Tension At Chhendipada: ଟ୍ରକ ମାଲିକ ସଙ୍ଘ ଓ କୋଶଳା ଗ୍ରାମ ମଧ୍ୟରେ ବଢୁଛି ତିକ୍ତତା

ଗତକାଲି ରାତିରେ ନୟନି ଖଣିରୁ ଛେଣ୍ଡିପଦା ଟ୍ରକ ମାଲିକ ସଙ୍ଘର ୧୩ ଟି ଟ୍ରକରେ କୋଇଲା ନେଇ କୋଶଳା ଦେଇ ହିନ୍ଦୋଳ ରୋଡ ଯିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ସମ୍ଭାବନା ରହିଛି।

 

ଅନୁଗୁଳ: ଗତକାଲି ରାତିରେ ନୟନି ଖଣିରୁ ଛେଣ୍ଡିପଦା ଟ୍ରକ ମାଲିକ ସଙ୍ଘର ୧୩ଟି ଟ୍ରକରେ କୋଇଲା ନେଇ କୋଶଳା ଦେଇ ହିନ୍ଦୋଳ ରୋଡ ଯିବାକୁ ଉଦ୍ୟମ କରିଥିଲେ। ଗଣଧାରଣାରେ ଥିବା ମହିଳାଙ୍କ ବିରୋଧ ପରେ ଟ୍ରକ ଫେରିଲା ପରେ ଛେଣ୍ଡିପଦା ପାର୍କିଙ୍ଗରେ ଅଟକି ରହିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ରାସ୍ତା ନିର୍ମାଣ ଦାବି ଜୋର ଧରିଛି

କୋଇଲା ପରିବହନ ଓ ପ୍ରଦୂଷଣ ଭୟରେ ପୁଣି ଗାଁ ଗାଁରେ ରାତି ଉଜାଗର ରହି ରାସ୍ତାରେ ଜଗିବା ସମ୍ଭାବନା ରହିଛି। ଟ୍ରକ ମାଲିକ ସଙ୍ଘ ଓ କୋଶଳା ଗ୍ରାମ ମଧ୍ୟରେ ତିକ୍ତତା ବଢୁଛି। ଅନ୍ୟପଟେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଅଞ୍ଚଳରେ ଏହାର ସ୍ଥାୟୀ ସମାଧାନ ନେଇ କୋଇଲା ପରିବହନ ରାସ୍ତା ନିର୍ମାଣ ଦାବି ଜୋର ଧରିଛି। ଆଜି କୋଶଳା ଗ୍ରାମବାସୀଙ୍କୁ ସମର୍ଥନ ଜଣାଇ ସମସ୍ତ ସ୍କୁଲ କଲେଜକୁ ଛାତ୍ରଛାତ୍ରୀମାନେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ