Breaking News

ପାଠ ପଢ଼ା ବନ୍ଦ ନିଷ୍ପତ୍ତି ନେଲେ ପରିବାର ଲୋକ: ବେମାରୀ ସହ ଲଢ଼େଇ କରି ନିଜ ଚେଷ୍ଟାରେ ଆଜି ଆଇଏଏସ୍‌

ନୂଆଦିଲ୍ଳୀ: ସଫଳତା କେବେ ବି ସହଜ ହୋଇଥାଏ। ‌ଅନେକ କଠିନ ପରିଶ୍ରମ ପରେ ଯାଇ ବ୍ୟକ୍ତିକୁ ସଫଳତା ମିଳିଥାଏ। କାହାକୁ ଏହା ଅଳ୍ପ ପରିଶ୍ରମରେ ମିଳେ ତ ପୁଣି କାହା କ୍ଷେତ୍ରରେ ଏହା ଜୀବନର ବଡ଼ ପରୀକ୍ଷା ହୋଇ ଉଭା ହୁଏ। କିନ୍ତୁ କଠିନ ପରିଶ୍ରମ ପରେ ମିଳିଥିବା ସଫଳତା ଜୀବନରେ ରଂଗ ଆଣି ଦେଇଥା‌ଏ।

ଆମେ ଆଜି ଆଲୋଚନା କରିବାକୁ ଯାଉଛୁ ଆଇଏଏସ୍‌ ଉମ୍ମୁଲ୍‌ ଖେର୍‌ଙ୍କ ବିଷୟ‌‌ରେ। ତାଙ୍କ କାହାଣୀ ଜୀବନ ସହ ସଂଘର୍ଷ କରୁଥିବା ଅନେକଙ୍କ ପାଇଁ ଏକ ପ୍ରେରଣା ପାଲଟିଛି।ତାଙ୍କୁ ଯେତେବେଳେ ୫ ବର୍ଷ ବୟସ ହୋଇଥିଲା ତ ତାଙ୍କ ପରିବାର ରାଜସ୍ଥାନରୁ ଦିଲ୍ଳୀକୁ ପଳାଇଯାଇ ସେଠାରେ ବସବାସ କରୁଥିଲେ। ତାଙ୍କ ବାପା ଫୁଟ୍‌ପାଥ୍‌ରେ ବସି ଜିନିଷ ବିକ୍ରି କରୁଥିଲେ। ସାବତ ମାଆର ଦୁଃଖ ସଙ୍ଗକୁ ‘ପ୍ରାଗିଲେ ବେନ୍‌ ଡିଜ୍‌ଅର୍ଡର’ ପରି ରୋଗର ଶିକାର ‌ହୋଇଥିବା ଉମ୍ମୁଲ୍‌ଙ୍କ ପାଖରେ କେବଳ ଗୋଟାଏ ହିଁ ଆଶା ଥିଲା, ତାହା ହେଉଛି ପାଠପଢ଼ା।

ସେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ଟ୍ବିସନ୍‌ କରିବା ଆରମ୍ଭ କରିଦେଲେ ଓ ନିଜ ଖର୍ଚ୍ଚ ନି‌ଜେ ଉଠାଇବାକୁ ଲାଗିଲେ। ତାପରେ ବି ପରିବାର ଲୋକଙ୍କ ଛୋଟ ଚିନ୍ତାଧାରାରୁ ସେ ବର୍ତ୍ତିପାରିଲେନି। ଅଷ୍ଟମ ଶ୍ରେଣୀରେ ତାଙ୍କ ପାଠ ପଢ଼ା ବନ୍ଦ କରିଦେବାକୁ ନିଷ୍ପତ୍ତି ନେଲେ ତ‌ାଙ୍କ ଘର ଲୋକ। ତାପରେ ସେ ନିଜ ଘର ଛାଡ଼ିଦେଲେ। ଏକ ଛୋଟ ରୁମ୍‌ରେ କିଛି ପିଲାଙ୍କୁ ମାସକୁ ୫୦ ଟଙ୍କା ଲେଖାଏ ହିସାବରେ ଟ୍ବିସନ୍‌ କରି ନିଜ ଖର୍ଚ୍ଚ ଉଠାଇଲେ।

ପରିବାର ଲୋକଙ୍କ ବିନା ସମର୍ଥନରେ ନିଜେ ହିଁ ନିଜ ଚେଷ୍ଟା ବଳରେ ପ୍ରଥମେ ସ୍କୁଲ୍‌, କଲେଜ ଓ ପରେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଜି ଜଣେ ଆଇଏଏସ୍‌ ବନି ପାରିଛନ୍ତି।

Comments are closed.