ଦେଶ ବିଦେଶ

Target killings : ବାଂଲାଦେଶରେ ଟାର୍ଗେଟ୍‌ କିଲିଂ

ବାଂଲାଦେଶର ଢାକା ଉପକଣ୍ଠରେ ଥିବା ନରସିଙ୍ଗଡିରେ ସୋମବାର ରାତିରେ ଜଣେ ହିନ୍ଦୁ ତେଜରାତି ଦୋକାନ ମାଲିକଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି। ୨୪ ଘଣ୍ଟା ମଧ୍ୟରେ...

ଢାକା: ବାଂଲାଦେଶର ଢାକା ଉପକଣ୍ଠରେ ଥିବା ନରସିଙ୍ଗଡିରେ ସୋମବାର ରାତିରେ ଜଣେ ହିନ୍ଦୁ ତେଜରାତି ଦୋକାନ ମାଲିକଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ଏହା ହିନ୍ଦୁ ସଂପ୍ରଦାୟ ଉପରେ ଦ୍ବିତୀୟ ପ୍ରାଣଘାତୀ ଆକ୍ରମଣ ଆତଙ୍କ ସୃଷ୍ଟି କରିିଛି।
ନରସିଂହଡ଼ିର ଏସ୍‌ପି ଅବଦୁଲ୍ଲା ଅଲ୍ ଫାରୁକ୍ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ନରସିଂହଡ଼ି ଜିଲ୍ଲାର ପଲାଶ ଉପଜିଲ୍ଲାର ବାସିନ୍ଦା ଶରତ ମଣି ଚକ୍ରବର୍ତ୍ତୀ ସୋମବାର ରାତି ୯ଟା ପରେ ତାଙ୍କ ବ୍ୟବସାୟରୁ ଘରକୁ ଫେରୁଥିବା ବେଳେ ଆକ୍ରମଣକାରୀମାନେ ତାଙ୍କୁ ତାଙ୍କ ଘର ସାମ୍ନାରେ ଛୁରି ଭୁସି ହତ୍ୟା କରିଥିଲେ। ଫାରୁକ୍ କହିଛନ୍ତି ଯେ ହତ୍ୟାକାଣ୍ଡ ପଛର କାରଣ ପୁଲିସ ଜାଣିପାରି ନାହିଁ ଏବଂ ହତ୍ୟାକାରୀଙ୍କୁ ଧରିବାକୁ ଚେଷ୍ଟା ଚାଲିଛି।

Show More

Leave a Reply

Your email address will not be published. Required fields are marked *

Back to top button