ରାଜନୀତି

Tamil Nadu Assembly Election : ତାମିଲନାଡ଼ୁ ବିଧାନସଭା ନିର୍ବାଚନ, କଂଗ୍ରେସକୁ ୨୮ ଆସନ ଦେଇପାରେ ଡିଏମ୍‌କେ

ଆଗାମୀ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ଆସନ ବଣ୍ଟନକୁ ନେଇ କଂଗ୍ରେସ ଓ ଡିଏମ୍‌କେ ମୁହାଁମୁହିଁ ହୋଇଛନ୍ତି। ଡିଏମ୍‌କେ କଂଗ୍ରେସକୁ ୨୮ଟି ଆସନ ଦେଇପାରେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଶାସକ ଦଳ ଆଗାମୀ କିଛି ଦିନ ମଧ୍ୟରେ ଏନେଇ କଂଗ୍ରେସକୁ ଆଲୋଚନାକୁ ଡାକିପାରେ।

ଚେନ୍ନାଇ: ଆଗାମୀ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ଆସନ ବଣ୍ଟନକୁ ନେଇ କଂଗ୍ରେସ ଓ ଡିଏମ୍‌କେ ମୁହାଁମୁହିଁ ହୋଇଛନ୍ତି। ଡିଏମ୍‌କେ କଂଗ୍ରେସକୁ ୨୮ଟି ଆସନ ଦେଇପାରେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଶାସକ ଦଳ ଆଗାମୀ କିଛି ଦିନ ମଧ୍ୟରେ ଏନେଇ କଂଗ୍ରେସକୁ ଆଲୋଚନାକୁ ଡାକିପାରେ। ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ ହେବା ପୂର୍ବରୁ ସପ୍ତାହ ମଧ୍ୟରେ ଡିଏମ୍‌କେ ଏହାର ସମସ୍ତ ସହଯୋଗୀ ଦଳ ସହିତ ଆସନ ବଣ୍ଟନ ନେଇ ଆଲୋଚନା କରିପାରେ। ତାମିଲନାଡ଼ୁର ୬ ଟି ରାଜ୍ୟସଭା ଆସନ ଏଥର ଖାଲି ପଡ଼ିଛି। ତେବେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ଡିଏମ୍‌କେ ଆସନ ବଣ୍ଟନ ନେଇ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହାନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button