Breaking News

ଶୋଇ-ଶୋଇ ଯୁବତୀ ବନିଗଲେ ଲକ୍ଷପତି, ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ପରିବାର ଲୋକେ

0

ଭୁବନେଶ୍ୱର: ଆମ ଚାରିପାଖରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଶୋଇବାର ସୁଯୋଗ ପାଇଲେ ଦିନକୁ ୧୫ ଘଣ୍ଟାରୁ ଅଧିକ ଶୋଇପଡିବେ। ହେଲେ ଏହି ଅଭ୍ୟାସ ଜଣେ ଯୁବତୀଙ୍କୁ ଆଜି ଲକ୍ଷପତି କରିଦେଇଛି । ଯେତେବେଳେ ଏକ ଗଦି କମ୍ପାନୀ ଭାରତର ପ୍ରଥମ ଶୋଇବା ଚାମ୍ପିଅନ୍ ଆୟୋଜନ କରିଥିଲା ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହି ଚାମ୍ପିଅନସିପରେ ତ୍ରିପର୍ନା ନାମକ ଜଣେ ଯୁବତୀ ବିଜେତା ହୋଇଥିଲେ।

ପଶ୍ଚିମବଙ୍ଗ ହୁଗୁଲି ଶ୍ରୀରାମପୁରର ବାସିନ୍ଦା ତ୍ରିପର୍ନା ଚକ୍ରବର୍ତ୍ତୀ ଏମିତି ଏକ ରେକର୍ଡ କରିଥିଲେ ଯେ, ଯାହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶୋଇବା ଦ୍ୱାରା ତ୍ରିପର୍ନା ୬ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଥିଲେ। ନିକଟରେ ଏକ ଦାମୀ ଗଦି ଉତ୍ପାଦନକାରୀ କମ୍ପାନୀ ଏକ ପ୍ରତିଯୋଗିତା କରିଥିଲେ । ଯାହାକି ଥିଲା ଏକ ଶୋଇବା ପ୍ରତିଯୋଗିତା । ସେହି ପ୍ରତିଯୋଗିତାରେ, ତ୍ରିପର୍ନା କ୍ରମାଗତ ୧୦୦ ଦିନ ପାଇଁ ଦିନକୁ ୯ ଘଣ୍ଟା ଶୋଇ ରେକର୍ଡ କରିଥିଲେ।

ତ୍ରିପର୍ନା ପିଲାଦିନରୁ ଶୋଇବାକୁ ଭଲ ପାଆନ୍ତି । ତାଙ୍କ ସହ ଅନେକ ଘଟଣା ମଧ୍ୟ ଘଟିଛି। ବେଳେବେଳେ ସେ ବୋର୍ଡ ପରୀକ୍ଷା ଦେବାବେଳେ ପରୀକ୍ଷା କେନ୍ଦ୍ରରେ ଶୋଇପଡୁଥିଲେ । ଚାକିରି ସାକ୍ଷାତକାର ଦେବା ସମୟରେ ମଧ୍ୟ ସେ ଶୋଇପଡ଼ିଥିଲେ । ଝିଅର ଏଭଳି ଅଭ୍ୟାସ ପାଇଁ ବେଶ ଚିନ୍ତାରେ ଥିଲେ ପରିବାର ଲୋକେ ।

ଶୋଇବା ପ୍ରତିଯୋଗିତାରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୫.୫ ଲକ୍ଷ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସଂଗଠନ ଅନୁଯାୟୀ, ଏହି ୧୦୦ ଦିନିଆ ଚ୍ୟାଲେଞ୍ଜରେ ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ୯ ଘଣ୍ଟା ଶୋଇବାକୁ ପଡୁଥିଲା। ପ୍ରତ୍ୟେକ ପ୍ରତିଯୋଗୀଙ୍କ ଶୋଇବା ସ୍କୋରରେ ତ୍ରିପର୍ନା ସର୍ବାଧିକ ସ୍କୋର କରିଥିଲେ ଏବଂ ୬ ଲକ୍ଷ ଟଙ୍କା ପୁରସ୍କାର ରାଶି ଜିତିଥିଲେ। ବର୍ତ୍ତମାନ ତ୍ରିପର୍ନା ଏକ ଆମେରିକୀୟ କମ୍ପାନୀରେ କାମ କରୁଛନ୍ତି।

 

Leave A Reply

Your email address will not be published.