ଓଡିଶା

Tension on Streets: ସାଇଡ୍ ମରାକୁ କେନ୍ଦ୍ରକରି ରାସ୍ତାରୋକ, ଜଣେ ଯୁବକଙ୍କ ଗିରଫକୁ ନେଇ ପ୍ରତିବାଦ

ସରପଞ୍ଚଙ୍କ ସାଇଡମରାକୁ କେନ୍ଦ୍ରକରି ଉତ୍ତେଜନା। ଚାନ୍ଦବାଲି ଖେରଙ୍ଗ ବଜାରରେ ରାସ୍ତାରୋକ କରିଛନ୍ତି ମହିଳା। ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ।

ଭଦ୍ରକ ଚାନ୍ଦବାଲି ଖେରଙ୍ଗରେ ସ୍ଥାନୀୟ ସରପଞ୍ଚଙ୍କ ସାଇଡମରାକୁ କେନ୍ଦ୍ରକରି ଉତ୍ତେଜନା। ଚାନ୍ଦବାଲି ଖେରଙ୍ଗ ବଜାରରେ ରାସ୍ତାରୋକ କରିଛନ୍ତି ମହିଳା।  ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ। ଗତକାଲି ଗାଡି ସାଇଡମରାକୁ ନେଇ ହୋଇଥିଲା ବଚସା।

ଖେରଙ୍ଗ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ଗାଡି ନେଇ ଯାଉଥିବା ସମୟରେ କିଛି ସ୍ଥାନୀୟ ଯୁବକଙ୍କୁ ସାଇଡ୍ ମାରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସରପଞ୍ଚ ଓ ସ୍ଥାନୀଯ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ଥାନାରେ ଏତଲା ଦେଇଥିଲେ ସରପଞ୍ଚ।

ଏତଲାକୁ ନେଇ ଜଣେ ଯୁବକଙ୍କୁ ଗିରଫ କରିଥିଲା ସ୍ଥାନୀୟ ପୋଲିସ। ଏହାର ପ୍ରତିବାଦ କରି ସରପଞ୍ଚଙ୍କ ଗିରଫ ଦାବି  କରି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ। ସ୍ଥାନୀୟ ସରପଞ୍ଚଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି ଲୋକେ। ଯେପର୍ଯ୍ୟନ୍ତ ସରପଞ୍ଚ ଗିରଫ ହୋଇନାହାନ୍ତି ସେପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଭଦ୍ରକ ଖେରଙ୍ଗ ବଜାରରେ ଉତ୍ତେଜନା 

ସାଇଡ୍ ମରାକୁ କେନ୍ଦ୍ରକରି ରାସ୍ତାରୋକ
ରାସ୍ତାରୋକ କହିଛନ୍ତି ଅନେକ ମହିଳା
ଜଣେ ଯୁବକଙ୍କ ଗିରଫକୁ ନେଇ ପ୍ରତିବାଦ
ସ୍ଥାନୀୟ ସରପଞ୍ଚଙ୍କୁ ଗିରଫ କରିବାକୁ ଦାବି

ସୌଜନ୍ୟ OTV

Show More

Leave a Reply

Your email address will not be published. Required fields are marked *

Back to top button