Breaking News

ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଓଡିଶା, ସଦାସର୍ବଦା ଜାରି ରହିଛି ଉନ୍ନତିକରଣ କାର୍ଯ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ଭାରତର ସବୁଠାରୁ ବଡ଼ ଓଡ଼ିଆ ସାହିତ୍ୟ ମହୋତ୍ସବ (OLF) – 2023  ଅନୁଷ୍ଠିତ ହୋଇଯାଇଛି। ଏହି ଦୁଇଦିନିଆ ଉତ୍ସବରେ 18 ଟି ଅଧିବେଶନ ଆୟୋଜିତ ହୋଇଥିଲା, ଯାହା ଭାରତୀୟ ଏଵଂ ଓଡ଼ିଶା ସାହିତ୍ୟ , ଚଳଚ୍ଚିତ୍ର,ସଙ୍ଗୀତ ରୁ କଳା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଭିତ୍ତିକ ଥିଲା।

The New Indian Express “ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ଶୁଭ ଉଦ୍ଘାଟନ କରିଥିଲେ। ଶବ୍ଦ, ଧାରଣା ଏବଂ ଶିକ୍ଷା ଉପରେ ନିଜର ମତବ୍ୟକ୍ତ କରିଥିଲେ ।

ରବିବାର ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନିଜ ବକ୍ତ୍ୟରେ କହିଥିଲେ , ଓଡିଶା ତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏବଂ ଓଡ଼ିଶା ର ଉନ୍ନତିକରଣ କାର୍ଯ୍ୟ ସଦାସର୍ବଦା ଜାରି ରହିଛି । ଏହି କାର୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସିଧା ସଳଖ ଆଲୋଚନା କରିଥଲେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା। ରାଜ୍ୟ ଏବଂ ଜାତୀୟ ରାଜନୀତି ଉପରେ ନିଜର ମତାମତ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଓଡ଼ିଶାରେ ବିପର୍ଯ୍ୟୟ ମୁକାବିଲା ସହ ଶିକ୍ଷା , ସ୍ବାସ୍ଥ୍ୟ,ଶିଳ୍ପ କ୍ଷେତ୍ର ରେ ବ୍ୟାପକ ପଦକ୍ଷେପ ନିଆଯାଇଥିବା ମଧ୍ୟ କହିଥିଲେ ।

କାର୍ଯ୍ୟକ୍ରମରେ ବିଭିନ୍ନ କବି ଓ ଲେଖକ, ଅନେକ ବିଶିଷ୍ଟ ସାହିତ୍ୟିକ ଏବଂ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା।

ଉଦଯାପନୀ ଉତ୍ସବରେ ଜୁରୀର ଅଧ୍ୟକ୍ଷ ରାମନାଥ ଗୋଇଙ୍କା, ପରିଷଦର chairman ବିବେକ ଦେବ୍ରୋ, The New Indian Expressର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ସୋଷ୍ଟଲିଆ, ପ୍ରଭାସ ଚାୱଲା ପ୍ରମୁଖ ଯୋଗ ଦେଇଥିଲେ।

Comments are closed.