ଦେଶ ବିଦେଶ

ED vs Mamata: ଇଡି ବନାମ ମମତା ବିବାଦ ତେଜିଲା: ହାଇକୋର୍ଟରେ ବିଶୃଙ୍ଖଳା, ଶୁଣାଣି ସ୍ଥଗିତ

ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉକୁ କେନ୍ଦ୍ର କରି ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ଆଇ-ପ୍ୟାକ୍ (ଇଣ୍ଡିଆନ ପଲିଟିକାଲ୍ ଆକ୍ସନ କମିଟି)ର କାର୍ଯ୍ୟାଳୟ ଓ ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ବାସଭବନରେ ହୋଇଥିବା ଚଢ଼ଉ ନେଇ ଇଡି ଓ ଟିଏମ୍‌ସି.....

କୋଲକାତା: ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉକୁ କେନ୍ଦ୍ର କରି ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି।  ଆଇ-ପ୍ୟାକ୍ (ଇଣ୍ଡିଆନ ପଲିଟିକାଲ୍ ଆକ୍ସନ କମିଟି)ର କାର୍ଯ୍ୟାଳୟ ଓ ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ବାସଭବନରେ ହୋଇଥିବା ଚଢ଼ଉ ନେଇ ଇଡି ଓ ଟିଏମ୍‌ସି, କଲିକତା ହାଇକୋର୍ଟରେ ପରସ୍ପର ବିରୋଧୀ ପିଟିସନ୍ ଦାଖଲ କରିଥିବା ବେଳେ ଆଜି କୋର୍ଟରେ ଭୀଷଣ ବିଶୃଙ୍ଖଳା ଯୋଗୁଁ ଶୁଣାଣି ସ୍ଥଗିତ ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଇଡି ସିବିଆଇ ତଦନ୍ତ ଦାବି କରିଥିବା ବେଳେ ଜବତ ସାମଗ୍ରୀର ଦୁରୁପଯୋଗ ରୋକିବାକୁ ଟିଏମ୍‌ସି ଆବେଦନ କରିଛି। ଜଷ୍ଟିସ୍ ଶୁଭ୍ରା ଘୋଷଙ୍କ ଖଣ୍ଡପୀଠରେ ଆଜି ଅପରାହ୍ଣରେ ଉଭୟ  ଆବେଦନର ଶୁଣାଣି ଆରମ୍ଭ ହୋଇଥିଲା, କିନ୍ତୁ କୋର୍ଟରୁମ୍‌ରେ ଅତ୍ୟଧିକ ଭିଡ଼ ଓ ବିଶୃଙ୍ଖଳା ହେବାରୁ ବିଚାରପତି କୋର୍ଟ ଛାଡ଼ି ଚାଲିଯାଇଥିଲେ। ଏ ବାବଦ ଶୁଣାଣି ଆଗାମୀ ୧୪ ତାରିଖକୁ ସ୍ଥଗିତ ରଖାଯାଇଛି। ଏହି ଘଟଣା କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ  ବିବାଦକୁ ଆହୁରି ତୀବ୍ର କରିଛି। ଆଜି ମମତା ବାନାର୍ଜୀ ଇଡି କାର୍ଯ୍ୟାନୁଷ୍ଠାନ ବିରୋଧରେ ଏକ  ପଦଯାତ୍ରାର ନେତୃତ୍ୱ ନେଇ ଜୋର୍‌ଦାର ପ୍ରତିବାଦ କରିଛନ୍ତି। ଅନ୍ୟପକ୍ଷରେ ବିଜେପି କହିଛି ଯେ ମମତା ଗଭୀର ଦୁର୍ନୀତିରେ ବୁଡ଼ି ରହିଥିବାରୁ ପ୍ରମାଣ ଲୁଚାଇବାକୁ ସବୁ ପ୍ରୟାସ ଚଳାଇଛନ୍ତି।

ହାଇକୋର୍ଟରେ ବିଶୃଙ୍ଖଳା, ଶୁଣାଣି ସ୍ଥଗିତ
ଇଡି କାର୍ଯ୍ୟାନୁଷ୍ଠାନ ବିରୋଧରେ ମମତାଙ୍କ ପଦଯାତ୍ରା

ଇଡି ଅଦାଲତରେ କହିଛି ଯେ  କୋଇଲା ଚୋରାଚାଲାଣ ସହ ଜଡ଼ିତ  ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଅଧୀନରେ ଗତକାଲି ଚଢ଼ଉ ଚାଲିଥିବା ବେଳେ ମମତା ବାନାର୍ଜୀ  ପୁଲିସ୍ ବଳ ସହିତ ପହଞ୍ଚି ମୁଖ୍ୟ ପ୍ରମାଣଗୁଡ଼ିକୁ (ଡକ୍ୟୁମେଣ୍ଟ୍, ହାର୍ଡ ଡିସ୍କ୍, ଲାପ୍‌ଟପ୍, ଦସ୍ତାବିଜ, ମୋବାଇଲ୍ ଫୋନ୍) ବଳପୂର୍ବକ ନେଇଯାଇଥିଲେ। ଏହା ତଦନ୍ତରେ ଗୁରୁତର ବାଧା ସୃଷ୍ଟି କରିଥିବା  ଇଡି ଦାବି କରିଛି। ଏଜେନ୍ସି କୋର୍ଟଙ୍କୁ ଅନୁରୋଧ କରିଛି ଯେ ଜବତ ସାମଗ୍ରୀକୁ ସିଲ୍ କରାଯାଉ ଏବଂ ଫରେନ୍ସିକ୍ ପରୀକ୍ଷା କରାଯାଉ।  ମମତା ବାନାର୍ଜୀ ଓ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ଇଡି ଯୁକ୍ତି ରଖିଛି।। ଇଡି କହିଛି ଯେ, ଚଢ଼ଉ ପ୍ରାରମ୍ଭରେ ଶାନ୍ତିପୂର୍ଣ୍ଣ ଥିଲା ଏବଂ ପ୍ରାୟ ୨୦ କୋଟି ଟଙ୍କାର ହାୱଲା ଟଙ୍କା ଆଇ-ପ୍ୟାକ୍‌କୁ ପଠାଯାଇଥିବା ପ୍ରମାଣ ମିଳିବାର ଆଶା ଥିଲା। ଅନ୍ୟପକ୍ଷରେ ଟିଏମ୍‌ସି ପକ୍ଷରୁ ଦାଖଲ ପିଟିସନରେ କୁହାଯାଇଛି ଯେ, ଇଡି ଚଢ଼ାଉ ନାମରେ ଟିଏମ୍‌ସିର ସମ୍ପୂର୍ଣ୍ଣ ନିର୍ବାଚନୀ ରଣନୀତି, ବୁଥ୍ ଏଜେଣ୍ଟ୍ ତାଲିକା, ପ୍ରାର୍ଥୀ ତାଲିକା ଓ ଗୋପନୀୟ ଡାଟା ବିଜେପି ନେଇଯିବା ପାଇଁ ଯୋଜନା କରିଛି।  ଏହା ସଂବିଧାନର ଅନୁଚ୍ଛେଦ ୧୪, ୧୯ ଓ ୨୧ର ଉଲ୍ଲଙ୍ଘନ ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button