Tourist Bus Hits Electricity Pole : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ବସ୍, ୬ ପର୍ଯ୍ୟଟକ ଆହତ, ଜଣେ ଗୁରୁତର

ପୁରୀ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ପୁଲିସ ଥାନା ଅନ୍ତର୍ଗତ ତେଇଶିପୁର ଛକ ନିକଟରେ ମଧ୍ୟପ୍ରଦେଶରୁ ଆସିଥିବା ଏକ ପର୍ଯ୍ୟଟନ ବସ୍ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡ଼ିବା ପରେ ଏକ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇଛି। ଫଳରେ  ୬ ଜଣ ମହିଳା ପର୍ଯ୍ୟଟକ ଆହତ ହୋଇଛନ୍ତି।

ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ

ବସ୍‌ରେ ୬ ଜଣ ମହିଳାଙ୍କ ସମେତ ୨୦ ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାଉଥିଲେ।

ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି, ଏବଂ ଅନ୍ୟ ଅନେକଙ୍କୁ ସାମାନ୍ୟ ଆଘାତ ଲାଗିଛି।

Bus hits electric pole on Bhubaneswar-Puri National Highwa

 

ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳକୁ ଧାଇଁ ଆସିଥିଲେ ଏବଂ ପୋଲିସ ଏବଂ ଜରୁରୀକାଳୀନ ସେବାକୁ ସୂଚନା ଦେଇଥିଲେ।

ଆହତମାନଙ୍କୁ କ୍ଷତିଗ୍ରସ୍ତ ଗାଡ଼ିରୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ସେମାନଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି।

Bus hits electric pole on Bhubaneswar-Puri National Highwa
Bus hits electric pole on Bhubaneswar-Puri National Highwa Photograph: (sambad.in)

ସୂଚନା ପାଇବା ପରେ ପିପିଲିର ପୁଲିସ  ଦୁର୍ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରିଛି। ପୁଲିସ ବସ୍‌କୁ କ୍ରେନ୍ ଦ୍ବାରା ରାସ୍ତାରୁ ହଟାଇଛି।

ସୌଜନ୍ୟ ସମ୍ବାଦ