Site icon Swayam News

Tasty Snacks: ଖୁବ ସହଜ ଉପାୟରେ ଚଟାପଟ ଘରେ ତିଆରି କରନ୍ତୁ ସ୍ବାଦିଷ୍ଟ ଚୁଡ଼ା ବରା

କୁରୁକୁରିଆ, ମୁସୁମୁସିଆ ବରା ପ୍ରାୟ ସମସ୍ତଙ୍କ ପ୍ରିୟ ହୋଇଥାଏ। ବରା ସାଧାରଣତଃ ସୁଜି, ଚାଉଳ ଏବଂ ବିରିରେ ତିଆରି ହୋଇଥାଏ। କିନ୍ତୁ ଚୁଡାରେ ତିଆରି ବରା ଅତ୍ୟନ୍ତ ସ୍ବାଦିଷ୍ଟ ହେବା ସହ ଭଲ ସ୍ନାକ୍ସ ଆଇଟମ ହୋଇଥାଏ।  ଶୀତ ଦିନେ ଚୁଡ଼ାରେ ତିଆରି ବରା ଖାଇବା ପ୍ରତି ଲୋକଙ୍କ ଚାହିଦା ମଧ୍ୟ ବୃଦ୍ଧି ପାଇଥାଏ।

ସକାଳୁ ଚୁଡା ଖାଇବା ଦ୍ବାରା ଆମ ଶରୀର ସୁସ୍ଥ ରହିଥାଏ। ଏଥିପାଇଁ ଆମେ ଚୁଡା ସନ୍ତୁଳା, ଚୁଡ଼ା କଦଳୀ ଖାଇଥାଉ। ତେବେ ଆସନ୍ତୁ ଏହି ଶୀତଦିନରେ ଘରେ ସ୍ବାଦିଷ୍ଟ ଚୁଡାର ବରା ତିଆରି କରି ଖାଇବାର ମଜା ନେବା।

ଚୁଡ଼ା ବରା ପାଇଁ ଆବଶ୍ୟକ ସାମଗ୍ରୀ

ଚୁଡାରେ ବରା ତିଆରି କରିବା ପାଇଁ ୪ରୁ ୫ଟି ସିଝା ଆଳୁ ନିଅନ୍ତୁ। ଏହାପରେ କଞ୍ଚା ଚୁଡାରୁ ୨ରୁ ୩ଚାମଚ ନିଅନ୍ତୁ। ଏହାପରେ ଛୋଟଛୋଟ କଟାଯାଇଥିବା ପିଆଜ,ଗୋଟିଏ କ୍ୟାସିକମ, ଧନିଆପତ୍ର, ୨ରୁ ୩ଟି ଲଙ୍କା , ଗୋଟେ କପ ବେସନ, ଗୋଟେ ବଡ ବ୍ରେଡ,  କାଶ୍ମରୀ ଲଙ୍କା ଗୁଣ୍ଡ,ଜିରା ଗୁଣ୍ଡ, ଚାଟ୍ ମସଲ , ଗୋଟିଏ ଲେମ୍ବୁ ନିଅନ୍ତୁ।

ଚୁଡ଼ା ବରାର ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚୁଡାକୁ ଗୋଟିଏ ପାତ୍ରରେ ରଖି ଭଲଭାବରେ ଧୋଇ ଦିଅନ୍ତୁ। ଚୁଡାକୁ ଭଲଭାବରେ ଧୋଇଲା ପରେ ତାକୁ ଛାଣି ପରିସ୍କାର ଭାବରେ ଚିପୁଡି ଅନ୍ୟ ଏକ ପାତ୍ରରେ ରଖନ୍ତୁ। ଚୁଡାକୁ କିଛି ସମୟ ରଖିସାରିବା ପରେ ପୁର୍ବରୁ ସିଝା ହୋଇଥିବା ଆଳୁରୁ ଚୋପା ଛଡାଇ ଆଳୁକୁ ରଖନ୍ତୁ। ଏହାପରେ ଆଗରୁ ରଖିଥିବା ଚୁଡାକୁ ବାହାର କରି ସେଥିରେ ସିଝା ଆଳୁ ସହ , କଟାଯାଇଥିବା କ୍ୟାପସିକମ, କଟା ପିଆଜ, ଧନିଆ ପତ୍ର ,କଟା କଞ୍ଚାଲଙ୍କା, କାଶ୍ମରୀ ଲଙ୍କା ଗୁଣ୍ଡ ,ଜିରା ଗୁଣ୍ଡ , ଚାଟ୍ ମସଲାକୁ ପକାନ୍ତୁ। ତାପରେ ଏଥିରେ ଗୋଟିଏ ଲେମ୍ବୁର ରସକୁ ଚିପୁଡି ସବୁ ମିଶ୍ରଣକୁ ଭଲଭାବରେ ଚକଟି ଦିଅନ୍ତୁ।

ଚକଟିଲା ବେଳେ ଯଦି ଟାଣ ଅନୁଭବ ହୁଏ ଏଥିରେ ସାମାନ୍ୟ ପାଣି ମିଶାଇପାରିବେ। ସବୁମିଶ୍ରଣକୁ ଭଲଭାବରେ ଚକଟି ସାରିବା ଦୁଇ ହାତରେ ସାମାନ୍ୟ ତେଲ ମାରି ଚକଟି ଥିବା ଗୁଳାକୁ ନେଇ ହାତରେ ବରାର ଆକୃତି ଦିଅନ୍ତୁ।ଏହାପରେ ବେସନକୁ ପାଣି ,ଲୁଣ ଏବଂ ଜୁଆଣି ପକାଇ ପତଳା ଆଣ ବା (ବ୍ୟାଟର) ପ୍ରସ୍ତୁତି କରନ୍ତୁ। ମାର୍କେଟରୁ ଆଣିଥିବା ପାଉଁରୁଟିକୁ ଛିଣ୍ଡାଇ ଛୋଟଛୋଟ କରି ସେଥିରେ କିଛି ଚୁଡାକୁ ମିଶାଇ ଗ୍ରାଇଣ୍ଡରରେ  ପେଷ୍ଟ କରନ୍ତୁ। ଯେପରି ଏହା ଦରଦରା ଭଳି ରହିବ। ଏହାପରେ ତିଆରି କରିଥିବା ବରାକୁ ବେସନ ଆଣରେ ଭଲଭାବରେ ବୁଡାଇ ଗ୍ରାଇଣ୍ଡ କରିଥିବା ପାଉଁରୁଟିରେ ଭଲଭାବରେ ଗୋଳାଇ ଦିଅନ୍ତୁ।

ଶୀତଦିନେ ଚୁଡ଼‌ା ବରାର ନିଅନ୍ତୁ ମଜା

ଏହାପରେ ଗ୍ୟାସରେ କଡେଇକୁ ବସାଇ ସେଥିରେ ତେଲକୁ ପକାଇ ଗରମ କରନ୍ତୁ। ତେଲ ଗରମ ହେବାପରେ ଗ୍ୟାସର ଆଞ୍ଚକୁ କମ କରି ମିଡିୟମ ଫ୍ଲେମରେ ବରାର ଦୁଇପଟକୁ ଭଲଭାବରେ ଛାଣନ୍ତୁ। ଏହାପରେ ଛଣାଯାଇଥିବା ବରାକୁ ବାହାର କରି ସାମାନ୍ୟ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ। ପ୍ରସ୍ତୁତ ହୋଇଗଲା  ସ୍ବାଦିଷ୍ଟ ଚୁଡାରେ ତିଆରି ବରା। ଏହାକୁ ଟମାଟୋ ସସ୍ , ଚିଲି ସସ୍ ଦେଇ ପରିବାର ଲୋକଙ୍କ ସହ ଖୁସିରେ ଖାଆନ୍ତୁ।

 

 

ସୌଜନ୍ୟ – ସମ୍ବାଦ

Exit mobile version