ଦେଶ ବିଦେଶ

Trump’s stern warning: ଟ୍ରମ୍ପଙ୍କ କଡ଼ା ଚେତାବନୀ: ପ୍ରତିବାଦକାରୀଙ୍କ ଉପରେ ଗୁଳି ଚଳାଇଲେ ଆକ୍ରମଣ, ବୋମାବର୍ଷୀ ବିମାନ ପ୍ରସ୍ତୁତ

ଇରାନରେ ଅର୍ଥନୈତିକ ସଙ୍କଟ ଯୋଗୁଁ ଲୋକଙ୍କ ହିଂସାତ୍ମକ ଆନ୍ଦୋଳନ ଜଟିଳ ସ୍ଥିତି ସୃଷ୍ଟି କରିଥିବା ବେଳେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି।

ୱାସିଂଟନ: ଇରାନରେ ଅର୍ଥନୈତିକ ସଙ୍କଟ ଯୋଗୁଁ ଲୋକଙ୍କ ହିଂସାତ୍ମକ ଆନ୍ଦୋଳନ ଜଟିଳ ସ୍ଥିତି ସୃଷ୍ଟି କରିଥିବା ବେଳେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କ ଉପରେ ବଳ ପ୍ରୟୋଗ କରି ସେମାନଙ୍କୁ ହତ୍ୟା କଲେ ଆମେରିକା ଏଥିରେ ହସ୍ତକ୍ଷେପ କରିବ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ବୋମାବର୍ଷୀ ବିମାନ ପ୍ରସ୍ତୁତ ରହିଛି ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ ନିଜର ସୋସିଆଲ ମିଡିଆ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, ‘ଯଦି ଇରାନ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କୁ ଗୁଳି ଚଳାଇ ହତ୍ୟା କରେ ତେବେ ଆମେରିକା   ଲୋକଙ୍କୁ ସୁରକ୍ଷା ଦେବ।   ଆକ୍ରମଣ ପାଇଁ ଆମର ଯୁଦ୍ଧବିମାନ ପ୍ରସ୍ତୁତ ରହିଛି।’ ଟ୍ରମ୍ପଙ୍କ ଏଭଳି ଚେତାବନୀ ପରିସ୍ଥିତିକୁ ଆହୁରି ଜଟିଳ କରିଛି ଏବଂ ବିକ୍ଷୋଭ ଆହୁରି ଉଗ୍ର ରୂପ ନେବ ବୋଲି  ଆଶଙ୍କା କରାଯାଉଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button