ଓଡିଶାଜିଲ୍ଲା

Turmeric: ୫୦ଟନ୍ କୋଷାଗୁମୁଡ଼ା ହଳଦୀ କିଣିବ ଓରମାସ

ପୁରୁଣା କୋରାପୁଟର ମାଳଭୂମିରେ ଥିବା ନବରଙ୍ଗପୁର ଜିଲ୍ଲାରୁ ଉତ୍ପାଦିନ ହଳଦୀକୁ ବଜାର ଯୋଗାଇବାକୁ ଆସିଛି ଓରମାସ। ଓରମାସ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକରୁ ଉତ୍ପାଦିତ ୫୦ଟନ ହଳଦି କିଣିବ।

ନବରଙ୍ଗପୁର (ସୁରେଶ ନାଇଡୁ): ପୁରୁଣା କୋରାପୁଟର ମାଳଭୂମିରେ ଥିବା ନବରଙ୍ଗପୁର ଜିଲ୍ଲାରୁ ଉତ୍ପାଦିନ ହଳଦୀକୁ ବଜାର ଯୋଗାଇବାକୁ ଆସିଛି ଓରମାସ। ଓରମାସ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକରୁ ଉତ୍ପାଦିତ ୫୦ଟନ ହଳଦି କିଣିବ। ଦେଶ ଓ ବିଦେଶ ବଜାରରେ ବିକ୍ରି କରିବ। ଏ ନେଇ ଏକ ତାଲିମ  ଶିବିର କୋରାପୁଟଜିଲ୍ଲାର ପଟାଙ୍ଗୀ ଠାରେ ଥିବା ହାଇ ଏଟିଚ୍ୟୁଡ୍ ରିସର୍ଚ୍ଚ ଷ୍ଟେସନ (ଏଚଏଆରଏସ)ପକ୍ଷରୁ ଓରମାସ ସହଯୋଗରେ କୋଷାଗୁମୁଡାର ରାଜ‌ୋଡା ଠାରେ ଅନୁଷ୍ଠିତ ହୋଇଯାଇଛି।

ହାର୍ସ ଅନୁଷ୍ଠାନର ନିର୍ଦ୍ଦେଶକ ଓ ଆରଆରଟିଏସର ସେମିଳିଗୁଡାର ଏଡିଆର୍ ଡ.ପର୍ଶୁରାମ ସିଆଲ୍, ଉମରକୋଟ କୃଷି ବିଞାନ କେନ୍ଦ୍ରର ମୁଖ୍ୟ ଡ. ଶଶାଙ୍କ, ଓରମାସର ଡେପୁଟି ସିଇଓ ରୋଶନ କୁମାର କାର୍ତ୍ତିକ, ବିଜିନେସ୍ ମ୍ୟାନଜର ସିଏଚ୍ ରମେଶ ରାଓ, ଏଫପିଓ ଏକଜିକ୍ୟୁଟିଭ୍ ସେଲସ୍ ବିଶ୍ବରଂଜନ ନାଗ, ଅବସରପ୍ରାପ୍ତ କୃଷି ଅଧିକାରୀ ଅଶୋକ ପଟ୍ଟନାୟକ ଏହି ତାଲିମ ଶିବିରରେ ଯୋଗ ଦେଇଥିଲେ। ଉତ୍ପାଦିତ ହଳଦୀକୁ ବୋଇଲରରେ ସିଝାଇ ପରେ ସୁଖାଇବା ପ୍ରକ୍ରିୟା ସହ ବିଭିନ୍ନ ଗରମମସାଲ ଆଦି କିଭଳି ଉତ୍ପାଦିତ କରିବେ ସେ ସମ୍ପର୍କରେ ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।

ଚାଷୀଙ୍କୁ ନେଇ ଗଠିତ ଫାର୍ମସ୍ ପ୍ରଡ୍ୟୁସର କମ୍ପାନୀକୁ ହାର୍ସ ପକ୍ଷରୁ ୫ଲକ୍ଷର ବୋୟଲର ଯୋଗାଇ ଦିଆଯିବ। ଏହି ବୋୟଲରରେ ଚାଷୀ ମାନେ ହଳଦୀକୁ ସିଝାଇ ପରେ ସୁଖା‌ଇବେ। ସୁଖାଇବା ହଳଦୀକୁ ପ୍ରଡ୍ୟୁସର ଗୃପ ନିକଟରେ କିଣିବ ଓରମାସ। ଏହାକୁ କିଣି ଦେଶୀ ଓ ବିଦେଶ ବଜାରରେ ବିକ୍ରୀ କରିବାକୁ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ଓରମାସର ଡେପୁଟି ସିଇଓ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button