ଦେଶ ବିଦେଶ

Trump: ଅସ୍ତ୍ରବିରତି ପାଇଁ ଅନୁରୋଧ କରୁଛି ଇରାନ: ଟ୍ରମ୍ପଙ୍କ ବଡ଼ ଦାବି-ପ୍ରଥମେ ହର୍ମୁଜ୍ ଖୋଲ ତାପରେ ହେବ ବିଚାର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଯୁଦ୍ଧ ସମ୍ପର୍କରେ ଆଉ ଏକ ବିବୃତି ଜାରି କରିଛନ୍ତି। ସେ କହିଛନ୍ତି, ଇରାନ ଆମେରିକା ପାଖରେ ଅସ୍ତ୍ରବିରତି ପାଇଁ ନେହୁରା ହେଉଛି। ଟ୍ରମ୍ପ କହିଛନ୍ତି ଆମେ ସର୍ତ୍ତ ରଖିଛୁ ଯେ, ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଖୋଲା ହେବା ସହ ମୁକ୍ତ ଏବଂ ସୁରକ୍ଷିତ ହେବାପରେ ଏହା ଉପରେ ବିଚାର କରାଯିବ।

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଯୁଦ୍ଧ ସମ୍ପର୍କରେ ଆଉ ଏକ ବିବୃତି ଜାରି କରିଛନ୍ତି। ସେ କହିଛନ୍ତି, ଇରାନ ଆମେରିକା ପାଖରେ ଅସ୍ତ୍ରବିରତି ପାଇଁ ନେହୁରା ହେଉଛି। ଟ୍ରମ୍ପ କହିଛନ୍ତି ଆମେ ସର୍ତ୍ତ ରଖିଛୁ ଯେ, ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଖୋଲା ହେବା ସହ ମୁକ୍ତ ଏବଂ ସୁରକ୍ଷିତ ହେବାପରେ ଏହା ଉପରେ ବିଚାର କରାଯିବ। ହର୍ମୁଜ୍ ପ୍ରଣାଳୀ ଖୋଲା ନହେବା ପର୍ଯ୍ୟନ୍ତ ଆମେ ଇରାନକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବୁ। ଇରାନକୁ ପ୍ରସ୍ତର ଯୁଗକୁ ଫେରାଇ ନେବୁ। ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ କହିଛନ୍ତି, ଇରାନର ନୂତନ ଶାସନର ରାଷ୍ଟ୍ରପତି, ତାଙ୍କ ପୂର୍ବ ରାଷ୍ଟ୍ରମୁଖ୍ୟଙ୍କ ତୁଳନାରେ କମ୍ ମୌଳବାଦୀ ଏବଂ ବହୁ ଅଧିକ ବୁଦ୍ଧିମାନ । ସେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ସମ୍ମୁଖରେ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଛନ୍ତି।

ତେବେ ଇରାନ ଆମେରିକାକୁ ଟାର୍ଗେଟ୍ କରି କଡ଼ା ଜବାବ ଦେଇଛି। ଇରାନୀ ସଂସଦର ଜାତୀୟ ସୁରକ୍ଷା କମିସନର ମୁଖ୍ୟ ଇବ୍ରାହିମ ଅଜିଜି ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରି କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ନିଶ୍ଚିତ ଭାବରେ ଖୋଲାଯିବ, କିନ୍ତୁ ଆପଣଙ୍କ ପାଇଁ ନୁହେଁ। ଯେଉଁମାନେ ଇସଲାମିକ୍ ଗଣରାଜ୍ୟ ଇରାନର ନୂତନ ନିୟମ ପାଳନ କରନ୍ତି ସେମାନଙ୍କ ପାଇଁ। ଏବେ ଆତିଥ୍ୟର ୪୭ ବର୍ଷର ଯୁଗ ଶେଷ ହୋଇଛି। ସେ କଟାକ୍ଷ କରି କହିଛନ୍ତି, ଶେଷରେ, ଇରାନରେ ଟ୍ରମ୍ପଙ୍କର ଶାସନ ପରିବର୍ତ୍ତନ ସ୍ୱପ୍ନ ପୂରଣ ହୋଇ ପାରିନି। ଇରାନ ତାଙ୍କ ଦାବିକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛି। ଟ୍ରମ୍ପ ଏପ୍ରିଲ ଫୁଲ୍ କରି ମଜା କରୁଥିବା ସେ କହିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button