ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗତ ୩୬ ଘଣ୍ଟା ମଧ୍ୟରେ ଘନଘନ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ଓ ଝଡ଼ତୋଫାନ ତାଣ୍ଡବ ରଚିଛି। ଏହି ବିପର୍ଯ୍ୟୟରେ ରାଜ୍ୟରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୧୯ ଜିଲ୍ଲାରେ ବହୁ ଗଛ, ବିଦ୍ୟୁତ୍ଖୁଣ୍ଟ ଉପୁଡ଼ି ପଡ଼ିଥିବାବେଳେ ଅନେକ ଘର ଧରାଶାୟୀ ହୋଇଛି। ଏଥିରେ ୧୧୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ପ୍ରୟାଗରାଜରେ ସର୍ବାଧିକ ୨୧ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଭଦୋହିରେ ୧୮, ମିର୍ଜାପୁରରେ ୧୫, ଫତେପୁରରେ ୧୦, ଉନ୍ନାଓ ଏବଂ ବଦାଉଁରେ ୧୨ ଜଣ, ପ୍ରତାପଗଡ଼ ଓ ବରେଲିରେ ୮ ଜଣ, ସୀତାପୁର, ରାଏବରେଲି ଓ ଚନ୍ଦୌଲିରେ ୨ଜଣଙ୍କର ମୃତ୍ୟୁ ହୋଇଛି।
ସୌଜନ୍ୟ Prameya News7

