ଓଡିଶାଜିଲ୍ଲା

Paddy: ମଣ୍ଡି ଖୋଲାଯାଇଛି, ଧାନ କିଣା ହେଉନି

ଚଳିତବର୍ଷ ଭଦ୍ରକ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ କ୍ଷେତ୍ରରେ ଅବଳାବସ୍ଥା ସୃଷ୍ଟି ହୋଇଛି। ଜିଲ୍ଲାରେ ଖରିଫ ଧାନ ସଂଗ୍ରହକୁ ଏହା ଭିତରେ ୧୫ ଦିନ ବିତିବାକୁ ବସିଲାଣି ହେଲେ ଜିଲ୍ଲାର ଚାଷୀ ଧାନ ବିକି ପାରିଲେ ନାହିଁ। ଧାନ କିଣାରେ ଅଚଳାବସ୍ଥା ନେଇ ଚାଷୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଭଦ୍ରକ (ହରିହର ନାୟକ): ଚଳିତବର୍ଷ ଭଦ୍ରକ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ କ୍ଷେତ୍ରରେ ଅବଳାବସ୍ଥା ସୃଷ୍ଟି ହୋଇଛି। ଜିଲ୍ଲାରେ ଖରିଫ ଧାନ ସଂଗ୍ରହକୁ ଏହା ଭିତରେ ୧୫ ଦିନ ବିତିବାକୁ ବସିଲାଣି ହେଲେ ଜିଲ୍ଲାର  ଚାଷୀ ଧାନ ବିକି ପାରିଲେ ନାହିଁ। ଧାନ କିଣାରେ ଅଚଳାବସ୍ଥା ନେଇ ଚାଷୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଧାନ ସରକାରୀ ମଣ୍ଡିରେ କିଣା ନହେଲେ ଆଉ କିଛି ଦିନପରେ ଜିଲ୍ଲାର ସବୁ ଚାଷୀ କଥା ହେଲେଣି, ଧାନ ଆଣି ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଦା କରିବେ ବୋଲି ଖୋଲାଖୋଲି କହିବା ଆରମ୍ଭ କଲେଣି।

ଚଳିତ ମାସ ୫ ତାରିଖ ଦିନ ଭଦ୍ରକ ଜିଲ୍ଲାରେ ଖରିଫ ଧାନ ସଂଗ୍ରହର ଶୁଭାରମ୍ଭ କରାଗଲା। ଚାଷୀଙ୍କୁ ୪୮ ଘଣ୍ଟାରେ ସମାନଙ୍କ ପ୍ରାପ୍ୟ ମିଳିବ ବୋଲି କୁହାଗଲା। ଜିରୋ କଟିଙ୍ଗରେ ଧାନ କିଣା ହେବ ଏବଂ ସରକାର କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ ସବ୍‌ସିଡି ଦେବେ ବୋଲି ପ୍ରତିଶ୍ରୁତି ମିଳିଲା। ନେତା ମଣ୍ଡି ଉଦ୍‌ଘାଟନ କରିଦେଲେ। କିନ୍ତୁ ଧାନ କିଣା ହେଲା ନାହିଁ। ମଣ୍ଡି ଖୋଲିଲା। ହେଲେ ଧାନ କିଣା ଆରମ୍ଭ ହେଉନି। କୁହାଯାଉଛି ମିଲରମାନେ ଧାନ ଉଠାଉ ନାହାନ୍ତି। ଏମିତି ୧୫ ଦିନ ବିତିଗଲାଣି। ମିଲରଙ୍କ ମନମାନି ଯୋଗୁଁ  ଧାନ କିଣାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ପ୍ରଶାସନ କହିଲେ ଜିରୋ କଟିଂରେ ଧାନ କିଣା ହେବ। ଚାଷୀଙ୍କ ଠାରୁ ଧାନ କିଣା ବେକେ ଗୋଟିଏ କେଜି ବି କଟା ଯିବ ନାହିଁ। ଜିଲ୍ଲାପାଳଙ୍କର ଏଭଳି ତାଗିଦ ପରେ ମିଲର ଓ ସମବାୟ ସମିତି ଓ ମହିଳା ସମିତି ଗୁଡ଼ିକ ଅଡ଼ୁଆରେ ପଡ଼ି ଯାଇଛନ୍ତି। ସେମାନେ କହୁଛନ୍ତି ଜିରୋ କଟିଙ୍ଗରେ ଧାନ କିଣିବାକୁ ହେଲେ ଏଫ୍‌ଏକୁ ମାନର ଧାନ ଚାଷୀ ହେଉ। ବାସ୍ତବରେ ଜିଲ୍ଲାରେ ଏଫ୍‌ଏକୁ ମା ଧାନ ମିଳିବା ସମ୍ଭବ ନୁହେଁ। ଏପରି ସ୍ଥଳରେ ପ୍ରଶାସନ, ମିଲର ମିଳିତ ଭାବରେ କିଛି ନିଷ୍ପତ୍ତି ନିଅନ୍ତୁ। ନହେଲେ ଚାଷୀ ଧା ବିକ୍ରି କରିବା ସହଜ ହେବ ନାହିଁ।

ଖୁବ ଶୀଘ୍ର ଚାଷୀଙ୍କର ଧାନ କିଣାଯିବ: ନିଗମ
ଜିଲ୍ଲା ଯୋଗାଣ ନିଗମ କହୁଛି ଖୁବ ଶୀଘ୍ର ଚାଷୀଙ୍କର ଧାନ କିଣା ଯିବ। ହେଲେ ଜିଲ୍ଲାରେ ଆଜି ସୁଦ୍ଧା ଧାନ କିଣା ଶୂନ, ଯାହାକୁ ନେଇ କେବଳ ତାକ୍ଷୀ କ୍ଷୁବ୍ଧ ହୋଇଛନ୍ତି ତା ନୁହେଁ; ବରଂ ରାଜନୈତିକ ସ୍ତରରେ ଏନେଇ ଜିଲ୍ଲାବ୍ୟାପି ବଡ଼ଧରଣର ଆନ୍ଦୋଳନ ଡାକରା ଦିଆଗଲାଣି। ଶୁକ୍ରବାର କେନ୍ଦ୍ରୀୟ ଟ୍ରେଡ଼ ୟୁନିସନ ଏବଂ କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାବ୍ୟାପି ଜୋରଦାର ଆନ୍ଦୋଳନ କରାଯିବ। ଅନ୍ୟ ସବୁ ରାଜନୈତିକ ଦଳ ମଧ୍ୟ ପ୍ରତିବାଦ କରିବା ସହ ଆନ୍ଦୋଳନ ଚେତାବନୀ ଦେଉଛନ୍ତି। କଂଗ୍ରେସ ଜିଲ୍ଲା ସଭାପତି ନାଳୀନୀ କାନ୍ତ ମହାନ୍ତି ଚାଷୀଙ୍କ ଧାନ କିଣା ନହେଲେ ଜୋରଦାର ଆନ୍ଦୋଳନ କରିବେ ବୋଲି କହିଛନ୍ତି। ତୁରନ୍ତ ମଣ୍ଡି ଖୋଲି ଚାଷୀ ଏବଂ ଭାଗ ଚାଷୀଙ୍କଠାରୁ ଧାନ କିଣିବା, ଟୋକନ ପ୍ରହସନ ବନ୍ଦ କରିବା, ସବୁ ଚାଷୀଙ୍କୁ କୃଷି ଏବଂ ମହାଜନୀ ଋଣ ଛାଡ଼ କରିବା ଆଦି ଦାବିରେ ୧୯ ତାରିଖରେ ଜିଲ୍ଲା ବ୍ୟାପି ଆନ୍ଦୋଳନ ଏବଂ ପ୍ରତିବାଦ କରିବାକୁ ଦେତାବନା ଦେଇଛନ୍ତି କୃଷକ ସଂଗଠନ। ତେଣେ ଜିଲ୍ଲା ଯୋଗାଣ ଅଧିକାରା ମନମୋହ‌ନ ପଟ୍ଟନାୟକ ଜିଲ୍ଲାରେ ଧାନ କିଶା ଆରମ୍ଭ ହୋଇଥିବା କରିଥିଲେ ମଧ୍ୟ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜଣେହେଲେ ଚାଷୀ ଧାନ ବିକିନଥିବା କଥା ଏଆରସିଏସ ପ୍ରତୀତା ଜେନା କହିଛନ୍ତି।

ଫେରାଇ ଦେଲେ ଧାନ!

ଏଆରସି ଏସଙ୍କ କହିବା ଅନୁଯାଇ ଶୁକ୍ରବାର କିଛି ସ୍ଥାନରେ ଚାଷୀ ମଣ୍ଡିକୁ ଧାନ ବିକ୍ରି ପାଇଁ ଆଣିଥିଲେ। ହେଲେ ଆଣିଥୁବା ଧାନ ଏଫଏକ୍ୟୁମାନର ନହେବାରୁ ତାକୁ ଫେରାଇ ଦିଆଯାଇଛି। ଚଳିତ ବର୍ଷ ଜିଲ୍ଲାରେ ଜିରୋ କଟିଙ୍ଗରେ ଧାନ କିଣା ଲାଗି ଚାଷୀଙ୍କୁ ଏଫଏକ୍ୟୁମାନର ଧାନ ଆଣିବାକୁ ଏବଂ ଧାନ ଏଫଏକ୍ୟୁମାନର ନହେଲେ  ଧାନ ଫେରାଇ ଦେବାକୁ ନିର୍ଦେଶକୁ ଏବେ ମଣ୍ଡି ଗୁଡିକ ଅକ୍ଷରେରେ ଅକ୍ଷରେ ପାଳନ କରୁଥିବା ଯୋଗୁ ଧାନ ସଂଗ୍ରହ କ୍ଷେତ୍ରରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। କୁହାଯାଇଛି ଏହା ପଛରେ ଏକ ଷଡ଼ଯନ୍ତ୍ର ରହିଛି। ଏଭଳି କି ନୀତି ଆପଣେଇ ଜିଲ୍ଲା ପ୍ରଶାସନ/ସରକାର ପରୋକ୍ଷରେ ଧାନ ସଂଗ୍ରହକୁ ନିରୁତ୍ସାହିତ କରିଛନ୍ତି। କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କାର ଇନପୁଟ ସଦସ୍ଥିତି ଯୋଗୁ ଚଳିତ ବର୍ଷ ଯେଉଁ ଭଳି ଚାଷୀ ପଞ୍ଜୀକରଣ ହୋଇଛି। ସବୁ ଚାଷୀଙ୍କ ଧାନ କିଣିଲେ ସରକାର କେବଳ ଭଦ୍ରକ ଜିଲ୍ଲାରୁ ଅତି କମରେ ୫୦ ଲକ୍ଷ କୁଣ୍ଟାଲ ଧାନ କିଣିବାକୁ ବାଧ୍ୟହେବେ। ଯେଉଁଥ୍‌ରେ ସରକାରଙ୍କୁ କେବଳ ଭଦ୍ରକ ଜିଲ୍ଲାରେ ଅତିତିକ୍ତ ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟ କରିବାକୁ ପଡିବ।

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button