ଦେଶ ବିଦେଶ

Trump Administration Revoked 100,000 Visas: ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି: ବିଦେଶୀଙ୍କ ୧୦୦,୦୦୦ ଭିସା ରଦ୍ଦ

ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ୧୦୦,୦୦୦ ରୁ ଅଧିକ ବିଦେଶୀ ନାଗରିକଙ୍କ ଭିସା ରଦ୍ଦ କରିଛି। ଏହି ଭିସା ଗତ ବର୍ଷ, ୨୦୨୫ ରେ ରଦ୍ଦ କରାଯାଇଥିଲା, ଯେଉଁଥିରେ ପ୍ରାୟ ୮,୦୦୦ ଛାତ୍ରଛାତ୍ରୀଙ୍କ ପରମିଟ୍ ମଧ୍ୟ ସାମିଲ ଥିଲା।

ୱାସିଂଟନ: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ୧୦୦,୦୦୦ ରୁ ଅଧିକ ବିଦେଶୀ ନାଗରିକଙ୍କ ଭିସା ରଦ୍ଦ କରିଛି। ଏହି ଭିସା ଗତ ବର୍ଷ, ୨୦୨୫ ରେ ରଦ୍ଦ କରାଯାଇଥିଲା, ଯେଉଁଥିରେ ପ୍ରାୟ ୮,୦୦୦ ଛାତ୍ରଛାତ୍ରୀଙ୍କ ପରମିଟ୍ ମଧ୍ୟ ସାମିଲ ଥିଲା।

ଆମେରିକାର ବୈଦେଶିକ ବିଭାଗ ଅନୁଯାୟୀ, ସୀମା ସୁରକ୍ଷା ଏବଂ ସାଧାରଣ ସୁରକ୍ଷାକୁ ସୁଦୃଢ଼ ​​କରିବା ଅଭିଯାନର ଅଂଶ ଭାବରେ ଏହା ଏପର୍ଯ୍ୟନ୍ତ ନିଆଯାଇଥିବା ସବୁଠାରୁ ବଡ଼ ପଦକ୍ଷେପ। ଆମେରିକାର ବୈଦେଶିକ ବିଭାଗର ପ୍ରମୁଖ ଉପ ମୁଖପାତ୍ର ଟମି ପିଗଟ୍ ଏହାକୁ ଆମେରିକୀୟ ନାଗରିକମାନଙ୍କୁ ସୁରକ୍ଷା ଦେବା ଓ ଆମେରିକୀୟ ସାର୍ବଭୌମତ୍ୱକୁ ସଂରକ୍ଷଣ କରିବା ପାଇଁ ଟ୍ରମ୍ପ ପ୍ରଶାସନ ଦ୍ୱାରା ନିଆଯାଇଥିବା ଏକ ପଦକ୍ଷେପ ବୋଲି କହିଛନ୍ତି।

ଟମି ପିଗଟ୍ କହିଛନ୍ତି, ଏହି କାର୍ଯ୍ୟାନୁଷ୍ଠାନ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ବହୁ କଠୋର ରହିଛି। ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ, ବୈଦେଶିକ ବିଭାଗ ୧୦୦,୦୦୦ ରୁ ଅଧିକ ବିଦେଶୀ ନାଗରିକଙ୍କ ଭିସା ରଦ୍ଦ କରିଛି , ଯାହା ଏକ ନୂଆ ରେକର୍ଡ। ୨୦୨୪ ପରଠାରୁ ଭିସା ରଦ୍ଦ ୧୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।

ଅପରାଧୀକ ମାମଲା ଥିବା ବ୍ୟକ୍ତିଙ୍କ ଭିସା ରଦ୍ଦ ହେବ

ଆମେରିକାର ବୈଦେଶିକ ବିଭାଗ ଏକ ବିବୃତିରେ କହିଛି ଯେ, ଯେଉଁ ବିଦେଶୀ ନାଗରିକମାନଙ୍କର ଭିସା ରଦ୍ଦ କରାଯାଇଛି ସେମାନଙ୍କ ବିରୋଧରେ ଆକ୍ରମଣ, ଚୋରି ଓ ମଦ୍ୟପାନ କରି ଗାଡି ଚାଳନା ସମେତ ବିଭିନ୍ନ ଅପରାଧ ରହିଛି। ଟ୍ରମ୍ପଙ୍କ ଦ୍ୱାରା ପ୍ରଚଳିତ ଏକ ନୂତନ ଯାଞ୍ଚ୍ ଏବଂ ତଦାରଖ ବ୍ୟବସ୍ଥା ଯୋଗୁ ଭିସା ରଦ୍ଦ ବୃଦ୍ଧି ପାଇଛି।

ବିଦେଶ ବିଭାଗ ଦ୍ବାରା ଆରମ୍ଭ ହୋଇଥିବା କଣ୍ଟିନିଉସ୍ ଭେଟିଂ ସେଣ୍ଟର ନିଶ୍ଚିତ କରିଛି ଆମେରିକୀୟ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ଭିସା ତୁରନ୍ତ ପ୍ରତ୍ୟାହାର କରାଯାଉଛି। ପୂର୍ବରୁ, କେବଳ ଭିସା ଆବେଦନ କିମ୍ବା ଆମେରିକାରେ ପ୍ରବେଶ ସମୟରେ ସ୍କ୍ରିନିଂ କରାଯାଉଥିଲା। ନୂତନ ବ୍ୟବସ୍ଥାରେ ସବୁବେଳେ ବିଦେଶୀଙ୍କ ଉପରେ ନଜର ରଖାଯାଉଛି। ଅପରାଧ ମାମଲା ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button