ରାଜ୍ୟ

Tiger Jinnat : ଶିମିଳିପାଳରୁ ଆସିଲା ଖୁସିର ଖବର, ୪ ଛୁଆଙ୍କୁ ଜନ୍ମ ଦେଲା ବାଘୁଣୀ ଜିନ୍ନତ

ଭୁବନେଶ୍ୱର ୦୨।୦୬ : ଶିମିଳିପାଳ ଅଭୟାରଣ୍ୟରୁ ଆସିଲା ଖୁସିର ଖବର । ମା ହେଲା ବାଘୁଣୀ ଜିନ୍ନତ । ଏକାଥରକେ ୪ଟି ଛୁଆଙ୍କୁ ଜନ୍ମ କରିଛି ବାଘୁଣୀ ଜିନ୍ନତ । ଏନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମହାରାଷ୍ଟ୍ର ତଡ଼ବ-ଅନ୍ଧାରି ଅଭୟାରଣ୍ୟରୁ ନଭେମ୍ବର ୨୦୨୪ରେ ଶିମିଳିପାଳ ଅଣାଯାଇଥିଲା ।ସେଠାରେ କଡ଼ା ସୁରକ୍ଷା ଏବଂ ସୁବନ୍ଦୋବସ୍ତ ମଧ୍ୟରେ ରଖାଯାଇଥିଲା । ତଥାପି ମଝିରେ ମଝିରେ ଅପ୍ରୀତିକର ପରିସ୍ଥିତି ନେଇ ଖବର ସାମ୍ନାକୁ ଆସିଥାଏ । ତାପରେ ବି ଜିନ୍ନତର ବିଶେଷ ଧ୍ୟାନ ରଖାଯାଉଥିଲା ।

ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ, ମାଆ ହୋଇଛି ଶିମିଳିପାଳ ବାଘୁଣୀ ଜିନତ। ସେ ଚାରୋଟି ବାଘ ଛୁଆ ଜନ୍ମ କରିଛି  ଏବଂ ବର୍ତ୍ତମାନ ସୁସ୍ଥ ଅଛି । ଏବେ ବାଘ ଛୁଆଙ୍କ ଆଖି ଫିଟିନି । ଆଶା କରାଯାଉଛି ଯେ ଖୁବ ଶୀଘ୍ର ସେମାନେ ଶିମିଳିପାଳ ପରିବେଶ ଓ ଜୈବ ବିବିଧତାରେ ଖାପ ଖୁଆଇବେ। ଶିମିଳିପାଳରେ ବର୍ତ୍ତମାନ ୪୦ଟି ବାଘ ଅଛି। ଏବେ ଚାରି ନୂଆ ବାଘ ଛୁଆ ଯୋଡ଼ି ହେଲେ। ସେମାନେ ଏବେ ଗପସ ଟ୍ରାକିଂରେ ଅଛନ୍ତି। ଏହା ବ୍ୟାଘ୍ର ସଂରକ୍ଷଣ ପାଇଁ ବଡ଼ ପଦକ୍ଷେପ ।

 

 

ସୌଜନ୍ୟ Prameya News7

Show More
Back to top button