ଜାତୀୟ

Telangana Parental Care: ନୂଆ ବିଲ୍ ଗୃହୀତ, ଆଇନ ପରିସରକୁ ଆସିବେ ଜନ ପ୍ରତିନିଧୀ

ତେଲେଙ୍ଗାନା ବିଧାନସଭା ସର୍ବସମ୍ମତିକ୍ରମେ ଏକ ବିଲ୍ ପାସ୍ କରିଛି । ଯାହା ଦ୍ଵାରା ପିତାମାତାଙ୍କୁ ଅବହେଳା କରୁଥିବା କର୍ମଚାରୀଙ୍କ ଦରମାରୁ ୧୫ ପ୍ରତିଶତ କାଟି ଦିଆଯିବ। ଏହି ବିଲ୍ କୁ ତେଲେଙ୍ଗାନା କର୍ମଚାରୀ ଉତ୍ତରଦାୟିତ୍ୱ ଏବଂ ଅଭିଭାବକ ସହାୟତା ବିଲ୍, ୨୦୨୬। ଏହି ବିଲ୍ କେବଳ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ କରେ ନାହିଁ।

ତେଲଙ୍ଗାନା: ତେଲଙ୍ଗାନା ବିଧାନସଭାରେ ରବିବାର ଗୃହୀତ ହୋଇଛି ‘ତେଲଙ୍ଗାନା ଏମ୍ପ୍ଲଇଜ୍ ଆକାଉଣ୍ଟାବିଲିଟି ଆଣ୍ଡ୍ ମନିଟରିଂ ଅଫ୍ ପ୍ୟାରେଣ୍ଟାଲ ସର୍ପୋଟ ବିଲ୍୨୦୨୬’ । ବରିଷ୍ଠ ନାଗରିକଙ୍କ ଆର୍ଥିକ ନିରପତ୍ତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ବିଲ୍ ଅଣାଯାଇଛି । ଏହା ଅନୁସାରେ, ପିତାମାତାଙ୍କ ଯତ୍ନ ନ ନେଲେ ଉଭୟ ସରକାରୀ ଏବଂ ବେସରକାରୀ କର୍ମଚାରୀଙ୍କ ସମେତ ଜନପ୍ରତିନିଧିଙ୍କ ଦରମା କଟିବ । ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ କହିଛନ୍ତି, ଏହି ବିଲ୍ ଏବେର କେନ୍ଦ୍ରୀୟ ଆଇନଠାରୁ ଆଉ ପାଦେ ଆଗକୁ ଯାଇ କାମ କରିବ ।

ବିଲ୍‌ରେେ କିଏ କିଏ ଅନ୍ତର୍ଭୁକ୍ତ?

ଦେଶରେ ପୂର୍ବରୁ ‘ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ-୨୦୦୭’ ରହିଛି । ତେବେ ତେଲଙ୍ଗାନାର ଏହି ନୂଆ ବିଲ୍ରେ ଜନପ୍ରତିନିଧି ଏବଂ ବେସରକାରୀ କର୍ମଚାରୀଙ୍କୁ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଥିବା ରେଡ୍ଡୀ ପ୍ରକାଶ କରିଛନ୍ତି । ଏହି ବିଲ୍ ଅନୁଯାୟୀ, ଜନ ପ୍ରତିନିଧି, ସରକାରୀ ଏବଂ ବେସରକାରୀ କର୍ମଚାରୀମାନେ ସେମାନଙ୍କ ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ବାଧ୍ୟତାମୂଳକ । ଏହାର ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଦରମାରୁ ୧୫ ପ୍ରତିଶତ କିମ୍ବା ୧୦ ହଜାର ଟଙ୍କା (ଯେଉଁଟା କମ୍ ଥିବ) କଟିବ । ସେହି ଟଙ୍କା ସେମାନଙ୍କ ପିତାମାତାଙ୍କୁ ପ୍ରଦାନ କରାଯିବ ।

କଣ କହିଲେ ସିଏମ୍?

ମୁଖ୍ୟମନ୍ତ୍ରୀ ରେଡ୍ଡୀ ବ୍ୟବସାୟୀ ବିଜୟପତ ସିଂଘାନିଆଙ୍କ ଉଦାହରଣ ଦେଇଥିଲେ, ଯିଏ କି ତାଙ୍କର ସମସ୍ତ ସମ୍ପତ୍ତି ନିଜ ପୁଅକୁ ଦେଇଥିଲେ । ଏହାପରେ ତାଙ୍କୁ ଘରୁ ବାହାରିଯିବାକୁ ପଡ଼ିଥିଲା । ରେଡ୍ଡୀ ଆହୁରି କହିଛନ୍ତି, ରାଜ୍ୟ ସରକାର ସାମାଜିକ ଦାୟିତ୍ୱବୋଧ ଭାବେ ଏହି ବିଲ୍ ଆଣିଛନ୍ତି । ଏହା ଅନ୍ୟ ସାଧାରଣ ଆଇନ ପରି ନୁହେଁ । ଏହା ଲୋକଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ ଜାଗ୍ରତ କରିବ । ଯେଉଁମାନେ ନିଜ ପିତାମାତାଙ୍କୁ ଅବହେଳା କରିବେ ସେମାନେ ଆଇନ ପରିସରକୁ ଆସିବେ । ଏପରି ହେଲେ ସେମାନେ ପିତାମାତାଙ୍କ ଯତ୍ନ ନେବାକୁ ବାଧ୍ୟ ହେବେ ।

ବିଲ୍‌ ଆସିବା ପଛର କାରଣ?

ଯେଉଁ ସନ୍ତାନମାନେ ପିତାମାତାଙ୍କୁ ଅବହେଳା କରୁଛନ୍ତି ସେମାନଙ୍କୁ ସଜାଡ଼ି ଠିକ୍ ବାଟକୁ ଆଣିବା ସମାଜର ଦାୟିତ୍ୱ । କିନ୍ତୁ ରାଜ୍ୟକୁ ଏଭଳି ଆଇନ ପ୍ରଣୟନ କରିବାକୁ ପଡ଼ିବା ଦୁର୍ଭାଗ୍ୟଜନକ । ଯେଉଁମାନେ ନିଜ ମାତାପିତାଙ୍କୁ ଅବହେଳା କରନ୍ତି ସେମାନଙ୍କର ସମାଜରେ ବଞ୍ଚି ରହିବାର ଅଧିକାର ନାହିଁ ବୋଲି ରେବନ୍ତ ରେଡ୍ଡୀ କହିଛନ୍ତି । ବିଜେପି ମଧ୍ୟ ଏହି ବିଲ୍କୁ ସମର୍ଥନ କରିଛି । ବିଜେପି ବିଧାୟକ ପାୟଲ ଶଙ୍କର କହିଛନ୍ତି, ଏପରି ବିଲ୍ ଅଣାଯିବା ପ୍ରଥମ ଘଟଣା । ତେବେ ଦଣ୍ଡ ବାବଦ ଆର୍ଥିକ ରାଶି ଅଧିକ ବୃଦ୍ଧି କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button