ଚେନ୍ନାଇ: ଟିଭିକେ ମୁଖ୍ୟ ବିଜୟ ରବିବାର ତାମିଲନାଡ଼ୁର ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବ ପରେ ବିଜୟ ତିରୁଚିରାପାଲି ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀରୁ ଇସ୍ତଫା ଦେଇଛନ୍ତି ଏବଂ ପେରାମ୍ବୁର ଆସନ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବିଜୟ ଚଳିତ ବିଧାନସଭା ନିର୍ବାଚନରେ ଦୁଇଟି ଆସନରୁ ଲଢ଼ିଥିଲେ ଓ ଉଭୟ ତିରୁଚିରାପାଲି ପୂର୍ବ ଓ ପେରାମ୍ବୁର ଆସନରୁ ବିଜୟୀ ହୋଇଥିଲେ।
ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ତିରୁଚିରାପାଲି ପୂର୍ବ ଆସନରୁ ବିଜୟ ୯୧,୩୮୧ଟି ଭୋଟ ପାଇ ଡିଏମ୍କେ ପ୍ରାର୍ଥୀ ଏସ୍ ଇନିଗୋ ଇରୁଦୟାରାଜଙ୍କୁ ପରାସ୍ତ କରିଥିଲେ। ଇରୁଦୟାରାଜ ୬୩,୯୬୫ଟି ଭୋଟ ପାଇଥିଲେ। ଅନ୍ୟପକ୍ଷରେ ବିଜୟ ପେରାମ୍ବୁର ଆସନରୁ ଡିଏମ୍କେର ଆର୍ଡି ଶେଖରଙ୍କୁ ପରାସ୍ତ କରିଥିଲେ। ବିଜୟ ଏହି ଆସନରୁ ୧, ୨୦, ୩୬୫ଟି ଭୋଟ ପାଇଥିବାବେଳେ ଶେଖର ୬୬,୬୫୦ ଭୋଟ ପାଇଥିଲେ।
ସୌଜନ୍ୟ ସମ୍ବାଦ

