Former soldiers: ଭୋଟ ଅଧିକାର ପାଇବାକୁ ଧାଡ଼ିରେ ଛିଡ଼ାହେଲେ ପୂର୍ବତନ ସୈନିକ
ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ଚାଲିଥିବାବେଳେ ଭାରତୀୟ ସେନାର ଜଣେ ପୂର୍ବତନ ଯବାନଙ୍କୁ ନିଜ.....

କୋଲକାତା: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ଚାଲିଥିବାବେଳେ ଭାରତୀୟ ସେନାର ଜଣେ ପୂର୍ବତନ ଯବାନଙ୍କୁ ନିଜ ଭୋଟ ଅଧିକାର ପାଇବାକୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିଛି। କାର୍ଗିଲ ହିରୋ ସଞ୍ଜୀବ ଭଟ୍ଟାଚାର୍ଯ୍ୟ (୬୪) ୨୦୦୨ ଏସ୍ଆଇଆର୍ବେଳେ ଲେହରେ ଭାରତର ସୀମା ଜଗିଥିଲେ। ଭଟ୍ଟାଚାର୍ଯ୍ୟ ୧୯୮୦ରୁ ୨୦୦୬ ପର୍ଯ୍ୟନ୍ତ ଭାରତୀୟ ସେନାର ବୋଫର୍ସ ୟୁନିଟ୍ରେ କାମ କରୁଥିଲେ। ସେଥିପାଇଁ ସେ ୨୦୦୨ରେ ପ୍ରସ୍ତୁତ ଭୋଟର ତାଲିକାରେ ସାମିଲ ହୋଇପାରି ନଥିଲେ। ଅବସର ପରେ ତାଙ୍କୁ ପଶ୍ଚିମବଙ୍ଗ ଫେରିବାକୁ ପଡ଼ିଛି।
ପଶ୍ଚିମବଙ୍ଗରେ ଏବେ ୩୨ ଲକ୍ଷ ଭୋଟର ସେମାନଙ୍କ ଭୋଟ ଅଧିକାର ଫେରି ପାଇବାକୁ ଶୁଣାଣିରେ ସାମିଲ ହେବାକୁ ପଡ଼ିଥିବାବେଳେ ସେମାନଙ୍କ ମଧ୍ୟରେ ସଞ୍ଜୀବ ଓ ତାଙ୍କ ପରିବାର ରହିଛି। ସଞ୍ଜୀବଙ୍କୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବାରାସତ ବ୍ଲକ୍ -୧ କାର୍ଯ୍ୟାଳୟରେ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିଛି। ସଞ୍ଜୀବଙ୍କ ସହିତ ସେନାରେ କାମ କରୁଥିବା ତାଙ୍କର ଦୁଇ ଭାଇ, ଝିଅ, ପୁତୁରାଙ୍କୁ ଶୁଣାଣି ପାଇଁ ହାଜର ହେବାକୁ କୁହାଯାଇଛି। ତେବେ ଦେଶ ମାତୃକାର ସୁରକ୍ଷା ପାଇଁ ସୀମାରେ ଜଗି ରହିଥିବା ଜଣେ ଯବାନଙ୍କୁ ଏପରି ଭାବେ ଧାଡ଼ିରେ ଛିଡ଼ା କରାଯିବାକୁ ଅନେକ ନାପସନ୍ଦ କରିଛନ୍ତି। ପୂର୍ବତନ ସୈନିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଅନେକ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ




