Trump’s policy: ଟ୍ରମ୍ପଙ୍କ ଦୋମୁହାଁ ନୀତି: ଇରାନ ସହିତ ଆଲୋଚନା ଦାବି କରି ୨ ଶକ୍ତି କେନ୍ଦ୍ର ଉପରେ କଲେ ଆକ୍ରମଣ !
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ସମାପ୍ତ ହେବାର ସଙ୍କେତ ଦେଇଛନ୍ତି, କିନ୍ତୁ ଇରାନ ସହିତ ଜଡିତ ସାମ୍ପ୍ରତିକ ଘଟଣାକ୍ରମ ସେହି ଦାବି ଉପରେ ସନ୍ଦେହ ସୃଷ୍ଟି କରିଛି।

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ସମାପ୍ତ ହେବାର ସଙ୍କେତ ଦେଇଛନ୍ତି, କିନ୍ତୁ ଇରାନ ସହିତ ଜଡିତ ସାମ୍ପ୍ରତିକ ଘଟଣାକ୍ରମ ସେହି ଦାବି ଉପରେ ସନ୍ଦେହ ସୃଷ୍ଟି କରିଛି। ମଙ୍ଗଳବାର ପ୍ରତ୍ୟୁଷରେ, ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ (ଆଇଆର୍ଜିସି)ସହ ଜଡିତ ଏକ ଅର୍ଦ୍ଧ-ସରକାରୀ ଖବର ସଂସ୍ଥା ରିପୋର୍ଟ କରିଛି ଯେ, ଦେଶର ଦୁଇଟି ପ୍ରମୁଖ ଶକ୍ତି କେନ୍ଦ୍ର ଉପରେ ବିମାନ ଆକ୍ରମଣ କରାଯାଇଛି।
ଟ୍ରମ୍ପ ପୂର୍ବରୁ ଚେତାବନୀ ଦେଇଥିଲେ, ଯଦି ଇରାନ ହର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ନଖୋଲିବ ତେବେ ଆମେରିକା ଇରାନର ବିଦ୍ୟୁତ୍ କେନ୍ଦ୍ର ଉପରେ ଆକ୍ରମଣ କରିବ। ଏହି ବିବୃତିର କିଛି ସମୟ ପରେ, ଇସ୍ଫାହାନରେ ପ୍ରାକୃତିକ ଗ୍ୟାସ୍ ଭିତ୍ତିଭୂମି ଏବଂ ଖୋରମସହରରେ ଏକ ବିଦ୍ୟୁତ୍ କେନ୍ଦ୍ରକୁ ଯାଉଥିବା ଗ୍ୟାସ୍ ପାଇପଲାଇନକୁ ଟାର୍ଗେଟ କରାଯାଇଛି।
ଆକ୍ରମଣ ପାଇଁ ଇସ୍ରାଏଲ କିମ୍ବା ଆମେରିକା ନିକୁ ଦାୟୀ କରିନାହାନ୍ତି
ତେବେ ଏହି ଆକ୍ରମଣ ପାଇଁ ଇସ୍ରାଏଲ କିମ୍ବା ଆମେରିକା ନିକୁ ଦାୟୀ କରିନାହାନ୍ତି। ଉଭୟ ଦେଶ ସାର୍ବଜନୀନ ଭାବରେ ସେମାନଙ୍କର ଆକ୍ରମଣକୁ ସ୍ୱୀକାର କରି ନାହାନ୍। ଅନ୍ୟ ଏକ ଆକ୍ରମଣ ସମୟରେ ଦୁଇଟି ପ୍ଲାଣ୍ଟକୁ ଟାର୍ଗେଟ କରାଯାଇଥିଲା କି ଏହା କ୍ଷତିଗ୍ରସ୍ତ ହୋଇଥିଲା ସେନେଇ ରିପୋର୍ଟରେ ସ୍ପଷ୍ଟ କରାଯାଇ ନାହିଁ। ହି ଘଟଣାଗୁଡ଼ିକ ଆଞ୍ଚଳିକ ଉତ୍ତେଜନା ଏବଂ ବିଶ୍ୱ ସୁରକ୍ଷା ବିଷୟରେ ପ୍ରଶ୍ନ ଉଠାଇଛି।
ଆକ୍ରମଣ ଖବର ପ୍ରକାଶ ପାଇବାର ଠିକ୍ ପୂର୍ବରୁ, ଟ୍ରମ୍ପ୍ ଜଣେ ସମ୍ମାନିତ ଇରାନୀ ନେତାଙ୍କ ସହ କଥା ହୋଇଥିବା ଦାବି କରିଥିଲେ। ସେ ହର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ସମୟସୀମାକୁ ପାଞ୍ଚ ଦିନ ବୃଦ୍ଧି କରିଥିବା କହିଥିଲେ। ତେବେ ଇରାନ ଟ୍ରମ୍ପଙ୍କ ଦାବିକୁ ସମ୍ପୂର୍ଣ୍ଣ ମିଛ ବୋଲି କହି ଖଣ୍ଡନ କରିଥିଲା। ଇରାନୀ ଅଧିକାରୀମାନେ କହିଛନ୍ତି ଯେ, ଟ୍ରମ୍ପ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି ଏବଂ ଏପରି କୌଣସି କଥାବାର୍ତ୍ତା ହୋଇନାହିଁ।
ଏହା ସ୍ପଷ୍ଟ କରୁଛି ଯେ ଆମେରିକା ଏବଂ ଇରାନ ମଧ୍ୟରେ ସୂଚନା ଏବଂ ବାକ୍ଚାତୁରୀ ଖେଳ ଜାରି ରହିଛି। ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ସଙ୍କେତ ସତ୍ତ୍ୱେ, ଏଭଳି ଆକ୍ରମଣ ଆଞ୍ଚଳିକ ସୁରକ୍ଷା ପାଇଁ ଚିନ୍ତାର କାରଣ ପାଲଟିଛି। ଉଭୟ ପକ୍ଷର ବିବୃତି ଏବଂ ଗଣମାଧ୍ୟମ ରିପୋର୍ଟରେ ପାର୍ଥକ୍ୟ ବିଶ୍ୱର ବୁଦ୍ଧିଜୀବୀଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି କରିଛି। ଏହି ସମ୍ପୂର୍ଣ୍ଣ ଘଟଣାଟି ଏହି ବାର୍ତ୍ତା ମଧ୍ୟ ଦେଉଛି ଯେ, ଏବେ ବି ଉତ୍ତେଜନା ଜାରି ରହିଛି ଏବଂ ରାଜନୈତିକ ବୟାନବାଜି ଓ ପ୍ରକୃତ ଘଟଣା ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ରହିଛି।
ସୌଜନ୍ୟ ସମ୍ବାଦ




