Trump :ହର୍ମୁଜ୍‌ରେ ଆଉ ଜାହାଜକୁ ସୁରକ୍ଷା ଦେବ ନାହିଁ ଆମେରିକା:‘ପ୍ରୋଜେକ୍ଟ ଫ୍ରିଡମ୍’କୁ ବନ୍ଦ କଲେ ଟ୍ରମ୍ପ, କହିଲେ ଏବେ ଲକ୍ଷ୍ୟ ଚୂଡ଼ାନ୍ତ ଚୁକ୍ତି

ୱାସିଂଟନ:ଆମେରିକା-ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆମେରିକା ରାଷ୍ଟ୍ରପତି ମଧ୍ୟପ୍ରାଚ୍ୟରେ ବାଣିଜ୍ୟିକ ଜାହାଜଗୁଡ଼ିକୁ ସୁରକ୍ଷା ପ୍ରଦାନ କରୁଥିବା ନୌସେନା ଅଭିଯାନ ‘ପ୍ରୋଜେକ୍ଟ ଫ୍ରିଡମ୍’କୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବା ନେଇ ଘୋଷଣା କରିଛନ୍ତି। ତେବେ ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକାର ଅବରୋଧ ଜାରି ରହିବ ବୋଲି ସେ କହିଛନ୍ତି ।

ଚୁକ୍ତି ସମ୍ପର୍କରେ ଇରାନ ପ୍ରତିନିଧିଙ୍କ ସହ ଆଲୋଚନା ଆଗକୁ ବଢୁଛି: ଟ୍ରମ୍ପ

ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି, ଚୁକ୍ତି ସମ୍ପର୍କରେ ଇରାନ ପ୍ରତିନିଧିଙ୍କ ସହ ଆଲୋଚନା ଆଗକୁ ବଢୁଛି। ଇରାନ ସହିତ ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ‘ପ୍ରୋଜେକ୍ଟ ଫ୍ରିଡମ’କୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଉଛି। ଶାନ୍ତି ଚୁକ୍ତି ଉପରେ ଇରାନ ପ୍ରତିନିଧିମାନଙ୍କ ସହ ଭଲ ଆଲୋଚନା ଆଧାରରେ, ପାକିସ୍ତାନ ଏବଂ ଅନ୍ୟାନ୍ୟ ଦେଶର ଅନୁରୋଧର ଆଧାରରେ ଆମେ ପାରସ୍ପରିକ ନିଷ୍ପତ୍ତି ନେଇଛୁ ଯେ, ଅବରୋଧ ଜାରି ରହିବ, କିନ୍ତୁ ଏକ ଚୁକ୍ତି ଚୂଡ଼ାନ୍ତ ହେବାର ଆଶା ଥିବାରୁ ସେଥିପାଇଁ ‘ପ୍ରୋଜେକ୍ଟ ଫ୍ରିଡମ୍‌’କୁ କିଛି ସମୟ ପାଇଁ ବନ୍ଦ କରାଯାଉଛି।

 

 

ସୌଜନ୍ୟ ସମ୍ବାଦ