ଦେଶ ବିଦେଶ

Air India: କଣ୍ଟେନର୍‌ ଫସିଯିବାରୁ ଦିଲ୍ଲୀ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନ ଇଞ୍ଜିନ କ୍ଷତିଗ୍ରସ୍ତ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଗୁରୁବାର ୩୫୦ ଏୟାର ଇଣ୍ଡିଆ ବିମାନରେ କଣ୍ଟେନର ଫସିଯିବାରୁ ବିମାନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି। ବିମାନରେ ଥିବା ଜଣେ ଯାତ୍ରୀ କଣ୍ଟେନର ଫସି ଯିବାର ଭିଡିଓ ରେକର୍ଡ଼ କରିଥିଲେ...

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଗୁରୁବାର ୩୫୦ ଏୟାର ଇଣ୍ଡିଆ ବିମାନରେ କଣ୍ଟେନର ଫସିଯିବାରୁ ବିମାନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି। ବିମାନରେ ଥିବା ଜଣେ ଯାତ୍ରୀ କଣ୍ଟେନର ଫସି ଯିବାର ଭିଡିଓ ରେକର୍ଡ଼ କରିଥିଲେ। ଏଥିରେ ବିମାନଟି ଟାରମାକ୍ ଉପରେ ଠିଆ ହୋଇଥିବା ଏବଂ ଗ୍ରାଉଣ୍ଡ ଷ୍ଟାଫ୍‌ ବିମାନକୁ ଘେରି ରହିଥିବା ଦେଖାଯାଇଥିଲା। ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିବା ଭିଡିଓରୁ ଦେଖିବାକୁ ମିଳିଛି ।

ଏ ସମ୍ପର୍କରେ ଏୟାର ଇଣ୍ଡିଆ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୟାନ ଜାରି କରାଯାଇନାହିଁ। ଏହାପୂର୍ବରୁ ୨୨ ଡିସେମ୍ବରରେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଏହିପରି ଇଞ୍ଜିନରେ ତ୍ରୁଟି ଯୋଗୁଁ ମଝି ଆକାଶରେ ଏହା ଏକ ଘଣ୍ଟାଧରି ରହିବା ପରେ ଦିଲ୍ଲୀ ବିମାନ ବନ୍ଦରକୁ ଫେରିଆସିଥିଲା।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button