ସାନ ବୋହୂଙ୍କ ମୃତଦେହ ଆଜି ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି | ମିଳିଥିବା ସୂଚନା ମୁତାବକ ଉମରକୋଟର ଶିଶୁ ମନ୍ଦିର ସାହି ରାସ୍ତାରେ ଥିବା ବାସଭବନରୁ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଉମରକୋଟ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରର ଡିଏନକେର ବିଶିଷ୍ଟ ବ୍ୟବସାୟୀ କାବୁଲ ଚାନ୍ଦଙ୍କ ସାନ ବୋହୂଙ୍କ ମୃତଦେହ ଆଜି ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି | ମିଳିଥିବା ସୂଚନା ମୁତାବକ ଉମରକୋଟର ଶିଶୁ ମନ୍ଦିର ସାହି ରାସ୍ତାରେ ଥିବା ବାସଭବନରୁ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଉମରକୋଟ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସ୍ପଷ୍ଟ ଭାବେ ଜଣାପଡ଼ିନଥିବାବେଳେ ମହିଳାଙ୍କ ପରିବାର ଲୋକ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବା ପରେ ଉମରକୋଟ ପୋଲିସ ସ୍ବାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁସାରେ କାବୁଲ ଚାନ୍ଦଙ୍କ ସାନ ପୁଅ ଅନୁପମ ଚାନ୍ଦ ୨୦୨୪ ମସିହା ଜୁଲାଇ ମାସରେ ବଙ୍ଗୀୟ ରୀତିନୀତି ଅନୁସାରେ ରାଇଘର ନିକଟସ୍ଥ ପାରୁଆ ଗ୍ରାମ ପଞ୍ଚାୟତର ଛତାବେଡା ଗ୍ରାମର ପ୍ରଭାସ କୁମାର ମିସ୍ତ୍ରୀଙ୍କ ଝିଅ ସଞ୍ଜନା ମିସ୍ତ୍ରୀ ୨୫ ବର୍ଷ ସହ ବିବାହ ଅନୁଷ୍ଠିତ ହୋଇଥିଲା।

Show More

Leave a Reply

Your email address will not be published. Required fields are marked *

Back to top button