ତାଳଚେର: ତାଳଚେର ଘଣ୍ଟପଡ଼ା ରେଳ ଫାଟକରେ ପ୍ରାୟ ଦିନ ଅଭାବନୀୟ ଘଟଣା ଘଟିବାରେ ଲାଗିଛି। ରେଳ ଫାଟକ ଘଣ୍ଟା ଘଣ୍ଟା ଅଚଳ ହୋଇ ପଡ଼ିବାରୁ ଆମ୍ବୁଲାନ୍ସ ସହ ସାଧାରଣ ଯାତ୍ରୀ ଫସି ରହୁଛନ୍ତି। ଆଜି ହାଣ୍ଡିଧୂଆ ରେଳ ଫାଟକଠାରେ ଟ୍ରେନ୍ ଯିବାବେଳେ କୌଣସି କାରଣରୁ ଫାଟକଟି ଅଧାରୁ ଭାଙ୍ଗି ଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିବା ବେଳେ ରୋଗୀ ବାହକ ଆମ୍ବୁଲାନ୍ସ ଗାଡ଼ି ମଧ୍ୟ ଫସି ରହିଥିବା ଦେଖିବାକୁ ମିଳିଥିଲା।

