ମହାନଗର

Tribal art and artifacts exhibition program: ଆଦିବାସୀ କଳା ଓ କଳାବସ୍ତୁ ପ୍ରଦର୍ଶନ କାର୍ଯ୍ୟକ୍ରମ: ୧୫ ଦିନ ଚାଲିବ ଲାଇଭ୍ ପ୍ରଦର୍ଶନ

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ତାରିଖରୁ ୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରରେ ଆଦିବାସୀ କଳା ଓ କଳାବସ୍ତୁକୁ ନେଇ ୧୫ ଦିନିଆ ଲାଇଭ୍ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ତାରିଖରୁ ୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରରେ ଆଦିବାସୀ କଳା ଓ କଳାବସ୍ତୁକୁ ନେଇ ୧୫ ଦିନିଆ ଲାଇଭ୍ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳର ଅଭିଜ୍ଞ ଆଦିବାସୀ କାରିଗରମାନଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ପାରମ୍ପରିକ ଆଦିବାସୀ କଳାକୁ ପ୍ରୋତ୍ସାହନ, ସଂରକ୍ଷଣ, ପ୍ରଦର୍ଶନ ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରରେ ୧୫ ଦିନବ୍ୟାପୀ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଇଡତାଲ୍ ଚିତ୍ରକଳା, ସଉରା ଚିତ୍ରକଳା, ବାଉଁଶ ହସ୍ତଶିଳ୍ପରେ ବିଶେଷଜ୍ଞ କାରିଗରମାନଙ୍କୁ ବିଭିନ୍ନ ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା ଦ୍ୱାରା ଏଠାକୁ ଆଣିବାର ବ୍ୟବସ୍ଥା ହୋଇଛି ।

ରାୟଗଡା ଜିଲ୍ଲା ଆଇଟିଡିଏ ଗୁଣୁପୁର, ଇଡତାଲ୍, ସଉରା ଚିତ୍ରକଳାରେ ଦକ୍ଷ ପାଞ୍ଚ ଜଣ କାରିଗର ଏଥିପାଇଁ ଆସିଛନ୍ତି। ଯେଉଁମାନେ କାର୍ଯ୍ୟକ୍ରମ ସମୟରେ ଏହି ଆଦିବାସୀ କଳାକୁ ଲାଇଭ୍ ପ୍ରଦର୍ଶନ କରିବେ । ସେହିପରି ମୟୂରଭଞ୍ଜ ଜିଲ୍ଲା ଆଇଟିଡିଏ, କପ୍ତିପଦା, ଉଦଳା ପକ୍ଷରୁ ମାହାଲି ଜନଜାତିର ବାଉଁଶ କାରିଗରୀରେ ସିଦ୍ଧହସ୍ତ ପାଞ୍ଚ ଜଣ ଅଭିଜ୍ଞ ଆଦିବାସୀ କାରିଗରଙ୍କୁ ମନୋନୀତ କରାଯାଇଛି। ତେବେ ଏହି ଅବସରରେ  ଅନୁଷ୍ଠାନର ନିର୍ଦ୍ଦେଶକ ସୁଧାକର ସବର କହିଛନ୍ତି, ଏହିପରି ଲାଇଭ୍ ପ୍ରଦର୍ଶନ କାର୍ଯ୍ୟକ୍ରମଗୁଡ଼ିକ ଓଡ଼ିଶାର ସମୃଦ୍ଧ ଆଦିବାସୀ ଐତିହ୍ୟର ସୁରକ୍ଷା ଓ ଜନସାଧାରଣଙ୍କ ମଧ୍ୟରେ ଆଦିବାସୀ କଳା ଓ କଳାବସ୍ତୁ ପରମ୍ପରା ବିଷୟରେ ସଚେତନତା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି କାର୍ଯ୍ୟକ୍ରମ ଛାତ୍ର, ଗବେଷକ, ପର୍ଯ୍ୟଟକ ଓ କଳା ଉତ୍ସାହୀମାନଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button