Breaking News

ବିଳାସପୁରରେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ, ଟଳିଲା ବଡ ଦୁର୍ଘଟଣା

0

ବିଳାସପୁର: ଅଳ୍ପକେ ଟଳିଲା ବଡ଼ ରେଳ ଦୁର୍ଘଟଣା। ଛତିଶଗଡ଼ ବିଳାସପୁର ନିକଟରେ ଅଳ୍ପକେ ଟଳିଳା ରେଳ ଦୁର୍ଘଟଣା। ଜୟରାମନଗର ଓ କୋଟମିସୋନାର ମଝିରେ ଘଟିଥାନ୍ତା ଅଘଟଣ। ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ଆସୁଥିଲେ। ଉଭୟଙ୍କୁ ଦେଖି ରହିଗଲେ। ଗୋଟିଏ ଟ୍ରାକରେ ଆସୁଥିଲେ ମାଲବାହି ଓ ମେମୁ ଟ୍ରେନ। ପ୍ରାୟ ଦେଢ଼ ଶହ ମିଟର ଦୂରରୁ ଅଟକାଇଦେଲେ ଲୋକୋ ପାଇଲଟ। ମେମୁ ଟ୍ରେନରୁ ଓହ୍ଲାଇ ଏହାର ଭିଡିଓ କରିଥିଲେ ଯାତ୍ରୀ, ଯାହା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଜୟରାମ ନଗର ଓ କୋଟମିସୋନାର ମଧ୍ୟରେ ଘଟଣା ଘଟିଛି। ତେବେ ଏହା ଏକ ସାଧାରଣ ସିଗନାଲ ପ୍ରକ୍ରିୟା ବୋଲି କହିବା ସହ ଭିଡିଓକୁ ଅଯଥାରେ ଭାଇରାଲ କରାଯାଉଥିବା ରେଳ ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି।

ରେଳ କର୍ତ୍ତୃପକ୍ଷ ପକ୍ଷରୁ ସ୍ପଷ୍ଟିକରଣ ରଖି କୁହାଯାଇଛି ଯେ ରେଲୱେ ପକ୍ଷରୁ କିଛି ବଡ଼ ତୃଟି ହୋଇନି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ମାଲବାହି ଟ୍ରେନ୍‌ଟି ଅପରାହ୍ନ ସାଢ଼େ ୫ଟାରୁ ୬ଟା ମଧ୍ୟରେ ହୋମ୍‌ ସିଗ୍‌ନାଲ ଥିବା ଟ୍ରାକ୍‌ରେ ଠିଆ ହୋଇବା ବେଳେ ଏହି ସମୟରେ ଅନ୍ୟପଟୁ ଅଟୋ ସିଗ୍‌ନାଲ ପାଇ ପାସେଞ୍ଜର ଟ୍ରେନ୍‌ଟି ଆସି ଅଟକିଥିଲା। ମାତ୍ର ଏହା ଜାଣି ନ ଥିବା ଲୋକେ ଏହା ଦେଖିବା ପରେ ଏହାର ଭିଡ଼ିଓ କରି ଛାଡ଼ିଛନ୍ତି।
ବିଳାସପୁରରୁ ଜୟରାମନଗର ମଧ୍ୟରେ ଅଟୋମେଟିକ ସିଗ୍ନଲାଂଗି ସିଷ୍ଟମ କାର୍ଯ୍ୟକରେ। ଏହା ଦ୍ୱାରା ଦୁଇଷ୍ଟେସନ ଭିତରେ ଗୋଟିଏ ଦିଗରେ ଗୋଟିଏ ଟ୍ରାକରେ ବିଭିନ୍ନ ସିଗନାଲ ଅନୁସାରେ ଏକାଧିକ ଟ୍ରେନ ଯାତାୟତ କରିପାରିବ। ଦୁଇଟି ରେଳ ଭିତରେ ଅତିକମରେ ୧୫୦ ମିଟର ଦୂରତା ରଖାଯାଇପାରିବ। ଅର୍ଥାତ ଗୋଟିଏ ଟ୍ରେନ ପଛରେ ଅତିକମରେ ୧୫୦ ମିଟର ଦୂରରେ ଆଉ ଏକ ଟ୍ରେନ ରହିପାରିବ। ଘଟଣାରେ କୌଣସି ମୃତାହତ ହୋଇନଥିବା ରେଳବାଇ ପ୍ରଶାସନ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.