ଖେଳମହାନଗର
Ranji Trophy semi-finals: ରଣଜୀ ଟ୍ରଫି ସେମିରେ ଦୁଇ ନୂଆ ଦଳ: ରଶ୍ମିଙ୍କ ପ୍ରଶିକ୍ଷଣରେ ଉତ୍ତରାଖଣ୍ଡ ପାଇଲା ସଫଳତା
ରଣଜୀ ଟ୍ରଫିର ୨୦୨୫-୨୬ ଋତୁରେ ଦୁଇଟି ନୂଆ ଦଳ ପ୍ରଥମ ଥର ପାଇଁ ସେମିଫାଇନାଲ୍ ଯୋଗ୍ୟତା ଅର୍ଜନ କରିବା ପରେ ଘରୋଇ କ୍ରିକେଟ୍ରେ ଚହଳ ପଡ଼ିଛି। ବର୍ଷ ବର୍ଷ ଧରି ସଂଘର୍ଷ କରିଥିବା ଜମ୍ମୁ କାଶ୍ମୀର ଏବଂ ନବାଗତ ଉତ୍ତରାଖଣ୍ଡ ସେମିଫାଇନାଲ୍ରେ ପ୍ରବେଶ କରି ନୂଆ ଫର୍ଦ ଯୋଡ଼ିଛନ୍ତି।

ଭୁବନେଶ୍ବର: ରଣଜୀ ଟ୍ରଫିର ୨୦୨୫-୨୬ ଋତୁରେ ଦୁଇଟି ନୂଆ ଦଳ ପ୍ରଥମ ଥର ପାଇଁ ସେମିଫାଇନାଲ୍ ଯୋଗ୍ୟତା ଅର୍ଜନ କରିବା ପରେ ଘରୋଇ କ୍ରିକେଟ୍ରେ ଚହଳ ପଡ଼ିଛି। ବର୍ଷ ବର୍ଷ ଧରି ସଂଘର୍ଷ କରିଥିବା ଜମ୍ମୁ କାଶ୍ମୀର ଏବଂ ନବାଗତ ଉତ୍ତରାଖଣ୍ଡ ସେମିଫାଇନାଲ୍ରେ ପ୍ରବେଶ କରି ନୂଆ ଫର୍ଦ ଯୋଡ଼ିଛନ୍ତି। କ୍ବାର୍ଟରଫାଇନାଲ୍ରେ ଉତ୍ତରାଖଣ୍ଡ ଏଲିଟ୍ ଗ୍ରୁପ୍ ‘ଏ’ ଟପ୍ପର ଝାଡ଼ଖଣ୍ଡକୁ ତାଙ୍କ ଘରୋଇ ପଡ଼ିଆ ଜାମସେଦପୁରର କିନାନ ଷ୍ଟାଡିୟମ୍ରେ ପରାସ୍ତ କରି ଏହି ଗୌରବ ଅର୍ଜନ କରିଛି। ମାତ୍ର ୭ ବର୍ଷ ତଳେ ରଣଜୀ ଖେଳିବା ଆରମ୍ଭ କରିଥିବା ଉତ୍ତରାଖଣ୍ଡ ଏବେ ସଂଘର୍ଷ କରୁଥିବା ରାଜ୍ୟ ଦଳଗୁଡ଼ିକ ପାଇଁ ବଡ଼ ବାର୍ତ୍ତା ବି ଦେଇଛି। ବିଶେଷ କରି ଓଡ଼ିଶା ଦଳ ୭ ଦଶନ୍ଧି ଧରି ଖେଳୁଥିଲେ ମଧ୍ୟ ବିଗତ ଦଶନ୍ଧିରେ ଥରେ ବି ଏହି ପର୍ଯ୍ୟାୟରେ ପହଞ୍ଚିପାରିନାହିଁ।





