ବିଶେଷ

The birth: ହ୍ବାଟ୍‌ସଆପ୍‌ର ଜନ୍ମ କାହାଣୀ

ୟୁକ୍ରେନ୍‌ ଯେତେବେଳେ ସୋଭିଏତ୍‌ ରୁଷ ଅଧୀନରେ ଥିଲା, ସେତେବେଳେ ୧୯୭୬ ମସିହାରେ ଏହି ଦେଶର କିବ୍‌ ସହର ନିକଟରେ ଜନ୍ମିତ ଜାନ୍‌ କୋଉମ୍‌ ଆର୍ଥିକ ଦୁରବସ୍ଥା ଭିତରେ ବଢ଼ିଥିଲେ। ଅନଟନ....

ୟୁକ୍ରେନ୍‌ ଯେତେବେଳେ ସୋଭିଏତ୍‌ ରୁଷ ଅଧୀନରେ ଥିଲା, ସେତେବେଳେ  ୧୯୭୬ ମସିହାରେ ଏହି ଦେଶର କିବ୍‌ ସହର ନିକଟରେ ଜନ୍ମିତ ଜାନ୍‌ କୋଉମ୍‌ ଆର୍ଥିକ ଦୁରବସ୍ଥା ଭିତରେ ବଢ଼ିଥିଲେ। ଅନଟନ ଓ ସବୁବେଳେ ଅନ୍ୟମାନଙ୍କ ସନ୍ଦେହ ଘେରରେ ତାଙ୍କ ବାଲ୍ୟ ଜୀବନ କଟିଥିଲା। ପରବର୍ତ୍ତୀ ସମୟରେ ଏହି ଅନୁଭୂତି ତାଙ୍କୁ ଗୋପନୀୟତା ଓ ଯୋଗାଯୋଗ କ୍ଷେତ୍ରରେ କିଛି କରିବାକୁ ସହାୟକ ହୋଇଥିଲା। ଘଟଣାଚକ୍ରରେ ପଡ଼ି ୧୬ ବର୍ଷ ବୟସରେ କୋଉମ୍ ମା’ଙ୍କ ସହ ଆମେରିକା ଚାଲିଗଲେ। ସେଠାରେ ବି ମା’ପୁଅ ସ୍ବଚ୍ଛନ୍ଦରେ ଚଳିପାରିଲେ ନାହିଁ। ପେଟପାଇଁ ସେମାନଙ୍କୁ ‘ଖାଦ୍ୟ ଷ୍ଟାମ୍ପ୍‌’ ଉପରେ ନିର୍ଭର କରିବାକୁ ପଡୁଥିଲା। ଏହି ଷ୍ଟାମ୍ପ୍‌ ବା ଭାଉଚର୍‌ ବଦଳରେ ସେଠାକାର ସରକାର ମାଗଣା ଭୋଜନ ଯୋଗାଉଥିଲେ। ତା’ଛଡ଼ା ପରିବାର ପାଇଁ କୋଉମ୍‌ ଜଗୁଆଳି କାମ ବି କରୁଥିଲେ।

ଏତେ ସମସ୍ୟା ମଧ୍ୟରେ ଥାଇ ବି ପ୍ରଯୁକ୍ତିବିଦ୍ୟା ପ୍ରତି କୋଉମ୍‌ଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ସେ ସ୍ଥାନୀୟ ଏକ ଷ୍ଟୋର୍‌ରୁ ମାନୁଆଲ୍ ମାଗିଆଣି ପଢ଼ିବା ସହ ନିଜେ ନିଜେ ପ୍ରୋଗ୍ରାମିଂ ଶିଖିଲେ ଓ କୋଡ୍‌ ଉପରେ ପରୀକ୍ଷା ନିରୀକ୍ଷା ଚଳାଇଲେ। ତା’ଛଡ଼ା ସେ ସାନ୍‌ ଜୋସ୍‌ ଷ୍ଟେଟ୍‌ ୟୁନିଭର୍ସିଟିରେ ନାମ ଲେଖାଇ ସେଠାରେ ପଢ଼ିଲେ। ତେବେ ପ୍ରଯୁକ୍ତି କ୍ଷେତ୍ରରେ ଚାକିରି ପାଇଁ ଅଳ୍ପକିଛି ଦିନରେ ୟୁନିଭର୍ସିଟି ପଢ଼ା ଛାଡ଼ିଦେଲେ। ଚାକିରି କାଳରେ ପ୍ରଥମେ ସେ ଆର୍ଣ୍ଣଷ୍ଟ୍‌ ଆଣ୍ଡ୍‌ ୟଙ୍ଗ୍‌ରେ ସିକ୍ୟୁରିଟି ଟେଷ୍ଟର୍‌ ଭାବେ କାମ କଲେ। ତାଙ୍କ କାମରେ ସମସ୍ତେ ସନ୍ତୁଷ୍ଟ ଥିଲେ। ପରେ ସେ ‘ୟାହୁ’ରେ ଯୋଗଦେଲେ। ‘ୟାହୁ’ରେ ଥିବାବେଳେ ଅନ୍ୟତମ ସହକର୍ମୀ ବ୍ରିୟାନ୍‌ ଆକ୍‌ସନ୍‌ଙ୍କ ସହ ତାଙ୍କର ପରିଚୟ ହେଲା। ୨୦୦୯ରେ କୋଉମ୍ ଓ ଆକ୍‌ସନ୍‌ ମିଶି ଅତି ସରଳ, ବିଜ୍ଞାପନମୁକ୍ତ ଓ ଗୋପନୀୟତାକୁ ଗୁରୁତ୍ବ ଦେଉଥିବା ମେସେଜିଂ ଆପ୍ଲିକେସନ୍‌ ‘ହ୍ୱାଟ୍‌ସଆପ୍’ ପ୍ରସ୍ତୁତ କଲେ। ଅଳ୍ପ ଦିନ ଭିତରେ ଏହି ଆପ୍‌ ଲୋକପ୍ରିୟ ହୋଇ ବିଶ୍ୱରେ ସର୍ବାଧିକ ବ୍ୟବହୃତ ମେସେଜିଂ ଆପ୍‌ ମଧ୍ୟରେ ସାମିଲ ହୋଇଗଲା। କୋଉମ୍‌ କୋଟି କୋଟି ଡଲାରର ମାଲିକ ବନିଗଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button