ମହାନଗର

The last breath: କଂକ୍ରିଟ୍‌ ଦାଣ୍ଡରେ ବାଲିଖେଳର ଶେଷନିଃଶ୍ବାସ

ବର୍ଷାଦିନେ ଖୁବ୍‌ ବିରକ୍ତ କରୁଥିଲା କାଦୁଅ ପଚପଚ ଗାଁ ଦାଣ୍ଡ। ମଇଳା ପାଣି ବହିଯାଉଥିଲା। ଘରୁ ଗୋଡ଼ କାଢ଼ିବାକୁ ଇଚ୍ଛା ହେଉ ନଥିଲା। କିନ୍ତୁ କୁନି ପିଲାମାନଙ୍କର ସେଥିପ୍ରତି ନିଘା ନଥିଲା।

ବାଲିଅନ୍ତା: ବର୍ଷାଦିନେ ଖୁବ୍‌ ବିରକ୍ତ କରୁଥିଲା କାଦୁଅ ପଚପଚ ଗାଁ ଦାଣ୍ଡ। ମଇଳା ପାଣି ବହିଯାଉଥିଲା। ଘରୁ ଗୋଡ଼ କାଢ଼ିବାକୁ ଇଚ୍ଛା ହେଉ ନଥିଲା। କିନ୍ତୁ କୁନି ପିଲାମାନଙ୍କର ସେଥିପ୍ରତି ନିଘା ନଥିଲା। କିଏ କାଗଜଡଙ୍ଗା ଭସାଇ ଖୁସିରେ ନାଚି ଉଠୁଥିଲା ତ କିଏ ବାଲିରେ ଗୋଡ଼ ପୂରାଇ ବାଲିଘର ଗଢ଼ିଦେଉଥିଲା। ଜଣେ ଦୁଷ୍ଟ ପିଲା ବାଲିଘର ଭାଙ୍ଗିଦେବାରୁ କାନ୍ଦୁଥିଲା ପିଲାଟା। ବାପାମାଆ ଆକଟ କରି ଡାକ ପକାଉଥିଲେ, ‘ଆ, ଆଉ ଓଦା ହ ନା, ଜରରେ ପଡ଼ିବୁ।’ କିନ୍ତୁ କିଏ ଶୁଣୁଛି! ସେମିତି କାଦୁଅ ସରସର ହୋଇ ଚାଲିଥିଲା ଗାଁ ଦାଣ୍ଡରେ ଏମୁଣ୍ଡରୁ ସେମୁଣ୍ଡ ଯାଏଁ ନାନା ପ୍ରକାରର ପିଲାଙ୍କ ଖେଳ। ବର୍ଷାଦିନ ପରେ ସବୁ ଅପରାହ୍ଣରେ ଗାଁ ଦାଣ୍ଡରେ ବସୁଥିଲା ପିଲାଙ୍କ ମେଳା। କୋଉଠି କିତିକିତି, କୋଉଠି ବୋହୂଚୋରି, କୋଉଠି ଡାବଳପୁଆ, କୋଉଠି ଝିଅପିଲାଙ୍କ ଖୁଣ୍ଟେଇ ଓ ଖପରା ଡିଆଁ ଖେଳ ଚାଲୁଥିଲା। କିନ୍ତୁ ଆଜିର ଚିତ୍ର ପୂରା ଅଲଗା। ଗାଁ ଦାଣ୍ଡ ଏମୁଣ୍ଡରୁ ସେମୁଣ୍ଡ କଂକ୍ରିଟ୍‌। ଆଉ କାଦୁଅ ନାହିଁ। ସହରର ଗଳିକନ୍ଦିରେ ଯେମିତି ପକ୍କା କି ପିଚୁ ରାସ୍ତା, ଗାଁରେ ସେମିତି। ରାତି ହେଲେ ବି ଅନ୍ଧାର ନାହିଁ, ସହରର ଷ୍ଟ୍ରିଟ୍‌ ଲାଇଟ୍‌ ଭଳି ଗାଁ ଦାଣ୍ଡରେ ଜଳୁଛି ଏଲ୍‌ଇଡି ବିଜୁଳିବତି। ମାତ୍ର ପରିତାପର କଥା, ବାଲିଘର ଓ ବାଲିଖେଳର ମୃତ୍ୟୁ ହୋଇଯାଇଛି। କଂକ୍ରିଟ୍‌ ଦାଣ୍ଡରେ ବାଲିଖେଳ ଓ ବାଲିଘର ଶେଷନିଃଶ୍ବାସ ଛାଡ଼ିସାରିଛନ୍ତି। ସେହିଭଳି ସ୍ମାର୍ଟଫୋନ୍‌ ତଥା ଡିଜିଟାଲ ଜଗତ ପିଲାମାନଙ୍କ ନୂଆ ସାଙ୍ଗ ପାଲଟିଛି ଏବଂ ଗାଁ ଓ ସାହିର ସାଙ୍ଗସାଥୀମାନେ ଦୂରେଇ ଯାଇଛନ୍ତି। ଏହା କେବଳ ପିଲାଙ୍କ କଥା ନୁହେଁ, ବୟସ୍କ ପୁରୁଷ ଓ ମହିଳାମାନଙ୍କ କ୍ଷେତ୍ରରେ ବି ଏମିତି ଅବସ୍ଥା। ପୁରୁଷମାନଙ୍କ ପଶାଖେଳ ନାହିଁ କି ମହିଳାମାନଙ୍କ କଉଡ଼ିଖେଳ ନାହିଁ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button