ଖେଳ

Cricket: ଟ୍ବେଣ୍ଟି-୨୦ କ୍ରିକେଟରେ ନୂଆ ପ୍ରୟୋଗ : ଡେଜିଗନେଟେଡ୍ ବ୍ୟାଟର ଓ ଡେଜିଗନେଟେଡ୍ ଫିଲ୍ଡର

ଅଷ୍ଟ୍ରେଲିଆର ଟ୍ବେଣ୍ଟି-୨୦ ଲିଗ୍ ବିଗ୍ ବାସ୍ ଲିଗ (ବିବିଏଲ) କ୍ରିକେଟକୁ ନେଇ ନିଜର ଅଭିନବ ପ୍ରୟୋଗକୁ ନେଇ ପରିଚିତ। ଆଜି ଆମେ ଆଇପିଏଲରେ ଯେଉଁ ଇମ୍ପାକ୍ସ ପ୍ଲେୟର ବ୍ୟବସ୍ଥା ଦେଖୁଛେ, ତାହା ପ୍ରଥମେ ବିବିଏଲରେ ଏକ୍ସ-ଫାକ୍ଟର ନାମରେ ଆରମ୍ଭ ହୋଇଥିଲା।

ଆଡିଲେଡ୍: ଅଷ୍ଟ୍ରେଲିଆର ଟ୍ବେଣ୍ଟି-୨୦ ଲିଗ୍ ବିଗ୍ ବାସ୍ ଲିଗ (ବିବିଏଲ) କ୍ରିକେଟକୁ ନେଇ ନିଜର ଅଭିନବ ପ୍ରୟୋଗକୁ ନେଇ ପରିଚିତ। ଆଜି ଆମେ ଆଇପିଏଲରେ ଯେଉଁ ଇମ୍ପାକ୍ସ ପ୍ଲେୟର ବ୍ୟବସ୍ଥା ଦେଖୁଛେ, ତାହା ପ୍ରଥମେ ବିବିଏଲରେ ଏକ୍ସ-ଫାକ୍ଟର ନାମରେ ଆରମ୍ଭ ହୋଇଥିଲା। ଏବେ ବିବିଏଲ ଏକ ନୂଆ ପ୍ରୟୋଗ ଆରମ୍ଭ କରିବାକୁ ଯାଉଛି। ତାହା ହେଉଛି ଡେଜିଗନେଟେଡ୍ ବ୍ୟାଟର (ଡିବି) ଓ ଡେଜିଗନେଟେଡ୍ ଫିଲ୍ଡର (ଡିଏଫ) ବ୍ୟବସ୍ଥା। ଏହାକୁ ୨୦୨୬-୨୭ ସିଜିନରୁ ଆରମ୍ଭ କରାଯିବ। ଏହି ନୂଆ ନିୟମ କ୍ରିକେଟର ରୋମାଞ୍ଚ ବଢାଇବାରେ ସହାୟକ ହେବା ଆଶା କରାଯାଉଛି।

ଯଦି କୌଣସି ଦଳ ଡେଜିଗନେଟେଡ୍ ବ୍ୟାଟର ଓ ଡେଜିଗନେଟେଡ୍ ଫିଲ୍ଡର ଚୟନ କରନ୍ତି ତେବେ ସେ ଟସ ସମୟରେ ତାହାକୁ ଘୋଷଣା କରିବେ। ୧୧ ଜଣ ଖେଳାଳିଙ୍କ ମଧ୍ୟରୁ ହିଁ ଏମାନଙ୍କୁ ଚୟନ କରାଯିବ। ଜଣେ ଡେଜିଗନେଟେଡ୍ ବ୍ୟାଟର କେବଳ ବ୍ୟାଟିଂ କରିପାରିବେ।

ଡେଜିଗନେଟେଡ୍ ଫିଲ୍ଡର?

ସେହିପରି ଜଣେ ଡେଜିଗନେଟେଡ୍ ଫିଲ୍ଡର କେବଳ ଫିଲ୍ଡିଂ କିମ୍ବା ଓ୍ବିକେଟ ରକ୍ଷଣ କରିପାରିବେ। କିନ୍ତୁ ସେ ବୋଲିଂ କରିପାରିବେ ନାହିଁ। ତେବେ ଏହା ବର୍ତ୍ତମାନ ଆଇପିଏଲରେ ଚଳିତ ଇମ୍ପାକ୍ଟ ପ୍ଲେୟର ଠାରୁ ଟିକିଏ ଅଲଗା। ଇମ୍ପାକ୍ଟ ପ୍ଲେୟର ୧୨ ଜଣ ଖେଳାଳିଙ୍କ ମଧ୍ୟରୁ ବଛାଯାଏ, କିନ୍ତୁ ଡେଜିଗନେଟେଡ୍ ବ୍ୟାଟର ଓ ଫିଲ୍ଡର ୧୧ ଜଣ ମଧ୍ୟରୁ ହିଁ ବଛାଯାଏ। ଏଣୁ ଟିମର ସନ୍ତୁଳନ ବିଗିଡ଼ିବାର ସମ୍ଭାବନା ନାହିଁ। ଏହି ନୂଆ ନିୟମର ଲକ୍ଷ୍ୟ ହେଉଛି ସିନିୟର ବିସ୍ଫୋରକ ବ୍ୟାଟ୍ସମ୍ୟାନମାନଙ୍କୁ ଅଧିକ ଦିନ ଖେଳିବାର ସୁଯୋଗ ଦେବା।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button