ଦେଶ ବିଦେଶ

Tamim Iqbal Urges Bangladesh: ଖେଳାଳିଙ୍କ ଭବିଷ୍ୟତ କଥା ଚିନ୍ତା କରି ନିଷ୍ପତ୍ତି ନିଅ: BCBକୁ କହିଲେ ପୂର୍ବତନ ବାଂଲା କ୍ରିକେଟର

ଖେଳାଳିଙ୍କ ଭବିଷ୍ୟତ କଥା ଚିନ୍ତା କରି ନିଷ୍ପତ୍ତି ନିଅ। ଆଜି ନେଇଥିବା ନିଷ୍ପତ୍ତିର ପ୍ରଭାବ ୧୦ବର୍ଷ ଯାଏ ରହିବ। ବାଂଲାଦେଶ କ୍ରିକେଟ ବୋର୍ଡକୁ ଏଭଳି କହିଲେ ବାଂଲା କ୍ରିକେଟର ପୂର୍ବତନ ଅଧିନାୟକ ତମିମ ଇକବାଲ।

ଢ଼ାକା: ଖେଳାଳିଙ୍କ ଭବିଷ୍ୟତ କଥା ଚିନ୍ତା କରି ନିଷ୍ପତ୍ତି ନିଅ। ଆଜି ନେଇଥିବା ନିଷ୍ପତ୍ତିର ପ୍ରଭାବ ୧୦ବର୍ଷ ଯାଏ ରହିବ। ବାଂଲାଦେଶ କ୍ରିକେଟ ବୋର୍ଡକୁ ଏଭଳି କହିଲେ ବାଂଲା କ୍ରିକେଟର ପୂର୍ବତନ ଅଧିନାୟକ ତମିମ ଇକବାଲ। ସେ ବାଂଲାଦେଶ କ୍ରିକେଟ ବୋର୍ଡ (BCB)କୁ ଭାବପ୍ରବଣ ନହୋଇ ନିଷ୍ପତ୍ତି ନେବାକୁ ଅନୁରୋଧ କରିଛନ୍ତି। ବାଂଲାରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ପାଇଁ ବିରୋଧ ହେବାରୁ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ବିଦା କରିଥିଲା କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ଏହି ନିଷ୍ପତ୍ତିର ପ୍ରତିଶୋଧ ନେବାକୁ ଯାଇ ବାଂଲା ସରକାର ଆଇପିଏଲ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଓ ଟି-୨୦ ବିଶ୍ବକପ ପାଇଁ ବାଂଲା ଟିମ୍ ଭାରତ ଯିବନି ବୋଲି ସଫଳ ସଫଳ ମନା କରିଦେଇଥିଲେ। ଏହି ନିଷ୍ପତ୍ତିର ପ୍ରଭାବ କେବଳ ଆଜି ନୁହେଁ ବରଂ ଆଗାମୀ ଦଶ ବର୍ଷ ପାଇଁ ରହିବ ବୋଲି କହିଛନ୍ତି ତମିମ।

ଏକାଠି ବସି କଥା ହେଲେ ସମାଧାନର ବାଟ ବାହାରିବ

ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଫେବ୍ରୁଆରି ୭ରୁ ଆରମ୍ଭ ହେଉଥିବା ବିଶ୍ୱକପ୍ ପାଇଁ ଭାରତ ଯାତ୍ରା କରିବାକୁ ଅନିଚ୍ଛା ପ୍ରକାଶ କରିଛି ଏବଂ ମ୍ୟାଚ୍‌ଗୁଡ଼ିକ ଭାରତ ପରିବର୍ତ୍ତେ ସହ-ଆୟୋଜକ ଶ୍ରୀଲଙ୍କାରେ ରଖିବାକୁ ଦାବି କରିଛି। ଏହା ଉପରେ ପ୍ରତିକ୍ରିୟା ଦେଇ ତମିମ କହିଛନ୍ତି ଯେ, “ଏବେ ୨ଦେଶ ମଧ୍ୟ ସ୍ଥିତି ଭଲ ନାହିଁ। ଏତେ ସମ୍ବେଦନଶୀଳ ସମୟରେ ହଠାତ୍ ବୟାନ ଦେବା ସହଜ ନୁହେଁ। କିନ୍ତୁ ଏହା ମଧ୍ୟ ସତ ଯେ ଯଦି ସମସ୍ତେ ଏକାଠି ବସି ଆଲୋଚନା କରନ୍ତି, ତେବେ ଅନେକ ସମ୍ପର୍କ ଯୋଡ଼ି ହୁଏ ଏବଂ ସମାଧାନ ବାହାରି ଆସେ। ଆମକୁ ଦେଖିବାକୁ ପଡିବ ଯେ, ବାଂଲାଦେଶ ଆଜି ବିଶ୍ୱ କ୍ରିକେଟରେ କେଉଁଠି ଅଛି, ଏବଂ କାଲି କେଉଁଠି ଠିଆ ହୋଇପାରେ। ଏହି ମାନସିକତା ସହିତ ନିଷ୍ପତ୍ତି ନିଆଯିବା ଉଚିତ। ଭିଡ଼ର ସ୍ୱରକୁ ନେଇ କୌଣସି ନିଷ୍ପତ୍ତି ନିଆଯିବା ଭୁଲ। ତେଣୁ, ବାଂଲାଦେଶ କ୍ରିକେଟ୍ ଏବଂ ଖେଳାଳିଙ୍କ ଭବିଷ୍ୟତକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଆଯିବା ଉଚିତ। ଏହା ମୋର ବ୍ୟକ୍ତିଗତ ମତ।”

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button