ଓଡିଶା

Two friends: ବୁଡ଼ିଗଲେ ୨ ସାଙ୍ଗ

ବର୍ଷ ଆରମ୍ଭରୁ କୁଆଖାଇ ମୁଣ୍ଡ ଖାଇଛି। ନୂଆବର୍ଷ ପାଇଁ କୁଆଖାଇ କୋଳରେ ଭୋଜି କରି ଖୁସି‌ରେ ମସଗୁଲ ଥିବା ଦୁଇ ସାଙ୍ଗ ନଦୀଗଣ୍ଡରେ ବୁଡ଼ିଯାଇଛନ୍ତି। ମୃତକ ଦୁଇ ବନ୍ଧୁ ହେଲେ ମଞ୍ଚେଶ୍ବର...

ଭୁବନେଶ୍ବର: ବର୍ଷ ଆରମ୍ଭରୁ କୁଆଖାଇ ମୁଣ୍ଡ ଖାଇଛି। ନୂଆବର୍ଷ ପାଇଁ କୁଆଖାଇ କୋଳରେ ଭୋଜି କରି ଖୁସି‌ରେ ମସଗୁଲ ଥିବା ଦୁଇ ସାଙ୍ଗ ନଦୀଗଣ୍ଡରେ ବୁଡ଼ିଯାଇଛନ୍ତି। ମୃତକ ଦୁଇ ବନ୍ଧୁ ହେଲେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ରହୁଥିବା ନୟାଗଡ଼ର ଜୟକୃଷ୍ଣ ସାହୁଙ୍କ ପୁଅ ପଙ୍କଜ(୧୮) ଓ ସମେଇଗାଡ଼ିଆ ଅଞ୍ଚଳର ପ୍ରଫୁଲ ପଲାରୁଙ୍କ ପୁଅ ପ୍ରତୀକ(୧୮)। ଡାକ୍ତର ହେବାର ସ୍ବପ୍ନ ନେଇ କୋଚିଂ ନେଉଥିବା ଦୁଇ ସାଙ୍ଗଙ୍କ ମୃତ୍ୟୁ ଆଜି ମଞ୍ଚେଶ୍ବର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ଦୁଇ ଦୁଇଜଣ ମେଧାବୀ ଛାତ୍ରଙ୍କ ଜୀବନ ଓ ସ୍ବପ୍ନ, କୁଆଖାଇ ଗଣ୍ଡରେ ଡୁବିଯିବା ଭଳି ମର୍ମନ୍ତୁଦ ଦୁର୍ଘଟଣା ଆଜି କେବଳ ମଞ୍ଚେଶ୍ବର ନୁହେଁ, ସମଗ୍ର ରାଜଧାନୀବାସୀଙ୍କୁ ବ୍ୟଥିତ କରିଛି।

Leave a Reply

Your email address will not be published. Required fields are marked *

Back to top button