ଦେଶ ବିଦେଶ

Trump want to talk to in Iran?: ଇରାନରେ କାହା ସହିତ ଆଲୋଚନା କରିବାକୁ ଚାହୁଁଛନ୍ତି ଟ୍ରମ୍ପ?

ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ୱାଶିଂଟନ ସପ୍ତାହେ ଧରି ତେହେରାନ ସହିତ ଆଲୋଚନା ବିଷୟରେ କଥାବାର୍ତ୍ତା କରିଆସୁଛି, କିନ୍ତୁ ଏପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ପ୍ରକାଶ କରାଯାଇ ନଥିଲା। ପ୍ରଥମ ଥର ପାଇଁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେହି ବ୍ୟକ୍ତିଙ୍କ ନାମ ନେଇଛନ୍ତି।

ୱାସିଂଟନଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ୱାଶିଂଟନ ସପ୍ତାହେ ଧରି ତେହେରାନ ସହିତ ଆଲୋଚନା ବିଷୟରେ କଥାବାର୍ତ୍ତା କରିଆସୁଛି, କିନ୍ତୁ ଏପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ପ୍ରକାଶ କରାଯାଇ ନଥିଲା। ପ୍ରଥମ ଥର ପାଇଁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେହି ବ୍ୟକ୍ତିଙ୍କ ନାମ ନେଇଛନ୍ତି।

ଆମେରିକା ଖୁବ୍ ଶୀଘ୍ର ସୂଚନା ସଂଗ୍ରହ କରିବ

ସେ କହିଛନ୍ତି, ଆମେରିକା ଖୁବ୍ ଶୀଘ୍ର ସୂଚନା ସଂଗ୍ରହ କରିବ ଯେ, ଇରାନ ସଂସଦର ବାଚସ୍ପତି ମହମ୍ମଦ ବାକର କାଲିବାଫ ଆଲୋଚନା କରିବାକୁ ଇଚ୍ଛୁକ କି ନାହିଁ। ମୁଁ ପ୍ରାୟ ଗୋଟିଏ ସପ୍ତାହ ମଧ୍ୟରେ ଆପଣଙ୍କୁ ଜଣାଇବି ବୋଲି ଟ୍ରମ୍ପ୍ ନ୍ୟୁୟର୍କ ପୋଷ୍ଟକୁ କହିଛନ୍ତି। ଇରାନ ଏକ ଇସ୍ରାଏଲୀ ତୈଳ ବିଶୋଧନାଗାର ସମେତ ପ୍ରମୁଖ ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରିବା ପରେ ଟ୍ରମ୍ପ୍ ଏହି ମନ୍ତବ୍ୟ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଆମେରିକା ଶାନ୍ତି ଚୁକ୍ତି ପାଇଁ ଇରାନର କାହା ସହିତ କଥାବାର୍ତ୍ତା ହେବାକୁ ଚାହୁଁଛି।

ଟ୍ରମ୍ପ ଆଲୋଚନା ନେଇ କାଲିବାଫଙ୍କ ନାମ ନେଉଥିବା ବେଳେ ସେ କିନ୍ତୁ ଚେତାବନୀ ଦେଇଛନ୍ତି ଯେ, ତେହେରାନ ପଛକୁ ହଟିବ ନାହିଁ। ବିଜୟ ବିନା ଚାଲିଥିବା ଯୁଦ୍ଧ ଶେଷ ହେବ ନାହିଁ । ସେ ଆତ୍ମସମର୍ପଣର କୌଣସି ସମ୍ଭାବନାକୁ ମଧ୍ୟ ଖଣ୍ଡନ କରିଛନ୍ତି। ଫଳରେ ଟ୍ରମ୍ପ କେତେ ସତ କେତେ ମିଛ କହୁଛନ୍ତି ତାହା ଜାଣିବା କଷ୍ଟକର ହୋଇପଡ଼ିଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button