ଦେଶ ବିଦେଶ

Texas Father Shoots Daughter: ଟ୍ରମ୍ପଙ୍କୁ ନେଇ ଘରେ ଯୁକ୍ତିତର୍କ, ଝିଅକୁ ଗୁଳି କଲେ ବାପା

ଆମେରିକାର ଟେକ୍ସାସ ରାଜ୍ୟରେ ଏକ ପାରିବାରିକ ବିବାଦ ଦୁଃଖଦ ମୋଡ଼ ନେଇଛି। ୨୩ ବର୍ଷୀୟ ବ୍ରିଟିଶ ମହିଳା ଲୁସି ହାରିସନଙ୍କର ତାଙ୍କ ବାପାଙ୍କ ସହିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ପ୍ରବଳ ଯୁକ୍ତିତର୍କ ପରେ ବାପା ଗୁଳି କରି ଝିଅଙ୍କୁ ହତ୍ୟା କରିଛନ୍ତି।

ଟେକ୍ସାସ :ଆମେରିକାର ଟେକ୍ସାସ ରାଜ୍ୟରେ ଏକ ପାରିବାରିକ ବିବାଦ ଦୁଃଖଦ ମୋଡ଼ ନେଇଛି। ୨୩ ବର୍ଷୀୟ ବ୍ରିଟିଶ ମହିଳା ଲୁସି ହାରିସନଙ୍କର ତାଙ୍କ ବାପାଙ୍କ ସହିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ପ୍ରବଳ ଯୁକ୍ତିତର୍କ ପରେ ବାପା ଗୁଳି କରି ଝିଅଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ଡାଲାସ ନିକଟସ୍ଥ ପ୍ରସପର ଅଞ୍ଚଳରେ ଘଟିଛି। ମାମଲା ଏବେ କୋର୍ଟରେ ପହଞ୍ଚିଛି। ବିଚାର ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଇଂଲଣ୍ଡର ଚେଶାୟାରର ୱାରିଂଟନ୍‌ର ଲୁସି ତାଙ୍କ ପ୍ରେମିକ ସାମ୍ ଲିଟଲରଙ୍କ ସହ ଟେକ୍ସାସ ଆସିଥିଲେ। ସେ ତାଙ୍କ ବାପା କ୍ରିସ୍ ହାରିସନ୍ ଓ ତାଙ୍କ ପରିବାର ସହିତ ରହୁଥିଲେ। ପୁଲିସ ହତ୍ୟା ସନ୍ଦେହରେ ମାମଲାର ତଦନ୍ତ କରୁଛି। କିନ୍ତୁ ବାପାଙ୍କ ବିରୋଧରେ କୌଣସି ଅପରାଧିକ ଅଭିଯୋଗ ଦାଖଲ ହୋଇନାହିଁ।

ସକାଳର ବିତର୍କ ଶେଷ ଆଲୋଚନା

କୋର୍ଟରେ ସାକ୍ଷ୍ୟ ଦେଇ ସାମ୍ ଲିଟଲର କହିଥିଲେ ଯେ, ସେମାନେ ବିମାନବନ୍ଦରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ସେତେବେଳେ ଲୁସି ଓ ତାଙ୍କ ବାପାଙ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ସାମ୍‌ଙ୍କ ଅନୁଯାୟୀ, ପୂର୍ବରୁ ଅନେକ ପ୍ରସଙ୍ଗକୁ ନେଇ ବାପା ଓ ଝିଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ଦୁହିଁଙ୍କ ମଧ୍ୟରେ ଶେଷଥର ପାଇଁ ଘରେ ବନ୍ଧୁକ ରଖିବା ପ୍ରସଙ୍ଗକୁ ନେଇ ‌ଯୁକ୍ତି ହୋଇଥିଲା। ଯୁକ୍ତିତର୍କ ଉଗ୍ର ରୂପ ଧାରଣ କରିଥିଲା।ରିପୋର୍ଟ ଅନୁଯାୟୀ, ଯୁକ୍ତିତର୍କ ସମୟରେ ଲୁସି ତାଙ୍କ ବାପାଙ୍କୁ ଏକ ସମ୍ବେଦନଶୀଳ ପ୍ରଶ୍ନ ପଚାରିଥିଲେ ଯେ, ଯଦି ମତେ ଯୌନ ନିର୍ଯାତନା ଦିଆଯାଏ ତେବେ ଆପଣ କିପରି ଅନୁଭବ କରିବେ? ଏହା ପ୍ରତି ତାଙ୍କ ବାପାଙ୍କ ପ୍ରତିକ୍ରିୟା ଯନ୍ତ୍ରଣାଦାୟକ ଥିଲା। ସାକ୍ଷ୍ୟ ଅନୁଯାୟୀ, ସେ କହିଥିଲେ ଯେ, ତାଙ୍କର ଅନ୍ୟ ଦୁଇ ଝିଅ ତାଙ୍କ ସହିତ ରହୁଛନ୍ତି ଏବଂ ଯଦି ଏପରି ଘଟଣା ଘଟେ ତେବେ ଏହା ତାଙ୍କୁ ଅଧିକ କଷ୍ଟ ଦେବ ନାହିଁ। ଏହି ଉତ୍ତରରେ ଲୁସି ଭାବପ୍ରବଣ ହୋଇଯାଇଥିଲେ, ଏବଂ ସେ କାନ୍ଦି କାନ୍ଦି ଉପର ମହଲାକୁ ଚାଲିଯାଇଥିଲେ।
କିଛି ସମୟ ପରେ, ଗୁଳି ଫୁଟିବାର ଶବ୍ଦ ଶୁଭିଲା

୧୫ ସେକେଣ୍ଡ ପରେ ଶୁଭିଲା ଗୁଳି ଫୁଟିବାର ଶବ୍ଦ

ପ୍ରାୟ ଅଧ ଘଣ୍ଟା ପରେ, କ୍ରିସ୍ ହାରିସନ୍ ତାଙ୍କ ଝିଅର ହାତ ଧରି ତଳ ମହଲାର ଶୟନ କକ୍ଷକୁ ନେଇଯାଇଥିଲେ। ସାମ୍ କହିବା ଅନୁସାରେ, ପ୍ରାୟ ୧୫ ସେକେଣ୍ଡ ପରେ ଗୁଳି ଚଳାଇବାର ଶବ୍ଦ ଶୁଭିଲା। ଯେତେବେଳେ ସେ ପହଞ୍ଚିଲେ, ଲୁସି ବାଥରୁମ୍ ଦ୍ୱାର ପାଖରେ ତଳେ ପଡ଼ିଥିଲେ। ତାଙ୍କ ଛାତିରେ ଗୁଳି ବାଜିଥିଲା ​। ତାଙ୍କ ଜୀବନ ରକ୍ଷା କରାଯାଇପାରିଲା ନାହିଁ। ଶବ ବ୍ୟବଚ୍ଛେଦରୁ ନିଶ୍ଚିତ ହୋଇଛି ଯେ, ଗୋଟିଏ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

ମଦ ନିଶାରେ ଅପରାଧ

କୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଲା ଯେ, କ୍ରିସ୍ ହାରିସନ୍ ସବୁବେ‌ଳେ ମଦ୍ୟପାନ କରୁଥିଲେ। ଚିକିତ୍ସା ପାଇଁ ଏକ ନିଶା ନିବାରଣ କେନ୍ଦ୍ରରେ ମଧ୍ୟ ଯୋଗ ଦେଇଥିଲେ। ଗୁଳିଚାଳନା କରିବା ପୂର୍ବରୁ ସେ ୫୦୦ ମିଲି ମଦ ପିଇଥିଲେ। ମଦ ନିଶାରେ ଗୁଳି ଚଳାଇଥିବା ସେ ସ୍ୱୀକାର କରିଛନ୍ତି । ତାଙ୍କ ଆଇନଜୀବୀଙ୍କ ଦ୍ୱାରା ଜାରି ଏକ ବିବୃତିରେ ସେ କହିଛନ୍ତି , ଗୁଳିକାଣ୍ଡ ପାଇଁ ମୁଁ ଦାୟୀ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button